ହଷ୍ଟେଲରେ ଦୁଇଦିନ ଭୋକିଲା ରହିବା ପରେ କାନ୍ଦି କାନ୍ଦି ବ୍ଲକରେ ଯାଇ ପହଞ୍ଚିଲେ ଛାତ୍ରୀ, ଶୁଣନ୍ତୁ କଣ କହୁଛନ୍ତି ଛାତ୍ରୀମାନେ, ଦେଖନ୍ତୁ video

ଆମେ ଦୁଇଦିନ ହେଲା କିଛି ଖାଇନୁ ଆମକୁ ଖାଇବାକୁ ଦିଅ । କିଛି ଏଭଳି କହି କାନ୍ଦି କାନ୍ଦି ଯାଇ ବ୍ଲକରେ ପହଞ୍ଚିଥିଲେ ହଷ୍ଟେଲ ଛାତ୍ରୀମାନେ । କାରଣ ଏମାନଙ୍କୁ ହଷ୍ଟେଲରେ ଖାଇବାକୁ ମିଳୁ ନଥିଲା । ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଖାଇବାକୁ ନପାଇ ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ପହଞ୍ଚିଥିଲେ । ଛାତ୍ରୀମାନେ ଖାଦ୍ୟ ପାଇଁ କାନ୍ଦି କାନ୍ଦି ଯାଇ ବ୍ଲକରେ ପହଞ୍ଚିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପିଲାମାନେ ଏଭଳି କାନ୍ଦିବା ଦେଖି ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି ।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ଠାରେ ଥିବା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲରେ ଘଟିଥିଲା ଏଭଳି କିଛି ଘଟଣା । ଯେଉଁଥି ପାଇଁ ଛାତ୍ରୀମାନେ ହଷ୍ଟେଲରୁ ବାହାରି କାନ୍ଦି କାନ୍ଦି ଯାଇ ବ୍ଲକ ଅଫିସରେ ପହଞ୍ଚିଥିଲା । ଏହି ହଷ୍ଟେଲରେ ଭୋକ ଉପାସରେ ଥିବା ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ଚାଲି ଚାଲି ଯାଇ ବ୍ଲକ କାର୍ଯ୍ୟଳୟରେ ପହଞ୍ଚିଥିଲେ ।

ରବିବାର ଥିବାରୁ ବ୍ଲକ କାର୍ଯ୍ୟଳୟ ବନ୍ଦ ଥିଲା । ତେବେ ଏତେ ସଂଖ୍ୟକ ଝିଅ ବ୍ଲକ ଅଫିସ ସାମ୍ନାରେ କାନ୍ଦିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନେକ ଲୋକ ସେଠାରେ ଏକଜୁଟ ହୋଇଥିଲେ ଏବଂ ଛାତ୍ରୀ ମାନଙ୍କୁ କାନ୍ଦିବାର କାରଣ ପଚାରି ବୁଝିଥିଲେ । ଛାତ୍ରୀମାନଙ୍କୁ କାନ୍ଦିବାର କାରଣ ପଚାରିବା ପରେ ସେମାନେ ଯାହା କହିଥିଲେ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭୋକରେ ଥିବା ପିଲାମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ । ତେବେ ହଷ୍ଟେଲ ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କୁ ଖାଇବାକୁ ନ ଦେଉଥିବା ସହ ଅଧିକାଂଶ ଦିନ ଲୁଣ ଭାତ ଖାଇବାକୁ ଦେଉଥିବା ଅଭିଯୋଗ କରିଛଛନ୍ତି ଛାତ୍ରୀମାନେ । ଛାତ୍ରୀମାନେ କହିଛନ୍ତି ସେମାନେ ସ୍କୁଲରୁ ଫେରିବା ବେଳକୁ ଖାଇବା ପାଇଁ କିଛି ରହୁନାହିଁ । ସବୁବେଳେ ଖାଲି ଲୁଣ ଆଉ ଖଟା ସହ ଖାଇବାକୁ ଦେଉଛନ୍ତି । ଯେଉଁ ଡାଲି ଦିଆଯାଉଛି ସେଇଟା ବି ପାଣିଆ ଡାଲି ।

ଏହାସହ ଛାତ୍ରୀମାନଙ୍କୁ ମାଡ ମାରିବା ସହ ବହୁତ ଗାଳିଗୁଲଜ ମଧ୍ୟ କରନ୍ତି । ମଝି ମଝିରେ ଅଫିସରମାନେ ତଦାରଖରେ ଆସିଲେ ସେମାନେ ସତ କଥା କୁହନ୍ତି କିନ୍ତୁ କେହି ବି ଶୁଣନ୍ତି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।