ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦକୁ ଖାତିର ନ କରି ଋଷ ସେନାକୁ ସାମ୍ନା କଲେ Ukraine ମହିଳା, ସୂର୍ଯ୍ୟମୁଖୀ ମଞ୍ଜି ଦେଇ କହିଲେ କିଛି ଏମିତି, ଶୁଣିଲେ ଆପଣ ଭାବୁକ ହେଇଯିବେ…

ଭୟଙ୍କର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଋଷ ସେନା ୟୁକ୍ରେନର ଗଳିକନ୍ଦିରେ ବୁଲି ଭୟାର ବାତାବରଣ ସୃଷ୍ଟି କରୁଛନ୍ତି । ଏତିକି ବେଳେ ଋଷ ସେନାକୁ ସାମ୍ନା କଲେ ମହିଳା । ଆଉ ତାଙ୍କ ପ୍ରଶ୍ନର ବି ଉତ୍ତର ଦେଲେ ସେନା । ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦ ଶୁଣି ଘରୁ ବାହାରିବାକୁ ଭୟ କରୁଛନ୍ତି ୟୁକ୍ରେନ ବାସୀ । ୟୁକ୍ରେନ ଉପରେ ଲଗାତାର ମିଶାଇଲ ମାଡ କରିଚାଲିଛି ଋଷ । ୟୁକ୍ରେନ ଋଷର ଶକ୍ତି ଓ ସାମର୍ଥ୍ୟ ଆଗରେ ସେତେଟା ଠି ହୋଇ ପାରୁନି । କିନ୍ତୁ ଋଷ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କି, ସେ ମୁଣ୍ଡ ନୁଆଁଇବେ ନାହିଁ ।

ତେବେ ଯୁଦ୍ଧର ଭୟାବହ ପରିସ୍ଥିତି ସାରା ଦେଶକୁ ଧୂଆଁ ଧୂଆଁ କରି ପକାଉ ଥିବା ବେଳେ ୟୁକ୍ରେନର ଜଣେ ମହିଳା ଜୀବନକୁ ଖାତିର ନକରି ସିଧା ଋଷ ସେନା ଆଡକୁ ମାଡିଗଲେ । ଆଉ ସେମାନଙ୍କୁ ପ୍ରଶ୍ନ କଲେ ଆମ ଦେଶକୁ କାହିଁକି ଆସିଛ ? ଆମ ଦେଶରେ କଣ କରୁଛ ? ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଆଉ ଏହି ମହିଳାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଋଷ ସେନା ଶାନ୍ତ ସ୍ଵଭାବ ସହ ଦେଇଛନ୍ତି ।

ଆମେ ଆମ କାମ କରୁଛୁ, ଆପଣଙ୍କ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଏହି ବାର ଦେଇ ଯାଆନ୍ତୁ ବୋଲି ଅତି ଭଦ୍ରତାର ସହ ସେନା ତରଫରୁ କୁହା ଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି । କାନ୍ଧରେ ବଡ ମେସିନ ଗନ୍ ଓ ହାତରେ ହ୍ୟାଣ୍ଡଗନ୍ ଧରିଥିବା ଋଷ ସେନା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

ଆମ ଆଲୋଚନାରୁ କିଛି ସୁଫଳ ମିଳିବ ନାହିଁ ବୋଲି ମହିଳାଙ୍କୁ କହିଥିଲେ ଋଷ ସେନା । ମହିଳା ଜଣକ କିନ୍ତୁ ନିର୍ଭୀକତାର ସହ ତାଙ୍କ ଉପରେ ବର୍ଷି ଚାଲିଥିଲେ । ଆଉ ତାଙ୍କୁ ଏକ ମଞ୍ଜି ଦେଇ କହିଥିଲେ ଏଇ ମଞ୍ଜିକୁ ପକେଟରେ ରଖନ୍ତୁ । ଏଠାରେ ଆପଣ ଯେତେବେଳେ ଟଳି ପଡିବେ ଅତିକମରେ ଗୋଟିଏ ସୂର୍ଯ୍ୟମୂଖୀ ଫୁଲ ଆମ ଜାଗାରେ ବଢିପାରିବ । ସୂର୍ଯ୍ୟମୂଖୀ ହେଉଛି ୟୁକ୍ରେନର ଜାତୀୟ ଫୁଲ ।

ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।