ଧୂଆଁ ଧୂଆଁ ଦିଶୁଛି Ukraine ଆକାଶ ! Russia ଉପରେ ପରମାଣୁ ବୋମା ପକାଇବ France ! ଆରମ୍ଭ ହେଲା କି ତୃତୀୟ ବିଶ୍ଵଯୁଦ୍ଧ ? ଦେଖନ୍ତୁ Video

ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହାକୁ ନେଇ ସାରା ବିଶ୍ଵ ଚିନ୍ତାରେ ପଡିଯାଇଛି । ଋଷିଆ ୟୁକ୍ରେନ ଉପରେ ଲଗାତାର ମିଶାଇଲ ମାଡ କରିଚାଲିଛି । ଆଉ ମୁଣ୍ଡ ନ ନୁଆଁଇ ଋଷିଆକୁ କଡା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ, ଯୁଦ୍ଧ ବେଳେ ତାଙ୍କୁ ସାରା ବିଶ୍ଵ ଏକା କରିଦେଇଛି । ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ୟୁକ୍ରେନ ଓ ଋଷ ମାମଲାରେ ଯଦି କେହି ମୁଣ୍ଡ ପୁରାଏ ତେବେ ପରିଣାମ ଭୟାବହ ହେବ ।

ଇତିମଧ୍ୟରେ ଋଷିଆକୁ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ । ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜେନ ୟେଭେସ ଲେ ଡ୍ରିଆନ କହିଛନ୍ତି, ଋଷ ବିଶ୍ଵକୁ ପରମାଣୁ ଅସ୍ତ୍ରର ଧମକ ଦେବା ପୂର୍ବରୁ ନାଟୋ କଥା ଚିନ୍ତା କରିବା ଦରକାର । କାରଣ ନାଟୋ ସଦସ୍ୟଙ୍କ ପାଖେ ପରମାଣୁ ଅସ୍ତ୍ର ଗଚ୍ଛିତ ହୋଇରହିଛି । ତେଣୁ ଋଷିଆ ମନ୍ତବ୍ୟ ଦେବା ପୂର୍ବରୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ଫ୍ରାନ୍ସ କହିଛି । ଯୁଦ୍ଧ ବେଳେ ପଶ୍ଚିମ ଦେଶ ଗୁଡିକୁ ଟାର୍ଗେଟ କରିଥିଲେ ଭ୍ଲାଦିମିର ପୁଟିନ ।

ସେ କହିଥିଲେ କି ସେମାନଙ୍କ ଯୁଦ୍ଧରେ ଯଦି କୌଣସି ଦେଶ ମୁଣ୍ଡ ପୁରାଏ ତେବେ ସ୍ଥିତି ଭୟଙ୍କର ହେବ । ଏମିତିକି ପୂର୍ବରୁ ଯାହା କେବେ ହୋଇ ନଥିଲା ତାହା ହେବ ବୋଲି ପୁଟିନ କହିଛନ୍ତି । ତେବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହା ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି କରିଛି । ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସାହାଯ୍ୟ କରିବେ ତେବେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି ।

ଆଉ ତା’ର ଜବାବରେ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ । କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନଙ୍କ ସହ ପୁଟିନ କଥା ହୋଇଥିଲେ । ଯୁଦ୍ଧ ନୁହେଁ ବରଂ କୂଟନୈତିକ ସ୍ତରରେ ଆଲୋଚନା କରି ରାସ୍ତା ବାହାର କରିବାକୁ ଇମ୍ମାନୁଏଲ କହିଥିଲେ । ହେଲେ ତାଙ୍କ କଥାରେ ପୁଟିନ ରାଜି ନହୋଇ ଯୁଦ୍ଧର ରାସ୍ତା ବାଛିଲେ । ଏପରିକି ଋଷ ପକ୍ଷରୁ ୟୁକ୍ରେନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ପୁଟିନ ଯଥାର୍ଥ ବୋଲି କହିଛନ୍ତି ।

ତେବେ ୟୁକ୍ରେନକୁ ଆମେରିକା ସୈନ୍ୟ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି । କିନ୍ତୁ ନାଟୋ ସହ ରହିବ ବୋଲି ହ୍ଵାଇଟ ହାଉସ କହିଛି । ଏବେ ଏହି ଯୁଦ୍ଧ ଉପରେ ସାରା ବିଶ୍ଵର ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।