କେମିତି ହୋଇଥିଲା Bahubali ଫିଲ୍ମ ର ଶୁଟିଙ୍ଗ ? ଦେଖନ୍ତୁ ବାହୁବଳି ମୁଭି ସେଟ ରୁ ?

ଆଜି ଆମେ ଆପଣଙ୍କୁ ଦୁନିଆରେ ସବୁଠୁ ଅଧିକ ପସନ୍ଦ କରାଯାଉ ଥିବା ବାହୁବଳି ଫିଲ୍ମର ଶୁଟିଙ୍ଗର କିଛି ସିନ ବିଷୟରେ କହିବୁ । ବାହୁବଳି ଫିଲ୍ମର ସେଟ ରାମୋଜି ଫିଲ୍ମ ସିଟି ହାଇଦ୍ରାବାଦରେ ଅଛି । ଯାହାକୁ ଦେଖିବା ପାଇଁ ସବୁଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଆସନ୍ତି । ବାହୁବଳି ଫିଲ୍ମର ପୁରା ସେଟ ୨୦ ଏକର ଜମିରେ ବ୍ୟାପିଛି । ବାହୁବଳି ଫିଲ୍ମର ସେଟକୁ ତିଆରି କରିବା ପାଇଁ ପାଖାପାଖି ୨୦୦ ଦିନ ସମୟ ଲାଗି ଥିଲା । ଯେଉଁଠି ସବୁଦିନ ୧ ହଜାରରୁ ବି ଅଧିକ ଲୋକମାନେ ଦିନରାତି କାମ କରୁଥିଲେ ।

ବାହୁବଳି ଫିଲ୍ମରେ ଆପଣ ଏହି ସିନ ନିଶ୍ଚିତ ରୂପରେ ଦେଖିଥିବେ ଯେଉଁଠି ରଣଭୂମିରେ ଦୁଇ ଦିଗର ସେନା ପରସ୍ପର ସହିତ ଯୁଧ୍ୟ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଏହି ସିନର ଶୁଟିଙ୍ଗ କେମିତି ହୋଇଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଏହି ଫୁଟେଜରେ ଆପଣ ଦେଖି ପାରିବେ କି କେମିତି ସାଧାରଣ ଲୋକମାନଙ୍କୁ ତାଙ୍କ ହାତରେ ନକଲି ଖଣ୍ଡା ଦିଆ ଯାଉଛି ଓ ସେମାନଙ୍କୁ କୁହାଯାଉଛି କି ପରସ୍ପର ସହ ଲଢିବା ପାଇଁ ଅଭିନୟ କର ।

ଯେଉଁଥିରେ ଦର୍ଶକମାନଙ୍କୁ ଲାଗିବ କି ଦୁଇ ସେନାଙ୍କ ମଧ୍ୟରେ ଯୁଧ୍ୟ ଚାଲିଛି । ଶେଷରେ ସବୁଜ ରଙ୍ଗର ପରଦାକୁ ଉଠାଇ ତାକୁ ଭିଏଫଏକ୍ସ ଜରିଆରେ ରଣଭୂମିରେ ବଦଳାଇ ଦିଆ ଯାଉଛି । ଏଠି ୧୦୦ ରୁ ୨୦୦ ଲୋକଙ୍କୁ କ୍ରୋମା ଟେକନିକ ଜରିଆରେ ହଜାରରୁ ୨ ହଜାର ସଂଖ୍ୟାରେ ବଦଳାଇ ଦିଆ ଯାଉଛି ।

ବାହୁବଳି ଫିଲ୍ମରେ ଦେଖିଥିବେ କି ବାହୁବଳି ପାହାଡ ଉପରକୁ ଚଢୁଛନ୍ତି । ଯେଉଁଠି କି ଝରଣା ବହୁଛି । ଏହି ସିନକୁ କେରଲରେ ଶୁଟିଙ୍ଗ କରାଯାଇ ଥିଲା । ଏଠି ଦୌଡି ସାହାର୍ଯ୍ୟରେ ପୁରା ସେଫଟିରେ ବାହୁବଳିଙ୍କୁ ଉପରକୁ ଉଠା ଯାଇ ଥିଲା । ଏଡିଟିଙ୍ଗ ଜରିଆରେ ସେହି ଦୌଡିକୁ କାଟି ଦିଆ ଯାଉଛି । ଏହି ଝରଣାକୁ ବି ଦେଖିବା ପାଇଁ ସବୁ ଦିନ ହଜାର ହଜାର ଲୋକମାନେ ଆସନ୍ତି ।

ବାହୁବଳି ଫିଲ୍ମର ଗୋଟିଏ ସିନରେ ଆପଣ ଦେଖିଥିବେ କି ଭାଲାଳଦେବ ଗୋଟିଏ ଭୟଙ୍କର ବଳଦ ସହ ଲଢୁଛନ୍ତି । କିନ୍ତୁ ଏହି ସିନର ଶୁଟିଙ୍ଗ ଆପଣ ଦେଖି ପାରିବେ । କେମିତି ଆଧୁନିକ ଟେକନିକ ଜରିଆରେ ପୁରା ସିନକୁ କମ୍ପ୍ୟୁଟରରେ ହିଁ ତିଆରି କରାଯାଉଛି । ପଛରେ ଥିବା ସବୁଜ ପରଦାକୁ ଭିଏଫଏକ୍ସ ଜରିଆରେ ମହଲରେ ପରିବର୍ତ୍ତନ କରି ଦିଆ ଯାଉଛି ।

ବାହୁବଳି ଫିଲ୍ମରେ ଆପଣ ପ୍ରଭାସଙ୍କ ସବୁଠୁ ଲୋକପ୍ରିୟ ସିନ ଶିବଲିଙ୍ଗକୁ ନିଜ କାନ୍ଧରେ ଟେକି ନେଇ ଯାଉ ଥିବାର ଦେଖିଥିବେ । କିନ୍ତୁ ଅସଲରେ ଶୁଟିଙ୍ଗ ସମୟରେ ଏହିଭଳି କିଛି ବି ହୋଇ ନ ଥିଲା । ଶୁଟିଙ୍ଗ ସାମୟରେ ପ୍ରଭାସ ହାତରେ ପାଣିର ଜାର ଧରି ଥିଲେ । ଯାହାକୁ ଏଡିଟିଙ୍ଗ ଜରିଆରେ ପାଣିର ଜାରକୁ ଶିବଲିଙ୍ଗର ଆକାର ଦିଆ ଯାଉଛି ।