ଭାରତରେ ସବୁଠୁ ମହଙ୍ଗା ଘର କାହାର ? କଣ ଆପଣ ଜାଣନ୍ତି ?

ବଲୀଉଡ ଷ୍ଟାର ଠାରୁ ନେଇ ବିଜନେସମ୍ୟାନ ଓ କ୍ରିକେଟର ଆଜିକାଲି ସମସ୍ତେ ଲଗଜରି ଲାଇଫ ଷ୍ଟାଇଲରେ ରହୁଛନ୍ତି । ଆଜି ସମସ୍ତେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ସେମାନେ କୋଟି କୋଟି ଟଙ୍କାର କାର, ପ୍ଳେନ ଓ ଘରର ମାଲିକ ଅଟନ୍ତି । ଆଜି ଆମେ ଆପଣଙ୍କୁ ଭାରତର ସେହିଭଳି କିଛି ଷ୍ଟାରମାନଙ୍କ ବିଷୟରେ କହିବୁ । ଯେଉଁମାନଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସଲମାନ ଖାନ

ଆଜି ପୁରା ଦୁନିଆ ବଲୀଉଡର ଭାଇଜାନ ସଲମାନ ଖାନଙ୍କ ଦିବନା ଅଟେ । ଯଦି ତାଙ୍କର ବାଇକ ବିଷୟରେ କହିବା ତେବେ ସୁଜୁକି ହାଏବୁଷା ଭଳି ବାଇକର ସେ ମାଲିକ ଅଟନ୍ତି । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ଅଟେ । ତାଙ୍କ ପାଖରେ ନିଜର ପ୍ରାଇଭେଟ ପାଣି ଜାହାଜ ବି ଅଛି । ଯାହାର ମୂଲ୍ୟ ୩ କୋଟି ଟଙ୍କା ଅଟେ । ତାଙ୍କର କାର କଲେକ୍ସନରେ ଲେକସସ ଭଳି କାର ଅଛି । ଯାହାର ମୂଲ୍ୟ ୨.୫ କୋଟି ଟଙ୍କା ଅଟେ । ତାଙ୍କ ପାଖରେ ରେଞ୍ଜ ରୋଭର କାର ବି ଅଛି । ଯାହାର ମୂଲ୍ୟ ୨ କୋଟି ଟଙ୍କା ।

ସଲମାନ ଖାନଙ୍କ ଅକ୍ଷରେ ପନୱେଲରେ ୮୦ କୋଟି ଟଙ୍କାର ଫାର୍ମ ହାଉସ ଅଛି । ଯେଉଁଠି ହର୍ସ ରାଇଡିଂ, ସୁଇମିଙ୍ଗ ପୁଲ, ଜିମ ଭଳି ବହୁତ ସୁବିଧା ଅଛି । ସଲମାନ ଖାନ ଗୋଟିଏ ଫିଲ୍ମ ପାଇଁ ୩୦ ରୁ ୩୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ସୂଚନା ଅନୁସାରେ ଆଜି ସେ ୨୨୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ବିରାଟ କୋହଲି

ବିରାଟ କୋହଲିଙ୍କ ନାଁ ସବୁଠୁ ଅଧିକ ଧନୀ କ୍ରିକେଟରମାନଙ୍କ ଲିସ୍ଟରେ ନମ୍ବର ୧ରେ ଆସିଥାଏ । ବିରାଟ କୋହଲି ହାତରେ ଯେଉଁ ରୋଲେକ୍ସ ଘଣ୍ଟା ପିନ୍ଧୁଛନ୍ତି ତାର ମୂଲ୍ୟ ୮୭ ଲକ୍ଷ ଟଙ୍କା ଅଟେ । ବର୍ତ୍ତମାନ ସମୟରେ ବିରାଟ କୋହଲି ମୁମ୍ବାଇର ଏକ ଆଲିଶାନ ଘରେ ରହୁଛନ୍ତି । ଯାହାର ମୂଲ୍ୟ ୩୫ କୋଟି ଟଙ୍କା ଅଟେ । ଦିଲ୍ଲୀରେ ୮୦ ରୁ ୮୫ କୋଟି ଟଙ୍କାର ଗୋଟିଏ ବଙ୍ଗଳା ଅଛି । ଯଦି ତାଙ୍କର ସମ୍ପତ୍ତି ବିଷୟରେ କହିବା ତେବେ ଆଜି ବିରାଟ କୋହଲି ୯୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ଅକ୍ଷୟ କୁମାର

ଅକ୍ଷୟ କୁମାର ଗୋଟିଏ ଫିଲ୍ମରେ କାମ କରିବା ପାଇଁ ୪୦ ରୁ ୫୦ କୋଟି ଟଙ୍କା ନିଅନ୍ତି । ଆଜି ଅକ୍ଷୟ କୁମାରଙ୍କ ପାଖରେ ନିଜର ପ୍ରାଇଭେଟ ଜେଟ ଅଛି । ଯାହାର ମୂଲ୍ୟ ୨୬୦ କୋଟି ଟଙ୍କା ଅଟେ । ତାଙ୍କ ପାଖରେ ବହୁତ ଦାମି ଦାମି କାର ଅଛି । ଆଜି ଅକ୍ଷୟ କୁମାର ୮୭ କୋଟି ଟଙ୍କାର ମହଙ୍ଗା ଘରେ ରୁହନ୍ତି । ଯାହାକି ମୁମ୍ବାଇରେ ଅଛି । ସୂଚନା ଅନୁସାରେ ଆଜି ଅକ୍ଷୟ କୁମାର ୨୦୦୦ କୋଟି ଟଙ୍କାର ମାଲିକ ଅଟନ୍ତି ।

ଶାହାରୁଖ ଖାନ

ଶାହାରୁଖ ଖାନ ୨୫ ବର୍ଷ ହେବ ବଲୀଉଡରେ ରାଜ କରୁଛନ୍ତି । ତାଙ୍କର କାର କଲେକ୍ସନରେ ବେଣ୍ଟଳି, ବୁଗାଟି ଓ ଅଡି ଭଳି କାର ସାମିଲ ଅଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ଶାହାରୁଖ ଖାନ ମୁମ୍ବାଇରେ ଥିବା ମନତ ବଙ୍ଗଳାରେ ରୁହନ୍ତି । ଯାହାର ମୂଲ୍ୟ ୨୦୦ କୋଟି ଟଙ୍କା ଅଟେ । ତାଙ୍କ ପାଖରେ ଦୁବାଇରେ ୧୦୦ କୋଟି ଟଙ୍କାର ଗୋଟିଏ ବିଲା ଅଛି । ଆଜି ଶାହାରୁଖ ଖାନ ୫୧୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।

ମୁକେଶ ଅମ୍ବାନୀ

ମୁକେଶ ଅମ୍ବାନୀ ୨୭ ମହଲା ବିଶିଷ୍ଟ ଏଣ୍ଟିଲିଆରେ ରୁହନ୍ତି । ଯାହାର ମୂଲ୍ୟ ୧୪୦୦୦ କୋଟି ଟଙ୍କା ଅଟେ । ଯେଉଁଠି ପ୍ରଥମ ୭ ମହଲା ତାଙ୍କର ଗାଡି ପାର୍କ କରିବା ପାଇଁ ରଖା ଯାଇଛି । ଯେଉଁଠି ତାଙ୍କର ୧୬୫ ଟି ଗାଡି ପାର୍କ କରାଯାଏ । ତାଙ୍କ ପାଖରେ ପ୍ରାଇଭେଟ ଜେଟ ବି ଅଛି । ଯଦି ତାଙ୍କର ସମ୍ପତ୍ତି ବିଷୟରେ କହିବ ତେବେ ଆଜି ସେ ୭,୨୦,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ।