Tapaswini ଙ୍କ ମାମଲାରେ କୋର୍ଟ ର ନିଷ୍ପତ୍ତି ଆସିବା ପରେ କଂଗ୍ରେସ ବିଧାୟକ Sura Routray ଯାହା କହିଲେ ଶୁଣି ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ଗତ କିଛି ଦିନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତପସ୍ଵିନୀ ଓ ସୁମିତଙ୍କ ମାମଲା । ବର୍ଷେ ତଳେ ସେମାନେ କୋର୍ଟ ବିବାହ କରିଥିବା ବେଳେ ତପସ୍ଵିନୀ ସୁମିତଙ୍କ ଘରେ ମଧ୍ୟ ରହୁଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖା ଦେବାପରେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ତପସ୍ଵିନୀ । ଆଉ ସୁମିତ ମଧ୍ୟ ଛାଡପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ପରେ ଆଉ ଥରେ ବୈଦିକ ରୀତିରେ ବିବାହ କରିବାକୁ ଉଭୟଙ୍କ ଘରଲୋକଙ୍କ ମଧ୍ୟରେ କଥା ହୋଇଥିଲା ।

କିନ୍ତୁ ଦୁଇ ଦୁଇଥର ବିବାହ ପାଇଁ ତାରିଖ ଦେଇ ମଧ୍ୟ ଠକି ଦେଇଥିଲେ ସୁମିତ । ଏହାପରେ ତପସ୍ଵିନୀ ସିଧା ଯାଇ ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ । ତେବେ ଦୀର୍ଘ ଦିନ ଧରି ସୁମିତଙ୍କ ଘର ବାହାରେ ବସି ରହିବା ପରେ ଯାଇ ତାଙ୍କ ତପସ୍ୟା ଏବେ ସଫଳ ହୋଇଛି । ଅର୍ଥାତ ଗତକାଲି ମାନନୀୟ କୋର୍ଟ ଉଭୟ ସୁମିତ ଓ ତପସ୍ଵିନୀଙ୍କୁ ସାତ ଦିନ ପାଇଁ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତାଙ୍କ ସହ ଉଭୟଙ୍କ ଘରଲୋକ କେହି ମଧ୍ୟ ରହିବେ ନାହିଁ । କେବଳ ସୁମିତ ଓ ତପସ୍ଵିନୀ ଏକାଠି ସ୍ଵାମୀସ୍ତ୍ରୀ ପରି ସେଠାରେ ଏକାଠି ରହିବେ । ଏଥିପାଇଁ ଆସ୍କା ପୋଲିସ ଆଇଆଇସିଙ୍କୁ ନିଜେ ଭଡାଘର ଖୋଜିବା ପାଇଁ କହିଛନ୍ତି କୋର୍ଟ । ଯେଉଁଠାରେ ଉଭୟଙ୍କୁ ମାନସିକ ଶାନ୍ତି ମିଳୁଥିବ ଏବଂ ଉଭୟ ସ୍ଵାମୀସ୍ତ୍ରୀ ଭଳି ପରସ୍ପର ପ୍ରତି ନିଜ କର୍ତ୍ତବ୍ୟ ତୁଲାଇ ଏକାଠି ରହିବେ ସେଥିପ୍ରତି ନଜର ଦେବାକୁ କହିଛନ୍ତି କୋର୍ଟ ।

ସୁରକ୍ଷାକର୍ମୀ ମାନେ ମଧ୍ୟ ସେମାନଙ୍କୁ ଜଗି ରହିବେ ଯେପରି ତାଙ୍କୁ କେହି ଡିଷ୍ଟର୍ବ ନକରେ । ତେବେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁମିତ ଓ ତପସ୍ଵିନୀଙ୍କ ଏକାଠି ରହିବା ଦ୍ଵାରା ସବୁକିଛି ଠିକ ହୋଇଯିବ କି ବୋଲି ତାଙ୍କୁ ପଚରା ଯିବାରୁ, ଏକାଠି ରହିଲେ ସବୁ ଆପେ ଠିକ ହୋଇଯିବ ବୋଲି ସେ କହିଛନ୍ତି ।

ସ୍ଵାମୀ ସ୍ତ୍ରୀ ଦୁହେଁ ଏକାଠି ରହିଲେ ପରସ୍ପର ମଧ୍ୟରେ ସ୍ନେହ ଓ ଶ୍ରଦ୍ଧା ଆପେ ଆପେ ଗଢି ଉଠେ ବୋଲି ସେ ନିଜ ମତ ରଖିଛନ୍ତି ଏବଂ ଏହାସହ ସୁମିତ ଓ ତପସ୍ଵିନୀଙ୍କ ପ୍ରତି କୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ସେ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । ତପସ୍ଵିନୀ ଓ ସୁମିତ ଏମିତି ଏକାଠି ରହିଲେ ସେମାନଙ୍କ ମଧ୍ୟରେ ଅଳ୍ପ ଦିନ ଭିତରେ ସ୍ନେହ ଓ ଭଲପାଇବା ବୃଦ୍ଧି ପାଇବା ସହ ସେମାନଙ୍କ ପରିବାର ମଧ୍ୟ ଆଗକୁ ବଢିବ କହିଛନ୍ତି ସୁର ରାଉତରାୟ । ଆପଣଙ୍କୁ ସୁର ଭାଇଙ୍କ ମନ୍ତବ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।