ବାତ୍ୟା ଜୱାଦକୁ ନେଇ ଆସିଲା ବଡ ଖବର ! ଦୁର୍ବଳ ହେଉଛି ବାତ୍ୟା ? ଦେଖନ୍ତୁ ଏନେଇ କ’ଣ ସୂଚନା ଦେଲେ IMD ମହା ନିର୍ଦ୍ଦେଶକ Mrutyunjay Mohapatra

ବାତ୍ୟା ଜୱାଦକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ଏବେ ଗୋଟିଏ ବଡ ଖବର ଆସିଛି । ବାତ୍ୟା ଜୱାଦ ଦୁର୍ବଳ ହୋଇପାରେ ବୋଲି ଖବର ସୂଚନା ଦେଉଛନ୍ତି ପାଣିପାଗ ବିଜ୍ଞାନୀ । ଏହା ଓଡିଶାବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ପୁରୀ ଉପକୂଳ ଛୁଇଁବା ବେଳକୁ ଏହା ଡ଼ୃବଳ ହୋଇଯାଇ ପାରେ ବୋଲି ସୂଚନା ମିଳୁଛି । ଦୁର୍ବଳ ହୋଇ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ଏହିପରି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ଉପକୂଳ ଅଞ୍ଚଳରେ ଜୱାଦର ପ୍ରଭାବ ଅଧିକ ଅନୁଭୂତ ହେବ ଓ ସେହି ସମୟରେ ଅଧିକ ବର୍ଷା ହେବ । ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ନିଶ୍ଚିତ ଭାବେ ଓଡିଶାବାସୀଙ୍କ ପାଇଁ ଏହ ଏକ ଆଶ୍ଵସ୍ତିର ବିଷୟ । କାରଣ ଗତ କିଛି ଦିନ ଧରି ଜୱାଦର ଗତିପଥକୁ ନେଇ ଚିନ୍ତିତ ଥିଲେ ସାରା ଓଡିଶାବାସୀ । ଆଉ ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ ଓଡିଶା ସରକାର ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ତାୟ ୨୫୦ରୁ ଅଧିକ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଛି । ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାକୁ ମୁକାବିଲା କରିବା ପାଇଁ ସମସ୍ତେ ଏକଦମ ପ୍ରସ୍ତୁତ ଅଛନ୍ତି । ତେବେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁସାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଜୱାଦ ଦୁର୍ବଳ ହେବ । ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ଉପକୂଳ ସେଇ ଗତି କରିବ ।

ସେତେବେଳକୁ କିନ୍ତୁ ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହୋଇ କେବଳ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ । ସ୍ଥଳଭାଗ ଠାରୁ କିଛି ଦୂରରେ ଏହା ଆଉ ବାତ୍ୟାର ରୂପରେ ନଥିବା । ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ଆହୁରି ଆହୁରି ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ପବନର ବେଗ ଅଧିକ ରହିବା ବୋଲି ଯାହା କୁହା ଯାଉଥିଲା ତାହା ମଧ୍ୟ ଅନେକାଂଶରେ କମ୍ ରହିବ ।

ବାତ୍ୟା ଜବାଦକୁ ନେଇ ପ୍ରତି ଘଣ୍ଟାରେ ତଥ୍ୟ ପରିବର୍ତ୍ତନ ହେଉଥିଲେ ଅର୍ଥାତ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ମିଳି ପାରୁ ନଥିଲା । କିନ୍ତୁ ଏଥର ବାତ୍ୟା ହେବା ଖବର ଆସିବା ପରେ ସମସ୍ତେ ସାମାନ୍ୟା ଆଶ୍ଵସ୍ତି ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।