ଯେତେବେଳେ Madhubala ଙ୍କୁ ବିବାହ କରି ମରିବା ପାଇଁ ଏକୁଟିଆ ଛାଡି ଦେଇ ଆସିଥିଲେ Kishor Kumar, Dilip Kumar ବି ଦେଇଥିଲେ ଧୋକା !

୧୪ ଫେବ୍ରୁଆରିକୁ Valentine Day ଓ ପ୍ରେମ ଦିବସ ବୋଲି କୁହାଯାଏ । ଏହି ଦିନରେ ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ମଧୁବାଲାଙ୍କ ଜନ୍ମ ହୋଇଥିଲା । ସେ ୧୪ ଫେବ୍ରୁଆରି ୧୯୩୩ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାଁ ଅତାଉଲ୍ଲାହ ଖାନ ଓ ମାତାଙ୍କ ନାଁ ଆୟଶା ବେଗମ । ୧୧ ଜଣ ଭାଇ ଭଉଣୀଙ୍କ ଅମଧ୍ୟରେ ସେ ୫ ମ ସ୍ଥାନରେ ଥିଲେ । ଘରର ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ସେ ବହୁତ କମ ବୟସରୁ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ୧୪ ଫେବ୍ରୁଆରି ଦିନ ମଧୁବାଲାଙ୍କ ୮୯ ତମ ଜନ୍ମ ଦିବସ ପାଲାନ କରାଯାଇଛି ।

ତାଙ୍କର ଜନ୍ମ ପ୍ରେମ ଦିବସ ଦିନ ହୋଇଛି କିନ୍ତୁ ଅସଲ ଜୀବନରେ କେବେ ବି ତାଙ୍କୁ ତାଙ୍କର ଅସଲ ସାଥି ମିଳି ନାହାନ୍ତି । ସେ ଦିଲୀପ କୁମାରଙ୍କୁ ଭଲ ପାଉଥିଲେ କିନ୍ତୁ ତାଙ୍କର ଗୋଟିଏ ଭୁଲ କାରଣରୁ ତାଙ୍କର ହୃଦୟ ଭାଙ୍ଗି ଗଲା । ପୁଣି ବଲୀଉଡର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ବିବାହ କରିଲେ କିନ୍ତୁ ସେ ବି ତାଙ୍କୁ ଧୋଖା ଦେଇ ଚାଲି ଗଲେ ।

ମଧୁବାଲା ଓ ଦିଲୀପ କୁମାରଙ୍କ ଭଲ ପାଇବା ଫିଲ୍ମ ସେଟରୁ ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ଜଣଙ୍କ ସମ୍ପର୍କ ବିଆର ଚୋପଡାଙ୍କ ଫିଲ୍ମ ‘ନୟା ଦୌର’ କାରଣରୁ ଭାଙ୍ଗି ଗଲା । କହିବାକୁ ଗଲେ ନୟା ଦୌର ଫିଲ୍ମର କିଛି ସିନକୁ ନେଇ ମେକର୍ସ ଗ୍ୱାଲିୟରରେ ସୁଟ କରିବା ପାଇଁ ଚାହୁଁ ଥିଲେ । କିନ୍ତୁ ସେହି ଅଞ୍ଚଳ ଡାକୁ ପ୍ରବଳ ଥିବାରୁ ମଧୁବାଲାଙ୍କ ପିତା ଅତାଉଲ୍ଲାହ ଖାନ ଝିଅକୁ ପଠାଇବା ପାଇଁ ମନା କରି ଦେଲେ । ସେ ମେକର୍ସକୁ ଲୋକେସନ ଚେଞ୍ଜ କରିବା ପାଇଁ ଅନୁରୋଧ କରିଲେ, କିନ୍ତୁ ମେକର୍ସ ମାନିଲେ ନାହିଁ ।

ଏମିତିରେ ମଧୁବାଲାଙ୍କ ପିତା ମଧୁବାଲାଙ୍କୁ କହିଲେ କି ଫିଲ୍ମ ଛାଡି ଦିଅ ଓ ମେକର୍ସଙ୍କୁ ଟଙ୍କା ଫେରାଇ ଦିଅ । ଅନ୍ୟ ପଟେ ମେକର୍ସ ମଧୁବାଲାଙ୍କୁ ବୈଜୟନ୍ତୀମାଳାଙ୍କ ସହ ରିପ୍ଲେସ କରି ଦେଲେ । କିନ୍ତୁ ଏହି ମାମଲା ଏତେ ବଢି ଗଲା କି ଶେଷରେ ଏହା କୋର୍ଟ ପହଞ୍ଚି ଗଲା । କୋର୍ଟରେ ଦିଲୀପ କୁମାର ଫିଲ୍ମ ଡାୟେରକ୍ଟରଙ୍କ ସାଥ ଦେଲେ ଓ ମଧୁବାଲାଙ୍କ ବିରୁଦ୍ଧରେ ବୟାନ ଦେଲେ । ଏହି କଥା ମଧୁବାଲାଙ୍କୁ ଖରାପ ଲାଗିଲା ଓ ସେମାନଙ୍କ ସମ୍ପର୍କ ମଧ୍ୟରେ ଫାଟ ଚାଲି ଆସିଲା । ସେହି ସମୟରେ ଦୁଇ ଜଣ ‘ମୁଗଳ ଏ ଆଜାମ’ ଫିଲ୍ମର ଶୁଟିଙ୍ଗ କରୁଥିଲେ ।

କିନ୍ତୁ ଏହି ସେ ଏକା ସହିତ କାମ କରୁଥିଲେ ବି ଅଜଣା ଭଳି ରହୁଥିଲେ । କଛି ଦିନ ପରେ ମଧୁବାଲା ବହୁତ ଅସୁସ୍ଥ ହୋଇଗଲେ । ସେ ଚିକିତ୍ସା ପାଇଁ ଲଣ୍ଡନ ଚାଲି ଗଲେ । ଏହା ମଧ୍ୟରେ କିଶୋର କୁମାର ତାଙ୍କୁ ପ୍ରପ୍ପୋଜ କରି ଦେଲେ । ମଧୁବାଲାଙ୍କ ପିତା ଚାହୁଁ ଥିଲେ କି ମଧୁବାଲା ପ୍ରଥମେ ସୁସ୍ଥ ହୁଅନ୍ତୁ ଓ ଏହା ପରେ ସେ ବିବାହ କରନ୍ତୁ । କିନ୍ତୁ ଦିଲୀପ କୁମାରଙ୍କ ବ୍ୟବହାର ଉପରେ ରାଗି ଥିବା ମଧୁବଳା ତାଙ୍କୁ ଜଳାଇବା ପାଇଁ କିଶୋର କୁମାରଙ୍କୁ ବିବାହ କରି ନେଲେ ।

ମଧୁବାଲା ୨୭ ବର୍ଷ ବୟସରେ ୧୯୬୦ରେ କିଶୋର କୁମାରଙ୍କୁ ବିବାହ କରିଥିଲେ । ଯେତେବେଳେ ସେ ଲଣ୍ଡନରେ ଚିକିତ୍ସା କରିବା ପାଇଁ ଗଲେ ତେବେ ଡାକ୍ତର କହିଲେ କି ସେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବେ ନାହିଁ ଏହା ଶୁଣିବା ପରେ କିଶୋର କୁମାର ମୁମ୍ବାଇର କାର୍ଟର ରୋଡରେ ବଙ୍ଗଳା କିଣିଲେ ଓ ମଧୁବାଲାଙ୍କୁ ସେଠି ଗୋଟିଏ ନର୍ସ ଓ ଡ୍ରାଇଭର ସହିତ ଏକୁଟିଆ ଛାଡି ଦେଲେ ।

କିଶୋର କୁମାର ପ୍ରଥମେ ପ୍ରଥମେ ମଧୁବାଲାଙ୍କୁ ଭଲ ପାଉ ଥିଲେ, କିନ୍ତୁ ଲଣ୍ଡନରୁ ଯେତେବେଳେ ମଧୁବାଲାଙ୍କ ରୋଗ ବିଷୟରେ ଜାଣିଲେ ତେବେ ତାଙ୍କର ପ୍ରେମ ପାଖାପାଖି ଶେଷ ହୋଇଗଲା । ବାଧ୍ୟ ହୋଇ ମଧୁବାଲା ନିଜର ଶେଷ ଦିନରେ ବହୁତ ଦୁଃଖ ଓ କଷ୍ଟରେ କାଟିଲେ । ୨୩ ଫେବ୍ରୁୟାରୀ ୧୯୬୯ରେ ତାଙ୍କର ନିଧନ ହୋଇଗଲା ।