ପୁଅ ପାଇଁ ନ୍ୟାୟ ଭିକ୍ଷା କରି କଂଗ୍ରେସ ବିଧାୟକ Sura Routray ଙ୍କ ଗୋଡତଳେ ପଡିଲେ ଦମ୍ପତ୍ତି, ଖୁଲାସା କଲେ ପୁଅ ସହ ଘଟିଥିବା ଲୋମହର୍ଷକ ଘଟଣା, ଦେଖନ୍ତୁ video

ପୁଅକୁ ନ୍ୟାୟ ଦେବା ପାଇଁ ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଗୋଡତଳେ ଭଳି ନ୍ୟାୟ ଭିକ୍ଷା କଲେ ବାପାମା । ହାତ ଯୋଡି କାନ୍ଦି କାନ୍ଦି ବାପାମା’ ଦୁହେଁ ଯେଭଳି ଭାବେ ନେହୁରା ହେଉଛନ୍ତି ଦେଖିଲେ ଆପଣଙ୍କ ମନରେ ବି ଦୟା ଆସିବ । ତାଙ୍କର ୨୧ ବର୍ଷୀୟ ପୁଅ ଅଜିତ ମହାପାତ୍ର ଆତ୍ମହତ୍ୟା କରିଥିବା ପୋଲିସ ରିପୋର୍ଟରେ ଲେଖା ଯାଇଥିଲେ ମଧ୍ୟ ବାପମା ଏକଥା ମାନିବାକୁ ନାରାଜ । ପୁଅ ଅଜିତକୁ ହତ୍ୟା କରା ଯାଇଥିବା ନେଇ ସେମାନେ ଅଭିଯୋଗ କରିବା ସହ ସଠିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ ବୋଲି ଗୁହାରି କରିଛନ୍ତି ।

କିଛିଦିନ ହେବ ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନିରାଶ ହୋଇଥିବା ଅଜିତଙ୍କ ବାପାମା’ ବର୍ତ୍ତମାନ କଂଗ୍ରେସ ବିଧାୟକ ସୁର ଭାଇଙ୍କ ଶରଣ ପଶିଛନ୍ତି । ମୃତ ଅଜିତଙ୍କ ପିତାମାତାଙ୍କ କହିବା ଅନୁଯାୟୀ, ଢେଙ୍କାନାଳ ତାଲିମ ଥାନା ଅନ୍ତର୍ଗତ ଖଜୁରୀକଟାରେ କ୍ୟାପିଟାଲ ଟ୍ରଷ୍ଟ ନାମକ ଏକ ଘରୋଇ ସଂସ୍ଥାରେ ଗତ ତିନି ବର୍ଷ ଧରି କାମ କରି ଆସୁଥିଲେ ଅଜିତ । ସେ ବେଶ ଭଲ କାମ କରିବା ସହ ଅଫିସ ତରଫରୁ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି । କିନ୍ତୁ ଗତ ୬ ମାସ ହେବ ତାଙ୍କ ଅଫିସକୁ ଜଣେ ନୂଆ ବ୍ରାଞ୍ଚ ମ୍ୟାନେଜର ଆସିଥିଲେ ।

ଯିଏକି ନିଜେ ମଦ୍ୟପାନ କରିବା ସହ ଷ୍ଟାଫମାନଙ୍କୁ ମଧ୍ୟ କମ କରିବା ପାଇଁ ମଦ ଦେଉଥିଲେ । ଏହାସହ କର୍ମଚାରୀ ମାନଙ୍କ ସହ ତାଙ୍କର ବ୍ୟବହାର ମଧ୍ୟ ଖୁବ କଠୋର ଥିଲା । ଏସବୁ କଥା ଅଜିତଙ୍କ ବାପା ଜାଣିବା ପରେ ପୁଅକୁ ଚାକିରି ଛାଡି ଘରକୁ ପଳେଇ ଆସିବାକୁ କହିଥିଲେ । ବାରମ୍ବାର କହିବା ପରେ ଅଜିତ ରିଜାଇନ ଦେଉଥିଲେ ମଧ୍ୟ ବ୍ରାଞ୍ଚ ମ୍ୟାନେଜର ତାହା ଗ୍ରହଣ କରୁ ନଥିଲେ । ଫଳରେ ଅଜିତ ଚାକିରି ଛାଡି ଆସି ପାରୁ ନଥିଲେ ।

ଗତ ଗଣେଶ ପୂଜା ଭସାଣି ବେଳେ ଅଜିତ ତାଙ୍କ ଘର ମୁକ୍ତାପୁରକୁ ଆସିଥିଲେ ଓ ପରେ ଢେଙ୍କାନାଳ ଫେରି ଯାଇଥିଲେ । ମୃତ୍ୟୁ ପୂର୍ବଦିନ ରାତିରେ ସେ ନିଜ ମାଆ ସହ ମଧ୍ୟ ଫୋନରେ କଥା ହୋଇଥିଲେ । କିନ୍ତୁ ସକାଳେ ପୁଅ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ ଘରଲୋକେ । ହେଲେ ସେମାନେ ଯାଇ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା । କାରଣ ତାଙ୍କ ପୁଅର ମୃତଶରୀରକୁ ବାରଣ୍ଡାରେ ଶୁଆଇ ଦିଆଯାଇଥିଲା ଓ ତାଙ୍କ ବେକରେ ଦାଗ ଥିଲା ।

ଅଜିତ ଦଉଡି ଦେଇଥିବା ବେଳର କିଛି ପ୍ରମାଣ ମଧ୍ୟ ସେମାନେ ଦେଖାଇ ପାରି ନଥିଲେ । ତେଣୁ ଅଫିସର କିଛି କର୍ମଚାରୀ ଶାବଳରେ ଅଜିତଙ୍କୁ ମାଡି ବସି ହତ୍ୟା କରିଥିବା ଅଭିଯୋଗ କରୁଛନ୍ତି ତାଙ୍କର ପିତାମାତା । ଏନେଇ ଥାନାରେ ଯାଇ ଯେତେ ଗୁହାରି ହେଲେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ସେମାନେ ସୁର ଭାଇଙ୍କ ପାଖକୁ ନ୍ୟାୟ ମାଗିବାକୁ ଆସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।