ପୁଣି ସାମ୍ନାକୁ ଆସିଲେ ଚର୍ଚ୍ଚିତ ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ! ଭିଡିଓ ହେଉଛି ଭାଇରାଲ, ଶୁଣନ୍ତୁ ସେ କଣ କହୁଛନ୍ତି, ଦେଖନ୍ତୁ video

ପୁଣି ଥରେ ସାମ୍ନାକୁ ଆସିଛନ୍ତି ରାଜଧାନୀର ବହୁ ଚର୍ଚ୍ଚିତ ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ । କିଛିଦିନ ବ୍ଯବଧାନ ପରେ ସେ ପୁଣି କ୍ୟାମେରା ସାମ୍ନାକୁ ଆସିଛନ୍ତି ଓ ଗଣମାଧ୍ୟମଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଆଉ ତାଙ୍କର ଏହି ଭିଡିଓଟି ବର୍ତ୍ତମାନ ପୁଣି ଥରେ ଭାଇରାଲ ହେବାରେ ଲାଗିଛି । ଓଡିଶାର ଘରେ ଘରେ ପରିଚିତ ଟୁଙ୍ଗୁରୁ ଭୋଳଙ୍କ ନାଁ । ବର୍ଷା ଭାଉଜନାକ ସହ ତାଙ୍କର ପ୍ରେମ କାହାଣୀକୁ ନେଇ ସାରା ଓଡିଶା ହୁଲୁସ୍ତୁଲ ହୋଇ ଯାଇଥିଲା ।

ବର୍ଷା ଫୁଲମାଳ, ସିନ୍ଦୂର ଧରି ଯାଇ ଥାନା ସାମ୍ନାରେ ବସି ରହିବା ପରଠାରୁ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ଷା ଭାଉଜ ଟୁଙ୍ଗୁରୁଙ୍କ ଠାରୁ ବୟସରେ ଢେର ବଡ ଥିବା ବେଳେ ବର୍ଷା ତାଙ୍କୁ ଫସେଇ ଦେଇଥିବା ଅଭିଯୋଗ କରିଥିଲେ ଟୁଙ୍ଗୁରୁ । କିନ୍ତୁ ପରେ କାହାଣୀରେ ଟ୍ଵିଷ୍ଟ ଆସିଥିଲା ଯେତେବେଳେ ବର୍ଷା ଲାଇଭରେ ଟୁଙ୍ଗୁରୁଙ୍କୁ କଲ୍ କରି ସତ ସାମ୍ନାକୁ ଆଣିଥିଲେ ।

ଏହି ଘଟଣା ପରେ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ଅନେକ ମ୍ୟୁଜିକ ଭିଡିଓ ଓ ଗୀତ ରିଲିଜ ହେବା ସହ ଟୁଙ୍ଗୁରୁ ନିଜେ ମଧ୍ୟ ଏକ ପ୍ରକାର ଷ୍ଟାର ବନି ଯାଇଥିଲେ । ତାଙ୍କୁ ମଧ୍ୟ କିଛି ମ୍ୟୁଜିକ ଭିଡିଓରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ତାଙ୍କ ପରେ ପରେ ବର୍ଷାଙ୍କୁ ମଧ୍ୟ ସମାନ ସୁଯୋଗ ମିଳିଥିଲା । ତେବେ ଅନେକ ସାମାଜିକ ସଂଗଠନ ଓ ସମାଜସେବୀଙ୍କ ପ୍ରତିବାଦ ପରେ ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ଧୀରେ ଧୀରେ ଥମି ଯାଇଥିଲା ।

ତେବେ ଏଥର କିନ୍ତୁ ଟୁଙ୍ଗୁରୁ ପ୍ରେମ କାହାଣୀକୁ ନେଇ ସାମ୍ନାକୁ ଆସି ନାହାନ୍ତି ବରଂ ତାଙ୍କର ପାରିବାରିକ ମାମଲାକୁ ନେଇ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଟୁଙ୍ଗୁରୁ ଭୁବନେଶ୍ବରରେ ରହୁଥିବା ବେଳେ ତାଙ୍କ ଘର ବ୍ରହ୍ମପୁରରେ । ସେ କ୍ୟାମେରାରେ ବ୍ରହ୍ମପୁର ଆସିଥିବା କଥା କହୁଛନ୍ତି ଏବଂ ସେଠାରେ ତାଙ୍କ ଘରକୁ ନେଇ ଆଇନଗତ ସମସ୍ଯା ହୋଇଥିବା କଥା ସେ କହୁଛନ୍ତି । ଏହି କେସ୍ ଦୀର୍ଘ ଆଠ ବର୍ଷ ହେବ ଚାଲିଛି ।

କିଛି ସରକାରୀ କର୍ମଚାରୀ ତାଙ୍କ ଘରକୁ ଆଇନସଙ୍ଗତ ନୁହେଁ ବୋଲି କହିବା ସହ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ଟୁଙ୍ଗୁରୁ । ତେଣୁ ମିଡିଆ ଯଦି ତାଙ୍କୁ ସାହାଯ୍ୟ କରନ୍ତା ତେବେ ତାଙ୍କ ପରିବାରର ୫-୬ ଜଣ ଉପକୃତ ହେବେ । ତେବେ ଗଣମାଧ୍ୟମ ଟୁଙ୍ଗୁରୁଙ୍କୁ ସାହାଯ୍ୟ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।