ସୁପର ଓଭର ରେ ଏଥି ପାଇଁ ହାରିଲା ମୁମ୍ବାଇ, ନିଜେ pandya କହିଲେ ହାରିବା ପାଇଁ rohit ଭାଇ…

IPLର ସବୁଠୁ ରୋମାଞ୍ଚକପୂର୍ଣ ମ୍ୟାଚ ମୁମ୍ବାଇ ଓ ବାଂଲୋର ମଧ୍ୟରେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇ ଥିଲା । ଏହା ଏହି ସିଜିନର ରୋମାଞ୍ଚକ ମ୍ୟାଚ ଏଥିପାଇଁ ଥିଲା କାରଣ ମ୍ୟାଚର ଶେଷ ସମୟ ପର୍ଯ୍ୟନ୍ତ ବି କହିବା କଷ୍ଟକର ଥିଲା କି କେଉଁ ଟିମ ଏହି ମ୍ୟାଚକୁ ଜିତିବ । କହିବାକୁ ଗଲେ ଏହି ମ୍ୟାଚ ସୁପର ଓଭର ପର୍ଯ୍ୟନ୍ତ ବି ଚାଲି ଯାଇ ଥିଲା । କହିବାକୁ ଗଲେ ମୁମ୍ବାଇ ଟିମ ପ୍ରଥମେ ଟଚ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଲେ ।

ଏହା ପରେ ବାଂଲୋର ଟିମର ଓପନିଙ୍ଗ ଯୋଡି ଦେବଦତ୍ତ ଓ ଫିଞ୍ଚ ଆରମ୍ଭରୁ ହିଁ ଭଲ ଫର୍ମରେ ନଜର ଆସିଥିଲେ । ଏହା ପରେ ଦେଖୁ ଦେଖୁ ଦୁଇ ଜଣ ହିଁ ନିଜର ଅର୍ଦ୍ଧଶତକ ପୁରା କରିସାରିଥିଲେ । କିନ୍ତୁ ଏହି ମ୍ୟାଚରେ ବିରାଟ କୋହଳି କିଛି ଖାସ କମାଲ ଦେଖାଇ ପାରିଲେ ନାହିଁ ।

କିନ୍ତୁ ଏହା ପରେ ଡି ଭିଲ୍ଲୀଏର୍ସ ଓ ଶିବମ ଦୁବେ ବି ଭଲ ଫର୍ମରେ ନଜର ଆସିଲେ । ଡି ଭିଲ୍ଲୀଏର୍ସ ୨୪ଟି ବଳରେ ୫୫ ଓ ଶିବମ ଦୁବେ ୧୦ ଟି ବଳରେ ୨୭ ରନ କରି ମୁମ୍ବାଇ ଟିମକୁ ମୋଟ ୨୦୨ର ଟାର୍ଗେଟ ଦେଲେ । ଏହା ପରେ ମୁବାଇ ଇଣ୍ଡିଆନ୍ସର ବ୍ୟାତ୍ସମ୍ୟାନମାନେ ବ୍ୟାଟିଙ୍ଗ କରିବାକୁ ଆସିଲେ । ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା, ଡିକକ, ସୂର୍ୟ କୁମାର ୟାଦବ ଓ ହାର୍ଦିକ ପାଣ୍ଡ୍ୟା ଭଳି ବ୍ୟାତ୍ସମ୍ୟାନ ଫ୍ଲପ ହୋଇଗଲେ ।

କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଇସାନ କିଶାନଙ୍କର ୫୮ ବଳରେ ୯୯ ଓ ପୋଲାଡଙ୍କର ୨୪ଟି ବଳରେ ୬୦ ରନ ମ୍ୟାଚକୁ ଡ୍ର କରି ରଖିଦେଲା । କିନ୍ତୁ ଶେଷରେ ସୁପର ଓଭରରେ ଆରସିବିର ଟିମ ବହୁତ ସହଜରେ ଏହି ମ୍ୟାଚକୁ ଜିତି ନେଲେ । କିନ୍ତୁ ଏହି ସବୁ ମଧ୍ୟରେ ହାର୍ଦିକ ପାଣ୍ଡ୍ୟା ନିଜ ଖେଳକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । କହିବାକୁ ଗଲେ ମ୍ୟାଚ ପରେ ସେ ନିଜର ଇଣ୍ଟରଭିୟୁରେ କହିଲେ କି ଆପଣ ଜିତିବା ପାଇଁ ହିଁ ଖେଳନ୍ତି ଓ ଯେତେବେଳ ଆପଣଙ୍କ ଟିମ ଜିତିବାର ପାଖାପାଖି ହୋଇ ମଧ୍ୟ ଶେଷ ସମୟରେ ହାରିଯିବ ତେବେ ଦୁଖ ତ ଲାଗେ ।

କିନ୍ତୁ ଗୋଟିଏ ପଟେ ମୁଁ ଖୁସି ବି ଅଛି କି ଇସାନ କିଶାନ ଓ କିରଣ ପୋଲାଡ ଆଜି ଭଲ ବ୍ୟାଟିଙ୍ଗ କରିଛନ୍ତି । କିନ୍ତୁ କେଉଁଠି ନା କେଉଁଠି ଭୁଲ ମୋର ବି ଅଛି । କାରଣ ଯେତେବେଳେ ମୋତେ ମ୍ୟାଚ ଓ ସୁପର ଓଭରରେ ବ୍ୟାଟିଙ୍ଗ ମିଳିଲା ତେବେ ମୁଁ ଟିମ ପାଇଁ ଅଧିକ ରନ କରି ପାରିଲି ନାହିଁ । ଏହା ପରେ ପାଣ୍ଡ୍ୟା ଆଗକୁ କହିଲେ କି ଏହି ମ୍ୟାଚ ହାରିବାର ଦୁଖ ମୋତେ ସବୁବେଳେ ରହିବ । ମୋତେ ଏହି ମ୍ୟାଚ ସବୁଦିନ ପାଇଁ ମନେ ରହିବ ।

ଏହା ଛଡା ଏହି ହାର ଆମକୁ ବହୁତ କିଛି ଶିଖାଇ ବି ଦେଇଛି ଆସନ୍ତା ମ୍ୟାଚ ପାଇଁ । ଏମିତିରେ ଆମର ପୁରା ଧ୍ୟାନ ଆସନ୍ତା ମ୍ୟାଚ ଉପରେ ରହିବ । କହିବାକୁ ଗଲେ ପାଣ୍ଡ୍ୟା ଏହି ପରାଜୟ ପାଇଁ କେଉଁଠି ନା କେଉଁଠି ନିଜକୁ ହିଁ ଦାୟି ମାନୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।