SSR ମାମଲା- Sara ଅଲି ଖାନ NCB ଙ୍କୁ କହିଲେ ସୁଶାନ୍ତଙ୍କ ସବୁ ସତ

NCB ଓ CBIର ଟିମ ସୁଶାନ୍ତଙ୍କ ମାମଲାରେ ଓ ଡ୍ରଗ ମାମଲାରେ ବଲୀଉଡର ବହୁତ ଷ୍ଟାରମାନଙ୍କୁ ଜେରା କରିସାରିଛନ୍ତି ଓ ଅନ୍ୟ କେତେକ ଷ୍ଟାରଙ୍କୁ ଜେରା କରିବ ବୋଲି କୁହାଯାଉଛି । ଏମିତିରେ ଗତ କିଛି ଦିନ ତଳେ NCBର ଟିମ ସାରା ଅଲି ଖାନଙ୍କୁ ସୁଶାନ୍ତଙ୍କ ମାମଲାରେ ଓ ଡ୍ରଗ ମାମଲାରେ ଜେରା କରିବା ପାଇଁ ତାଙ୍କୁ NCBର ଅଫିସକୁ ଡ଼ାକିଥିଲେ । ଯେଉଁଥିରେ ଘଣ୍ଟା ଘଣ୍ଟା ଧରି ସାରା ଅଲି ଖାନଙ୍କୁ NCB ବିଭିନ୍ନ ପ୍ରକାରର ପ୍ରଶ୍ନ କରିଛନ୍ତି ।

ଏହି ସମୟରେ ସାରା ସୁଶାନ୍ତ ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବି NCBକୁ କହିଲେ । ଖବର ଅନୁସାରେ ସାରା ଏହା ବି ସ୍ଵୀକାର କରିଲେ କି ସେ ସୁଶାନ୍ତଙ୍କୁ ଡେଟ କରୁଥିଲେ । ଏହା ସହିତ ସେ ଏହା ବି କହିଲେ କି ସୁଶାନ୍ତଙ୍କ ସହିତ ତାଙ୍କର ବ୍ରେକଅପ କାହିଁକି ହେଲା ।

ସାରା କହିଲେ କି ସୁଶାନ୍ତ ଏହି ରିଲେଶନସିପକୁ ନେଇ ଅଧିକ ସିରିୟସ ନ ଥିଲେ । ଏତିକି ନୁହେଁ ସେ ଏହା ବି କହିଲେ କି ସୁଶାନ୍ତ ନିଜର ରିଲେସନସିପକୁ ନେଇ ବହୁତ ପଜେସିବ ରହୁଥିଲେ ଓ ସେ ତାଙ୍କୁ କହୁଥିଲେ କି ସେ ତାଙ୍କର ଫିଲ୍ମ ମେକରକୁ କୁହନ୍ତୁ କି ତାଙ୍କର ଆସନ୍ତା ଫିଲ୍ମରେ ସୁଶାନ୍ତଙ୍କୁ ହିଁ ସାଇନ କରନ୍ତୁ । NCB ଦ୍ଵାରା କରାଯାଇଥିବା ପୁଛତାଛରେ ସାରା ଅଲି ଖାନ କହିଲେ କି ଫେବ୍ରୁୟାରୀ ୨୦୧୮ରେ ଫିଲ୍ମ କେଦାରନାଥର ଶୁଟିଙ୍ଗ ଆରମ୍ଭରୁ ହିଁ ଦୁଇ ଜଣ ପରସ୍ପରକୁ ଡେଟ କରିବା ଆରମ୍ଭ କରି ଦେଇଥିଲେ ।

ଏତିକି ନୁହେଁ ସାରା ସୁଶାନ୍ତଙ୍କ ସହିତ ତାଙ୍କ ଘରେ ରହିବା ପାଇଁ ବି ଚାଲି ଯାଇ ଥିଲେ । ସେ ଏହା ବି କହିଲେ କି ସେ ଥାଇଲ୍ୟାଣ୍ଡ ଟିପରେ ବି ସୁଶାନ୍ତଙ୍କ ସହିତ ଯାଇଥିଲେ । ଏହା ପରେ ସାରା ଆଗକୁ କହିଲେ କି ସେ ସୁଶାନ୍ତଙ୍କ ଫାର୍ମହାଉସକୁ ବି ଯାଇସାରିଛନ୍ତି । କିନ୍ତୁ ଯେତେବେଳ ସାରାଙ୍କୁ ଡ୍ରଗ୍ସ ଉପରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ସେ ଡ୍ରଗ୍ସ ନିଅନ୍ତି ନାହିଁ । କିନ୍ତୁ ସେ ସିଗାରେଟ ସେବନର କଥାକୁ ସ୍ଵୀକାର କରିଛନ୍ତି । କିନ୍ତୁ ସାରା କହିଲେ କି ସୁଶାନ୍ତ ଡ୍ରଗ୍ସ ନେଉଥିଲେ ।

ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ସୋସିଆଲ ମିଡିଆରେ ଏକ ପୋସ୍ଟରେ ସାରା ଓ ସୁଶାନ୍ତଙ୍କ ରିଲେଶନସିପକୁ ନେଇ ବହୁତ କିଛି ଶେୟାର କରିଥିଲେ । ସେ କହିଥିଲେ କି ସୁଶାନ୍ତ ଓ ସାରା ପରସ୍ପରକୁ ବହୁତ ଭଲ ପାଉ ଥିଲେ । ଏହା ସହିତ ସାମୁଏଲ ଗୋଟିଏ ଇଣ୍ଟରଭିୟୁରେ ବି ଖୋଲିକରି କହିଥିଲେ କି ସାରା, ମୁଁ ଓ ସୁଶାନ୍ତ ଏକାଠି ସବୁ ଜାଗାକୁ ବୁଲୁ ଥିଲୁ । ସାରା ଓ ସୁଶାନ୍ତ ପରସ୍ପରକୁ ସମ୍ମାନ ବି କରୁଥିଲେ ।

କିନ୍ତୁ ଅନ୍ୟ ପଟେ ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ NCB ରିୟାଙ୍କୁ ଗିରଫତାର କରିଛନ୍ତି । ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ବି ଜେଲରେ ଅଛନ୍ତି । ରିୟା ପୁଛତାଛରେ ୨୬ ଜଣ ଷ୍ଟାରଙ୍କ ନାଁ ନେଇଛନ୍ତି । ଯେଉଁଥିରେ ଦୀପିକା ପାଦୁକୋଣ, ରାକୁଳ ପ୍ରୀତ ଓ ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କ ନାଁ ବି ସାମିଲ ଅଛି । NCB ଏହି ସମସ୍ତଙ୍କୁ ପୁଛତାଛ କରି ସାରିଛି ଓ କୁହାଯାଉଛି କି NCB ଏମାନଙ୍କ ଘରକୁ ବି ଯାଇ ଯାଞ୍ଚ କରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।