ଆଜିର ରାଶିଫଳ, 30 ସେପ୍ଟେମ୍ବର 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆତକୀ ଥିବା ଧନ ମିଳିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ପରିବାରରେ ଆପଣଙ୍କ କାମର ପ୍ରଶଂସା କରିବେ । ନୂତନ ଯୋଜନା କରି କାମ କରିଲେ ବ୍ୟବସାୟରେ ଲାଭ ମିଳିବ । କଲେଜରେ ଆପଣଙ୍କୁ ଆଡମିସନ ମିଳିବ । ଏହି ସମୟରେ ମିଶ୍ରିତ ଫଳ ମିଳିବ । ଆପଣଙ୍କ ପାଇଁ ସମୟ ଭଲ ଅଛି । ଆପଣଙ୍କ ଆର୍ଥିକ ପରିସ୍ଥିତି ଭଲ ରହିବ । ଆପଣଙ୍କୁ ଚତୁର୍ଦିଗରୁ ଧନ ଲାଭ ହେବ । ଆପଣଙ୍କୁ ମିଶ୍ରିତ ଫଳ ମିଳିବାରୁ ଏହି ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ଆପଣ ଖୁସିରେ ରହିବେ । ଭଗବାନ ବିଷ୍ଣୁଙ୍କୁ ମିଶିରିର ଭୋଗ ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଚାକିରି କରୁଥିବା ଲୋକଙ୍କୁ ସଫଳତା ମିଳିବ । ବ୍ୟବସାୟଙ୍କୁ ଆୟର ନୂତନ ମାର୍ଗ ମିଳିବ । ଅଫିସରେ ସମସ୍ତଙ୍କ ସହଯୋଗ ମିଳିବ । ଯେଉଁ କାର୍ଯ୍ୟରେ ପରିଶ୍ରମ କରିବେ ସେଥିରେ ସଫଳତା ମିଳିବ । ପ୍ରତିଯୋଗୀତା କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଦ୍ଵାରା କୃତକାର୍ଯ୍ୟ ହେବେ । ଆପଣ ନିଜର ବାପାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ଆୟରେ ବୃଦ୍ଧି ହେବ । କଠିନ ପରିଶ୍ରମ କରନ୍ତୁ ।

ମିଥୁନ

ଆଜି ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ସାବଧାନ ରହିବାକୁ ହେବ । କୌଣସି କାମରେ ଘରର ବଡ ଲୋକଙ୍କ ପରାମର୍ଶ ନିଅନ୍ତୁ ତେବେ ନିଶ୍ଚିତ ରୂପରେ ସଫଳ ହେବେ । ପାଠ ପଢାରେ ମନ ଲାଗିବ ନାହିଁ । ବିଭିନ୍ନ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ପାରିବାରିକ ଜୀବନ ବହୁତ ଖୁସିରେ ବିତିବ । ଆପଣ ଅଧିକ ପରିଶ୍ରମ କରିବେ । ନିଜ ପରିବାରକୁ ସମୟ ଦେଇ ପାରିବେ ନାହିଁ ଏଥିପାଇଁ ପରିବାରଲୋକମାନେ ଆପଣଙ୍କ ଉପରେ ବିରକ୍ତ ହେବେ । ଆଜି ମନ୍ଦିରରେ ଘିଅର ଦୀପ ଜଳାନ୍ତୁ ଆପଣଙ୍କର ସବୁ କାମ ହୋଇଯିବ ।

କର୍କଟ

ଆଜି ଘରର ବାତାବରଣ ଆପଣଙ୍କୁ କିଛି ନୂଆ କରିବାରେ ପ୍ରେରଣା ଦେବେ । ବ୍ୟବସାୟରେ ନୂଆ ଲୋକଙ୍କ ସହ ଜଡିତ ହେବେ । ଅଧିକ ଚିନ୍ତା କରିବେ । ଏହି ସମୟରେ ଘରର କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ବିବାହ ଅଥବା ସନ୍ତାନର ଜନ୍ମଦିନ ହେବାର ସମ୍ଭବନା ଅଛି । କ୍ୟାରିୟରକୁ ନେଇ ଆପଣ ଚିନ୍ତିତ ରହିବେ । ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ । ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ

ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଦିନଟି ଅନୁକୂଳ ରହିବ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଆପଣ ସବୁ କାର୍ଯ୍ୟରେ ଉଚିତ ପରିଣାମ ପାଇବେ । ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ । ପରିବାର ପାଇଁ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି । କୌଣସି ପ୍ରସିଦ୍ଧ ବ୍ୟକ୍ତି ସହ ଆପଣଙ୍କର ଦେଖା ହୋଇପାରେ । ଆପଣ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ସମସ୍ତଙ୍କ ସହ ସମ୍ବନ୍ଧ ଭଲ ରହିବ ।

କନ୍ୟା

ଆଜି ଆପଣଙ୍କର ମନ ପ୍ରସନ୍ନ ରହିବ । ଆପଣଙ୍କର ସରକାରୀ କାମରେ କିଛି ଲୋକମାନଙ୍କର ସହଯୋଗ ମିଳିପାରେ । ଆପଣ ନିଜର ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଆପଣ ପୂର୍ବରୁ କରିଥିବା ପ୍ରୟାସରେ ବର୍ତ୍ତମାନ ସମୟରେ ଭଲ ଫଳ ପ୍ରାପ୍ତ କରିବେ । ବ୍ୟବସାୟରେ ନିବେଶ କରିବା ପାଇଁ ଏହି ସମୟଟି ବହୁତ ଭଲ ଅଟେ । ଆପଣ ନିଜ ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଭଲ ରଖନ୍ତୁ । ବାଦ ବିବାଦକୁ ଆଗକୁ ବଢିବାକୁ ଦିଅନ୍ତୁ ନାହିଁ । ପିଲମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତୁ । ମା ବାପାଙ୍କ ଆଶୀର୍ବାଦ ନିଅନ୍ତୁ, ପାରିବାରିକ ସମ୍ପର୍କ ମଜବୁତ ରହିବ ।

ତୁଳା

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । କିଛି କାମରେ ସଫଳତା ମିଳିବ କିନ୍ତୁ ଅଚିହ୍ନା ଲୋକଙ୍କୁ ବିଶ୍ଵାସ କରନ୍ତୁ ନାହିଁ । ଆପଣଙ୍କ ବୈବାହିକ ଜୀବନ ଖୁସିରେ ବିତିବ ଏବଂ ଆଜି ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ । ଆପଣଙ୍କ ସନ୍ତାନଙ୍କର ପ୍ରଗତିରେ ଆପଣ ଖୁସି ଅନୁଭବ କରିବେ । ଆପଣଙ୍କୁ ସେୟାର ଓ ଜୁଆ ଭଳି ବ୍ୟବସାୟରେ ଲାଭ ମିଳିବ । କୌଣସି କାର୍ଯ୍ୟରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ନିଜ ଖର୍ଚରେ ନିୟନ୍ତ୍ରଣ ରଖନ୍ତୁ । ମନ୍ଦିରରେ କ୍ଷୀର ଦାନ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଭାଇ ଭଉଣୀଙ୍କ ସାହାର୍ଯ୍ୟରେ ସବୁ କାମରେ ସଫଳତା ମିଳିବ । ପରିବାର ସହିତ ଆନନ୍ଦରେ ସମୟ ବିତିବ । ଘର ତିଆରି କରିବା ପାଇଁ ସୁଯୋଗ ମିଳିବ । ଏହି ବର୍ଷ ବହୁତ ଉପାୟରେ ଧନ ମିଳିବାର ସମ୍ଭାବନା ଅଛି । ସତର୍କତାର ସହ ଧନ ନିବେଶ କରିଲେ ହିଁ ଭଲ ଲାଭ ମିଳିବ ଏବଂ ସଞ୍ଚୟ ମଧ୍ୟ କରିବେ । ନିଜ ଦାୟିତ୍ଵ ପ୍ରତି ଧ୍ୟାନ ଦିଅନ୍ତୁ । ଶଶୁର ଘର ସହ ମତଭେଦ ହୋଇପାରେ । ଜୀବନସାଥିଙ୍କ ସହ ମତଭେଦ ହୋଇପାରେ । ଗରିବଲୋକଙ୍କୁ ଖାଇବାକୁ ଦିଅନ୍ତୁ ସବୁ ସମସ୍ୟା ଦୂର ହେବ ।

ଧନୁ

ଆଜି ଆପଣଙ୍କ ଦିନ ଭଲରେ ଯିବ । ନିଜ କାମକୁ ନେଇ କରିଥିବା ଯାତ୍ରାରେ ଲାଭ ମିଳିବ । ସମାଜରେ ପ୍ରତିଷ୍ଠା ମିଳିବ । ନିଜ ଶିକ୍ଷାର ଦମରେ ଆପଣଙ୍କୁ ଆଗକୁ ବଢିବାକୁ ସୁଯୋଗ ମିଳିବ । ପରିବାରରେ ନିଜ ଭିତରେ ତାଳ ମେଳ ଓ ସାହାର୍ଯ୍ୟ ସଦଭାବନା ରହିବା ଦ୍ଵାରା ପାରିବାରିକ ଖୁସି ପ୍ରାପ୍ତି ହେବ ଓ ନିଜ ନିଜ ଭିତରେ ପ୍ରତିଷ୍ଠା ବଢିବ । ନିଜ ଖର୍ଚରେ ନିୟନ୍ତ୍ରଣ ରଖନ୍ତୁ ଓ ଭାବି ଚିନ୍ତି ଟଙ୍କା ଦେବା ନେବା କରନ୍ତୁ । ପାଠ ପଢାରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ମା ଦୂର୍ଗାଙ୍କୁ ନାଲି ରଙ୍ଗର ଲୁଗା ପ୍ରଦାନ କରନ୍ତୁ ସବୁ ସମସ୍ୟା ଦୂର ହେବ ।

ମକର

ଆଜି ଆପଣଙ୍କୁ ଭଲ ଖବର ମିଳିବ । ଅଫିସ କାର୍ଯ୍ୟରେ ଆପଣ ସଫଳତା ପାଇବେ । ପରିବାରରେ ସୁଖ ଶାନ୍ତି ରହିବ ତଥା ଆପଣଙ୍କୁ ପରିବାରର ପୁରା ସହଯୋଗ ମିଳିବ ଏବଂ ନିଜ ପରିବାର ପ୍ରତି ନିଜର କର୍ତବ୍ୟକୁ ଠିକ ସେ ତୁଲାଇବେ । ପରିବାରର ସବୁ ସମସ୍ୟା ଦୂର ହେବ । ବ୍ୟବସାୟରେ ପ୍ରଗତି କରିବେ । ନୂଆ ବ୍ୟବସାୟରେ ସଫଳତା ମିଳିବ । ଚାକିରି ହେଉ ଅଥବା ବ୍ୟବସାୟ ହେଉ ସେଥିରେ କଠିନ ପରିଶ୍ରମ କରିବା ଦ୍ଵାରା ହିଁ ଲାଭ ମିଳିବ । ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆଜିର ଦିନଟି ଆପଣଙ୍କ ସପକ୍ଷରେ ଯିବ । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ଲୋକଙ୍କ ସହଯୋଗ ମିଳିବ । ପରିବାରରେ ନିଜ ଦାୟିତ୍ଵ ପୂରଣ କରିବା ଦ୍ଵାରା ପରିବାରରେ ତଥା ସମାଜରେ ପ୍ରତିଷ୍ଠା ମିଳିବ । ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସେହି କ୍ଷେତ୍ରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଯାହା ଫଳରେ କି ଆପଣଙ୍କୁ ବ୍ୟବସାୟରେ କ୍ଷତି ହେବ ନାହିଁ । ପରିଶ୍ରମ ଦ୍ଵାରା ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ । ଆପଣ କାମରୁ ଛୁଟି ନେଇ ଅଳ୍ପ ବିଶ୍ରାମ କରନ୍ତୁ ନଚେତ ସ୍ୱାସ୍ଥ୍ୟରେ ଅବନ୍ନତି ହୋଇପାରେ । ଗଣେଶଙ୍କୁ ବୁନ୍ଦିର ଲଡୁ ପ୍ରଦାନ କରନ୍ତୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ।

ମୀନ

ଆଜି ଆପଣଙ୍କୁ ସମାଜରେ ପ୍ରତିଷ୍ଠା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ ତଥା ଆମଦାନୀର ଭଲ ମାର୍ଗ ମିଳିବ । ଚାକିରିରେ ସ୍ଥାନାନ୍ତର ତଥା ନୂଆ ଚାକିରି ମିଳିପାରେ । ଯେଉଁ ଲୋକମାନେ କୌଣସି କାରାଖାନ, ମିଲ, ଗ୍ୟାସ, ପେଟ୍ରୋଲିୟମ, ଖଣିଜ, ଅନୁସନ୍ଧାନ, ଏକାଡେମିକ ଗତିବିଧି, ଚାଟାଡ ଆକାଉଣ୍ଟ ଆଦି କାର୍ଯ୍ୟ କରୁଛନ୍ତି ସେହି ବ୍ୟକ୍ତିଙ୍କୁ ଭଲ ସଫଳତା ମିଳିବ । ଆର୍ଥିକ ସ୍ଥିତି ସବୁ ବ୍ୟକ୍ତିଙ୍କ ଜୀବନରେ ଭଲ ରହିବ । ପିମ୍ପୁଡିଙ୍କୁ ଅଟା ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।