କରୋନା ଭାଇରସ ବିପକ୍ଷରେ ବଡ ସଫଳତା, ସୁପର କମ୍ପ୍ୟୁଟର ଖୋଜି ବାହାର କରିଛି ସଂକ୍ରମଣକୁ ଅଟକାଉଥିବା ୭୭ ଟି କମ୍ପାଉଣ୍ଡ

ଚୀନ ର ଊହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସର ଶିକାର ଇଣ୍ଡିଆ ସହିତ ଦୁନିଆର ଲକ୍ଷ ଲକ୍ଷ ଲୋକ ହେଇସାରିଛନ୍ତି । ଏହାର ଭ୍ୟାକ୍ସିନକୁ ବାହାର କରିବା ଉପରେ ଦୁନିଆର ଅନେକ ଦେଶ ରିସର୍ଚରେ ଲାଗି ପଡିଛନ୍ତି । ଆମେରିକାରେ ଯେଉଁଠି ଏହାର ଭ୍ୟାକ୍ସିନ ମାନବ ଶରୀରରେ ପରୀକ୍ଷଣ ହୋଇ ସାରିଛି ସେଇଠି ଭାରତରେ ଔଷଧ କମ୍ପାନୀ ଶିଲ୍ପା ୬ ମାସରେ ଏହାର ଔଷଧ ବାହାର କରିବାର ପ୍ରତିଶୃତି ଦେଇଛି । କରୋନା ଭାଇରସର ଷ୍ଟ୍ରେନକୁ ଅଲଗା କରିବାରେ ବି ଚୀନ ସହିତ ଅନ୍ୟ ଦେଶମାନେ ବି ସଫଳତା ପାଇଛନ୍ତି । କିନ୍ତୁ ସାରା ଦୁନିଆର ବୈଜ୍ଞାନିକମାନଙ୍କ ପାଇଁ ଚୁନୋତି ଅଟେ କି ସାରା ଦୁନିଆରେ ଯେତେ ଶୀଘ୍ର କରୋନା ବ୍ୟାପୁଛି ତା’ ଠାରୁ ଅଧିକ ଶୀଘ୍ର ରିସର୍ଚ କରିବାକୁ ହେବ, ଯାହା ଦ୍ଵାରା ଏହି ଭାଇରସକୁ ହରା ଯାଇପାରିବ । ଏହି ଦିଗରେ ବୈଜ୍ଞାନିକମାନେ ବି କାମ କରୁଛନ୍ତି ।

ବୈଜ୍ଞାନିକମାନେ କରୋନା ଭାଇରସର ଚିକିତ୍ସା ବାହାର କରିବା ପାଇଁ ସୁପର କମ୍ପ୍ୟୁଟରର ସାହାର୍ଯ୍ୟ ନେଉଛନ୍ତି । ଦୁନିଆର ସବୁଠୁ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ସମିଟ ସାହାର୍ଯ୍ୟରେ ବୈଜ୍ଞାନିକମାନେ ଔଷଧର ଏମିତି ୭୭ ଟି କମ୍ପାଉଣ୍ଡ ବା ରସାୟନ ଖୋଜି ବାହାର କରିଛନ୍ତି ଯାହା କରୋନା ଭାଇରସ ସଂକ୍ରମଣକୁ ଅଟକାଇବାରେ ସକ୍ଷମ ଅଟେ । ବୈଜ୍ଞାନିକମାନଙ୍କର କହିବା ଅଟେ କି ଏହା ଦ୍ଵାରା କରୋନା ଭାଇରସ ପାଇଁ ଭ୍ୟାକ୍ସିନ ତିଆରି କରିବାରେ ସାହାର୍ଯ୍ୟ ମିଳିପାରିବ ।

ଏଆଇ ମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ ଏହି ସୁପର କମ୍ପ୍ୟୁଟର ଯେଉଁ ୭୭ ଟି କେମିକାଲକୁ ଖୋଜି ବାହାର କରିଛି ତାହା କରୋନା ଭାଇରସକୁ ଶରୀରର ଅନ୍ୟ କୋଶିକା ରେ ସଂକ୍ରମଣ ହେବାକୁ ଅଟକାଇଥାଏ । ଅକ ରିଜ ନ୍ୟାସନାଲ ଲାବୋରେଟୋରି ପ୍ରକାଶିତ କରିଥିବା ଏକ ହେଲ୍ଥ ଜର୍ନାଲ ରେ କୁହାଯାଇଛି କି ଏଥିରୁ କରୋନା ଭାଇରସ ସଂକ୍ରମଣରେ ତତ୍କାଳ ଆରାମ ପହଞ୍ଚାଉଥିବା ଔଷଧ ତିଆରି କରିବାରେ ସାହାର୍ଯ୍ୟ ମିଳିବ ।

ଜଣା ପଡିଛି କି 180 ରୁ ଅଧିକ ଦେଶରେ ବ୍ୟାପିଥିବା ଏହି କରୋନା ଭାଇରସ ଦ୍ଵାରା ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ବର୍ତ୍ତମାନ ସୁଧା ୧୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଇ ସାରିଲାଣି । କିନ୍ତୁ ଭଲ କଥା ଏହା ଅଟେ କି ୯୫ ହଜାରରୁ ଅଧିକ ଲୋକ ଠିକ ହୋଇ ଯାଇଛନ୍ତି ।