ଜନତା କର୍ଫ୍ୟୁକୁ ଲୋକମାନେ ଏମିତି କଲେ ସମର୍ଥନ, ରାସ୍ତା ଖାଲି, ଦେଶର ଅବସ୍ଥା ଦେଖନ୍ତୁ ଫଟୋରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧକୁ ସଫଳ କରିବା ପାଇଁ ଲୋକମାନଙ୍କୁ ରବିବାର ଦିନ ‘ଜନତା କର୍ଫ୍ୟୁ’ର ଅଂଶ ହେବା ପାଇଁ ଅନୁରୋଧ କରିଥିଲେ । ପିଏମ ମୋଦୀ ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତାକୁ ବଢାଇବା ପାଇଁ ରବିବାର ଦିନ ସକାଳ ୭ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ର ପ୍ରସ୍ତାବ ରଖିଥିଲେ ।

ପିଏମ ମୋଦୀଙ୍କ ଏହି ଅପିଲକୁ ପୁରା ଦେଶ ବର୍ତ୍ତମାନ ସମର୍ଥନ କରୁଛି । ଯଦି ଆପଣ ଆମର ଏହି ଫଟୋ ଗୁଡିକ ଦେଖିବେ ତ ଦେଶର ସମସ୍ତ ରାସ୍ତା ଖାଲି ପଡିଛି । ଆମେ ଆପଣଙ୍କୁ ଫଟୋ ଜରିଆରେ ଦେଶରେ ଚାଲୁଥିବା ଜନତା କର୍ଫ୍ୟୁର କିଛି ଦୃଶ୍ୟ ଦେଖାଇବାକୁ ଯାଉଛୁ ।

କେବେ ବି ନ ଶୋଇବା ଓ କେବେ ବି ନ ବନ୍ଦ ହେବା ପାଇଁ ଜଣା ଯାଉଥିବା ମାୟାନଗରୀ ମୁମ୍ବାଇର ରାସ୍ତା ରବିବାର ଦିନ ସକାଳ ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରସ୍ତାବିତ ‘ଜନତା କର୍ଫ୍ୟୁ’ କାରଣରୁ ଶୁନଶାନ ପଡିଛି ।

ମଧ୍ୟପ୍ରଦେଶର ରତଲାମର ଚାରିଆଡେ ଶୁନଶାନ ଦେଖିବାକୁ ମିଳିଛି ।

ଜାମ୍ମୁ – କାଶ୍ମୀରରେ ଜନତା କର୍ଫ୍ୟୁ ସମୟରେ ହୋଡାରେ ରାସ୍ତା ଖାଲି ନଜର ଆସୁଛି । ଏହି ସମୟରେ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ଜାମ୍ମୁ କାଶ୍ମୀର ପୋଲିସ ଲୋକମାନଙ୍କୁ ନିଜ ଘରେ ରହିବା ପାଇଁ ଅପିଲ କରୁଛନ୍ତି ।

ମେଘାଳୟର ଶିଲାଂଗରେ ଜନତା କର୍ଫ୍ୟୁ କାରଣରୁ ହୋଇଛି ଜନଶୂନ୍ୟ ।

ପଟନାର ଏକ ସ୍ଥାନୀୟ ନିବାସୀ ରାକେଶ ଚୌଧରୀ ଦେଶରେ କରୋନା ଭାଇରସ କାରଣରୁ ବଢୁଥିବା ମାମଲା ମଧ୍ୟରେ ପଟନାରେ ପୋଲିସ ଓ ଟ୍ରାଫିକ ପୋଲିସକର୍ମୀମାନଙ୍କୁ ହ୍ୟାଣ୍ଡ ସ୍ୟାନିଟାଇଜର ବାଣ୍ଟୁଛନ୍ତି । ସେ କହିଲେ କି, ପୁରା ଦେଶ କରୋନା ଭାଇରସ ବିରୁଦ୍ଧରେ ଲଢୁଛି । ଏହା ମୋର ତାହା ସହିତ ଲଢିବାର ଉପାୟ ଅଟେ ।

ଦିଲ୍ଲୀ ପୋଲିସକର୍ମୀ ରାସ୍ତା ଉପରେ ସ୍ଥାନୀୟ ଲୋକମାନଙ୍କୁ ଫୁଲ ଦେଉଛନ୍ତି ଓ ତାଙ୍କୁ ଘରେ ରହି ଜନତା କର୍ଫ୍ୟୁକୁ ସମର୍ଥନ କରିବା ପାଇଁ ଅପିଲ କରୁଛନ୍ତି ।

କରୋନାର ବଢୁଥିବା ମାମଲାକୁ ରୋକିବା ପାଇଁ ଦେଶରେ କର୍ଫ୍ୟୁ ଜାରି ଅଛି । ହାଇଦ୍ରାବାଦର ହିମାୟତନଗର ହୋଇଛି ଶୁନଶାନ ।

କେରଳର ତ୍ରିବେନ୍ଦ୍ରମରେ ସୁନସାନ ପଡିଛି ରାସ୍ତା ।

ଜନତା କର୍ଫ୍ୟୁ କାରଣରୁ କର୍ନାଟକର ବଂଗଲୂରୂରେ ସ୍ଥିତି ମଜେସ୍ଟିକ ବସ ଅଡ୍ଡା ଖାଲି ପଡିଛି ।

ଜନତା କର୍ଫ୍ୟୁ କାରଣରୁ ଶୁନଶାନ ପଡିଛି ଝାରଖଣ୍ଡର ରାଞ୍ଚିର ରେଲୱେ ଷ୍ଟେସନ ।

ମଣିପୁରର ଇମ୍ଫାଲରେ ଜନତା କର୍ଫ୍ୟୁର ସମର୍ଥନରେ ରାସ୍ତା ଖାଲି ନଜର ଆସୁଛି ।

ତ୍ରିପୁରାର ଅଗରତାଲାର ରାସ୍ତା ଖାଲି ନଜର ଆସୁଛି । ଲୋକମାନେ ଘରେ ରହି ନିଜର ସମର୍ଥନ ଦେଉଛନ୍ତି ।

ଦେଶରେ ଜନତା କର୍ଫ୍ୟୁ କାରଣରୁ କେରଳର ତ୍ରିବେନ୍ଦ୍ରମର ସମୁଦ୍ର କୂଳ ଜନତା ଶୂନ୍ୟ ହୋଇ ଯାଇଛି । ଏହା ହେଉଛି ସେହି ସ୍ଥାନର କିଛି ଫଟୋ ।