ପାକର କାୟରତା ପୂର୍ଣ୍ଣ କାମ ବନ୍ଦ ହେଉନି, ହୀରାନଗରରେ ବୋମାବାରି

କହିବାକୁ ଗଲେ ଯେଉଁଠି ବର୍ତ୍ତମାନ ସମୟରେ ପୁରା ଦୁନିଆ କରୋନା ଭାଇରସ କାରଣରୁ ଚିନ୍ତିତ ଅଛି ଓ ସବୁ ଦେଶ ଏହି ଭାଇରସର ଚିକିତ୍ସା ବାହାର କରିବା ପାଇଁ ଲାଗି ପଡିଛନ୍ତି ସେଠି ପାକିସ୍ତାନ ଇଣ୍ଡିଆର ସୀମା ଉପରେ ବୋମାବାରି କରିବାରେ ଲାଗିଛି । ପାକିସ୍ତାନ ଲଗାତାର ସଂଘର୍ଷ ବିରାମ ଉଲ୍ଲଂଘନ କରି ନିଜର ଖରାପ ଉଦ୍ଦେଶ୍ୟକୁ ଉଜାଗର କରିବାରେ ଲାଗିଛି । କହିବାକୁ ଗଲେ ବର୍ତ୍ତମାନ ହିଁ କିଛି ସମୟ ପୂର୍ବେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାକୁ ଉଲ୍ଲଂଘନ କରି ଭାରତର ହୀରାନଗର ସେକ୍ଟର ଉପରେ ବୋମାବାରି କରିଛି ।

ଏହି ଭୟାଭୟ ବୋମାବାରିରେ ଗୋଟିଏ ପଶୁର ଜୀବନ ଯାଇଛି । ଏହା ସହିତ ଭାରତର ଦୁଇଟି ବଙ୍କରକୁ କ୍ଷତି ପହଞ୍ଚିଛି । କିନ୍ତୁ ଭାରତୀୟ ଯବାନ ବି ନିଜ ତରଫରୁ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । BSF ତରଫରୁ ପାକିସ୍ତାନକୁ ଏହି ଆକ୍ରମଣର ଜବାବ ମଧ୍ୟ ଦିଆଯାଇଛି । ଏହା ପୂର୍ବରୁ ଗୁରୁବାର ଦିନ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀରର ପୁଂଛ ଜିଲ୍ଲାର ଦେବାର ସେକ୍ଟର ଉପରେ ଭାରି ମୋର୍ଟାର ଶେଲିଂଗ ଆରମ୍ଭ କରିଥିଲେ ।

ଏତିକି ନୁହେଁ ପାକିସ୍ତାନ ନିଜର ଗୋଲାବାରିର ରେଞ୍ଜ ବଢାଇ ଭାରତର ଜନବସତି ଅଞ୍ଚଳକୁ ବି ଟାର୍ଗେଟ କରିଛନ୍ତି । ଏହା ମଧ୍ୟରେ ସୀମାରୁ ପାଖପାଖି ୧୦ କିଲୋମିଟର ଦୂରରେ ସ୍ଥିତ ଜନବସତି ଅଞ୍ଚଳରେ ଏକ ବୋମା ଆସି ପଡିଛି । ଏହି ଘଟଣା ପରେ ସ୍ଥାନିୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ଲୋକମାନେ କହିଛନ୍ତି କି ୨୦ ବର୍ଷ ପରେ ଏହିଭଳି ଘଟଣା ହୋଇଛି ଯେତେବେଳେ ସହର ଭିତରେ ପାକିସ୍ତାନର ବୋମା ଆସି ପଡିଛି ।