10 ଜଣ ହିରୋଇନ ଯେଉଁମାନେ ନିଜ ରିଅଲ ଲାଇଫରେ ନେଇ ସାରିଛନ୍ତି ଡିଭୋର୍ସ

ଟିଭି ଇଣ୍ଡଷ୍ଟ୍ରିର ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର କୋଷ୍ଟାରଙ୍କ ସହ କାମ କରୁ କରୁ ତାଙ୍କୁ ହିଁ ନିଜର ହୃଦୟ ଦେଇ ବସିଥିଲେ ଓ ଦେଖୁ ଦେଖୁ ସେମାନେ ବିବାହ ବି କରିନେଲେ । କିନ୍ତୁ କିଛି ଦିନ ପରେ ତାଙ୍କୁ ଲାଗିଲା କି ତାଙ୍କ ଦ୍ଵାରା ଭୁଲ ହୋଇ ଯାଇଛି । ଯେଉଁମାନଙ୍କ ମଧ୍ୟରୁ ଶାରୀରିକ ଯନ୍ତ୍ରଣା ବି ସହିବାକୁ ପଡିଛି ଓ ଶେଷରେ ସେମାନେ ଛାଡପତ୍ର ନେଇଗଲେ ।

କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀମାନେ ନିଜ ଜୀବନରେ ଏକୁଟିଆ ରହିଛନ୍ତି ତ ଅନ୍ୟ କିଛି ଷ୍ଟାରମାନେ ଦ୍ଵିତୀୟ ବିବାହ କରି ନେଇଛନ୍ତି । ଆପଣମାନେ ଜାଣିଛନ୍ତି କି ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ତାଙ୍କର ପ୍ରଥମ ବିବାହ ବିଛେଦ ପରେ ପୁଣି ବିବାହ କରିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଦୀପିକା କକ୍କଡ଼

ଦୀପିକା କକ୍କଡ଼ ଶୋହେବ ଇବ୍ରାହିମଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି । କିନ୍ତୁ ‘ସସୁରାଲ ଶିମରକା’ ସିରିୟଲରୁ ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ଦୀପିକା କକ୍କଡ଼ ୨୦୧୩ରେ ରୌନକ ସାମସନଙ୍କ ସହ ବିବାହ କରିଥିଲେ । ତାଙ୍କ ସହ ବିବାହ ବିଛେଦ ପରେ ଦୀପିକା କକ୍କଡ଼ ଦ୍ୱିତୀୟ ବିବାହ କରିଥିଲେ ।

ଶରଧା ନିଗମ

ଶରଧା ନିଗମ ଓ କରଣ ଗ୍ରୋବର ସିଂହଙ୍କ ବିବାହ ମାତ୍ର ୮ ମାସ ଚାଲି ଥିଲା । ଏହି ବିବାହ ଗୁରୁଦ୍ୱାରରେ ୨୦୦୮ରେ ହୋଇଥିଲା । ଆଉ ୨୦୦୯ରେ ବିବାହ ବିଛେଦ ହୋଇଥିଲା ।

ଗୌତମି

ଅଭିନେତ୍ରୀ ଗୌତମି ରାମ କପୁରଙ୍କୁ ବିବାହ କରିବା ପୂର୍ବରୁ ଜଣେ ଫଟୋଗ୍ରାଫର ମଧୁର ଶ୍ରଫଙ୍କୁ ବିବାହ କରିଥିଲେ । କିନ୍ତୁ ପରେ ଦୁଇ ଜଣ ନିଜର ଇଚ୍ଛାରେ ଛାଡପତ୍ର ନେଇ ଗଲେ । ଗୌତମି ରାମ କପୁରଙ୍କ ପ୍ରଥମ ସାକ୍ଷାତ ‘ଘର ଏକ ମନ୍ଦିର’ ଧାରାବାହିକର ସେଟରେ ହୋଇଥିଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ତାଙ୍କ ପରିବାର ଏହି ବିବାହରେ ବିରୋଧ କରୁଥିଲେ କିନ୍ତୁ ସେ ସମସ୍ତଙ୍କୁ ରାଜି କରାଇ ୨୦୦୩ରେ ବିବାହ କରିଥିଲେ । ବର୍ତ୍ତମାନ ସେ ବହୁତ ଖୁସିରେ ଅଛନ୍ତି ।

ଶ୍ୱେତା ତିବାରି

ଅଭିନେତ୍ରୀ ଶ୍ୱେତା ତିବାରି ୧୮ ବର୍ଷ ବୟସରେ ହିଁ ଭୋଜପୁରୀ ଅଭିନେତା ରାଜା ଚୌଧୁରୀଙ୍କୁ ପ୍ରଥମେ ବିବାହ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନ ରହିବାରୁ ବିବାହର ୯ ବର୍ଷ ପରେ ୨୦୦୭ରେ ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଗଲା । ଏହା ପରେ ଶ୍ୱେତା ତିବାରି ଅଭିନବ କୋହଲିଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ମଧ୍ୟ ସଫଳ ହୋଇ ପାରିଲା ନାହିଁ ।

ରେଣୁକା ଶହାଣେ

ଟିଭି ଧାରାବାହିକ ‘ଶୁରଭି’ରୁ ପ୍ରସିଦ୍ଧି ଲାଭ କରିଥିବା ରେଣୁକା ଶହାଣେ ୨୦୦୧ରେ ଆଶୁତୋଷ ରାଣାଙ୍କୁ ବିବାହ କରିବା ପୂର୍ବରୁ ସେ ମରାଠୀ ଫିଲ୍ମର ନିର୍ଦେଶକ ଓ ଲେଖକ ବିଜୟ କେଙ୍କରଙ୍କୁ ବିବାହ କରିଥିଲେ ।

ମାନିନୀ ଦେ

ମିହିର ମିଶ୍ର ଓ ମାନିନୀ ଦେ ବିବାହର ୧୬ ବର୍ଷ ପରେ ଅଲଗା ହୋଇଥିଲେ । ଜିମି ଜେସି କୋଈ ନେହିଁ ଧାରାବାହିକର ଅଭିନେତ୍ରୀ ମାନିନୀ ଦେ ଓ ସଂଜୀବନି ଧାରବାହିକର ଡାକ୍ତର ରାହୁଲ ଅର୍ଥାତ ମିହିର ମିଶ୍ର 2004ରେ ବିବାହ କରିଥିଲେ ।

ଅର୍ଚନା ପୁରନ ସିଂହ

ଅର୍ଚନା ପୁରନ ସିଂହ ବି ଦ୍ଵିତୀୟ ବିବାହ କରିଛନ୍ତି । ପୂର୍ବ ବୈବାହିକ ଜୀବନରେ ସବୁବେଳେ ଆଶାନ୍ତି ଆସିବାରୁ ସେ ପରମୀତ ସେଠୀଙ୍କୁ ୩୦ ଜୁନ ୧୯୯୨ ରେ ବିବାହ କରିଥିଲେ ।

ଜେନିଫର ୱିଂଗେଟ

ଜେନିଫର ୱିଂଗେଟ ୯ ଏପ୍ରିଲ ୨୦୧୨ରେ କରଣ ଶିଙ୍ଗ ଗ୍ରୋବରଙ୍କୁ ବିବାହ କରିଥିଲେ । କରଣଙ୍କ ଏହା ଦ୍ୱିତୀୟ ବିବାହ ଥିଲା । କିନ୍ତୁ ବିବାହର ଅଢେଇ ବର୍ଷ ପରେ ଅର୍ଥାତ ୨୦୧୪ରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ । ଏହା ପରେ କରଣ ବିପାସା ବାଶୁଙ୍କୁ ବିବାହ କରିଥିଲେ ।

ଜୁହୀ ପରମାର

ସଚିନ ଶ୍ରଫ ଓ ଜୁହୀ ପରମାର ୨୦୦୯ରେ ବିବାହ କରିଥିଲେ । କିନ୍ତୁ ବିବାହର ୯ ବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ୨୦୧୮ରେ ବିବାହ ଦୁଇ ଜଣ ଅଲଗା ହୋଇଗଲେ । କିନ୍ତୁ ତାଙ୍କର ଏହି ସମ୍ପର୍କରେ ଫାଟ ୨୦୧୧ରୁ ହିଁ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଝିଅ ଜନ୍ମ ହେବା ପରେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ ହୋଇ ଯାଇ ଥିଲା । ଶେଷରେ ସେମାନେ ଅଲଗା ହୋଇଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।