୧୭ ବର୍ଷ ପୂର୍ବେ TV ସିରିଏଲ “କହିଁ ତୋ ହୋଗା” ରେ ନଜର ଆସୁଥିବା ସୁଜଲ ଓ କଶିଶ ଯୋଡି ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି ….

ଟିଭି ଜଗତରେ ଅନେକ କଳାକାର ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । କେତେକ କଳାକାର ନିଜର ସୁନ୍ଦରତା, ଲୁକ ଓ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ବର୍ଷ ପୂର୍ବେ ଯେପରି ଦେଖା ଯାଉଥିଲେ ଆଜି ଦେଖିବାକୁ ସେମାନଙ୍କ ମଧ୍ୟରେ ବହୁତ ପରିବର୍ତ୍ତନ ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଗ ଅପେକ୍ଷା ବର୍ତ୍ତମାନ ତାଙ୍କର ଲାଇଫ ଷ୍ଟାଇଲ ବଦଳି ଯାଇଛି । ୨୦୦୩ରେ ପ୍ରସାରିତ ହେଇଥିବା “କହିଁ ତୋ ହୋଗା” ସିରିଏଲରେ ଅଭିନୟ କରି କସିସ ଚରିତ୍ରରେ ଅଭିନେତ୍ରୀ ଆମନା ସରିଫ ଖୁବ ଲୋକପ୍ରିୟ ହୋଇଥିଲେ ।

୧୯୮୨ ଜୁଲାଇ ୧୬ରେ ଅଭିନେତ୍ରୀ ଆମାନା ସରିଫ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୨୦୦୩ରେ ସେ ନିଜର ଅଭିନୟ ଦୁନିଆ “କହିଁ ତୋ ହୋଗା” ସିରିଏଲରୁ ଆରମ୍ଭ କରିଥିଲେ । ଏହା ପରେ ସେ “ହୋଙ୍ଗେ ନା ଜୁଦା ହମ”, “ଏକ ଥି ନାୟିକା” ସିରିଏଲରେ କମ କରିଥିଲେ । ଏହା ଛଡା ସେ “ଆଲୁ ଚାଟ ଆଓ ଉଇସ କରେ”, “ଏକ ଭିଲିଆନ” ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । “କହିଁ ତୋ ହୋଗା” ସିରିଏଲରେ ସୁଜଲ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ରାଜୀବ ଖଣ୍ଡେଲୱାଲ ୧୯୭୫ ଅକ୍ଟୋବର ୧୬ରେ ଜୟପୁରରେ ଜନ୍ମଗ୍ରହଣ କରିଥିଲେ ।

ସେ ୨୦୦୨ରେ “କ୍ଯା ହାକସା କ୍ଯା ହକିକତ” ସିରିଏଲରୁ ନିଜର ଅଭିନୟ ଦୁନିଆ ଆରମ୍ଭ କରିଥିଲେ । ଏହା ପରେ ସେ “କହିଁ ତୋ ହୋଗା”, “ସିଆଡି”, “ଲେଫ୍ଟ ରାଇଟ ଲେଫ୍ଟ” ସିରିଏଲରେ ଅଭିନୟ କରି ସାରିଛନ୍ତି । ଅଭିନେତା ରାଜୀବ ୨୦୧୫ରେ “ରିପୋଟର୍ସ” ଫିଲ୍ମରେ କାମ କରିଥିଲେ । କିନ୍ତୁ ଗତ ୧୮ବର୍ଷ ପରେ “କହି ତୋ ହୋଗା” ସିରିଏଲର ମୁଖ୍ୟ କଳାକାର ସୁଜଲ ଓ କସିସ ଚରିତ୍ରରେ ଅଭିନୟ କରିଥିବା ରାଜୀବ ଓ ଆମନା ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି ।

ଅଭିନେତ୍ରୀ ଆମନା ସରିଫ ଏହି ସିରିଏଲରେ ବହୁତ ସିମ୍ପଲ ଓ ସଂସ୍କାରୀ ଦେଖା ଯାଉଥିଲେ ଆଜି ସିଏ ୪୦ବର୍ଷରେ ବହୁତ ବୋଲ୍ଡ ଓ ହଟ ଦେଖା ଯାଉଛନ୍ତି । ସେ ତାଙ୍କର ଡ୍ରେସ ପିନ୍ଧିବା ଓ ହେୟାର ଷ୍ଟାଇଲକୁ ପରିବର୍ତ୍ତନ କରି ଏବେ ନୂଆ ଲୁକରେ ବହୁତ ଜରଜେସ ଦେଖା ଯାଉଛନ୍ତି । ୨୦୧୯ରେ ଆମନା “କସୋଟୀ ଜିନ୍ଦେଗୀ କି-୨”ରେ କୋମଳିକା ଭୂମିକାରେ କାମ କରିଛନ୍ତି । ଅଭିନେତ୍ରୀ ଆମନା ବ୍ୟବସାୟୀ ଅମିତ କପୁରଙ୍କ ସହ ବିବାହ କରିଛନ୍ତି ଓ ତାଙ୍କର ୫ବର୍ଷର ଆର୍ୟନ ନାମକ ଗୋଟେ ପୁଅ ଅଛି ।

“କହି ତୋ ହୋଗା” ସିରିଏଲରେ ସୁଜଲ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ରାଜୀବ ବହୁତ ସିମ୍ପଲ ଦେଖା ଯାଉଥିଲେ ଆଜି ସିଏ ୪୫ ବର୍ଷରେ ଅଭୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ଦେଖା ଯାଉଛନ୍ତି । ବର୍ତ୍ତମାନ ରାଜୀବ ଷ୍ଟାଇଲିସ ଜିନ୍ସ  ପିନ୍ଧି ନୂଆ ଲୁକରେ ନଜର ଆଉଛନ୍ତି । ତାଙ୍କର ହେୟାର ଷ୍ଟାଇଲ ମଧ୍ୟ ବହୁତ ଚେଞ୍ଜ ହୋଇଛି । ଅଭିନେତା ରାଜୀବ ନିଜର ଅଭିନୟ କ୍ଯାରିୟରକୁ ଜାରି ରଖିଛନ୍ତି । ସେ ତାଙ୍କର ଗାର୍ଲଫ୍ରେଣ୍ଡ ମଞ୍ଜରିଙ୍କ ସହ ବିବାହ କରିଛନ୍ତି । ଦୁହିଙ୍କର ଗୋଟେ ଝିଅ ମଧ୍ୟ ଅଛି । ଅଭିନେତା ରାଜୀବ “କୋର୍ଟ ମାସଲ” ନାମକ ୱେବସିରିଜରେ ଅଭିନୟ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।