ନିଜ ଜୀବନ ହାରିବା ପାଇଁ ନଈ କୁ ଡେଇଁ ପଡିଲା ଭଉଣୀ ତ ଭାଇ ଏମିତି ବଞ୍ଚେଇଲା ତାହାର ଜୀବନ, ଦେଖନ୍ତୁ ଭିଡିଓ

ଆମ ଦେଶରେ ଭାଇ ଓ ଭଉଣୀର ସମ୍ପର୍କ ନିଆରା ଅଟେ । ଗୋଟେ ଭାଇ ନିଜ ଭଉଣୀର ସବୁ ସୁଖ ଦୁଖ ସମୟରେ ସାଥ ଦେଇଥାଏ । ଭାଇ ନିଜ ଶେଷ ନିଶ୍ଵାସ ପର୍ଯ୍ଯନ୍ତ ନିଜ ଭଉଣୀର ସବୁ ଇଚ୍ଛା ଓ ଅଭିଳାଷାକୁ ପୂରଣ କରିବାକୁ ଚେଷ୍ଟା କରିଥାଏ ।

ରାକ୍ଷୀ ପୁର୍ନିମାରେ ଗୋଟେ ଭାଇ ନିଜ ଭଉଣୀର ସୁରକ୍ଷା କରିବା ପାଇଁ ତାକୁ ବଚନ ଦେଇଥାଏ । ଭାଇ ଓ ଭଉଣୀର ଭଲ ପାଇବା ସବୁ ସମ୍ପର୍କ ଠାରୁ ଉପରେ ରହିଥାଏ । ଦୁନିଆର ଅନୋଖା ସମ୍ପର୍କ ବା ବନ୍ଧନ ଭାବେ ଭାଇ ଓ ଭଉଣୀର ଭଲ ପାଇବା ବିରଳ ଅଟେ । ଗୋଟେ ଭଉଣୀ ମଧ୍ୟ ନିଜ ଭାଇର ସମାନ କରିବା ସହ ତା ଦୁଖକୁ ନିଜର ବୋଲି ମନେ କରିଥାଏ । ଗୋଟେ ଭାଇର ଯେତେ କଠିନ ପରିସ୍ଥିତି ହୋଇଥିଲେ ମଧ୍ୟ ତା ଭଉଣୀ କେବେ ବି ସାଥ ଛାଡି ନ ଥାଏ ।

ଭଉଣୀଟି ବିବାହ କରିବା ପରେ ମଧ୍ୟ ତାର ଓ ତା ଭାଇ ମଧ୍ୟରେ ପୂର୍ବ ଭଳି ଭଲ ପାଇବା ଓ ସମ୍ପର୍କ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଭାଇ ଓ ଭଉଣୀର ଅଦଭୁତ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ ଆପଣ ମାନେ କେବେ ଶୁଣି ନ ଥିବେ ବା ଦେଖି ନ ଥିବେ ।

ଆମେ ଏଠାରେ ଯେଉଁ ଭାଇ ଓ ଭଉଣୀ ବିଷୟରେ କହିବାକୁ ଯାଉଛୁ ସେମାନେ ମଧ୍ୟ ପ୍ରଦେଶର ଭୋପାଳ ଜିଲ୍ଲାର ବାସିନ୍ଦା ଅଟନ୍ତି । ଏହି ଦୁଇ ଭାଇ ଓ ଭଉଣୀ ମଧ୍ୟରେ ଅତୁଟ ଭଲ ପାଇବା ଓ ବୁଝାମଣା ମଧ୍ୟ ରହିଥିଲା । କିନ୍ତୁ ହଟାତ ଏପରି କିଛି ଦୁ-ର୍ଘ-ଟ-ଣା ଘଟିଛି ଯାହାକୁ କେହି କେବେ କଳ୍ପନା କରି ନ ଥିବେ । ଭଉଣୀଟି ନିଜ ପରିବାର ଲୋକଙ୍କ ସହ କଳହ କରିବା ପରେ ଏକ ବଡ ନଦୀରେ ଡେଇଁ ନିଜ ଜୀବନ ହାରିବାକୁ ଚେଷ୍ଟା କରିଛି ।

ଝିଅଟି ଅନେକ ଚେଷ୍ଟା କରିଥିଲା ପାଣିରୁ ବାହାରିବା ପାଇଁ କିନ୍ତୁ ସେଥିରେ ସଫଳ ହୋଇପାରି ନ ଥିଲା । ସେହି ସମୟରେ ସେଠାରେ ଥିବା ଅନେକ ଲୋକ ମାନେ ସେହି ଝିଅଟିକୁ ବଞ୍ଚେବାକୁ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ସେମାନଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ଝିଅଟି ପାଣିରୁ ବାହାରି ପାରି ନ ଥିଲା ।

ଯେତେବେଳେ ଝିଅଟି ପାଣିରେ ବୁଡି ଯାଉଥିଲା ସେହି ସମୟରେ ଦୁତ ହୋଇ ତାର ଭାଇ ସେଠାରେ ଆସି ପହଞ୍ଚି ଥିଲା । ସେ ସଙ୍ଗେ ସଙ୍ଗେ ପାଣିରେ ଡେଇଁ ପଡିଥିଲା । ବହୁତ ଚେଷ୍ଟା ପରେ ଭାଇଟିଏ ନିଜ ଭଉଣୀକୁ ପାଣିରୁ ଉଦ୍ଧର କରି ପାରିଛି । ଏଠାରେ ଗୋଟେ ଭାଇ ନିଜ ଜୀବନକୁ ବାଜି ଲଗାଇ ଦେଇ ନିଜ ଭଉଣୀର ଜୀବନ ବଞ୍ଚାଇ ପାରିଛି ।

ଏହା ପରେ ସେଠାରେ କିଛି ଲୋକ ମାନେ ଆସି ଉଭୟ ଭାଇ ଓ ଭଉଣୀକୁ ପାଣିରୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ସେହି ଝିଅଟି ହମିଦିୟା ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଭାଇ ଓ ଭଉଣୀର ସମ୍ପର୍କ କେତେ ନିଆରା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।