ଫିଲ୍ମ ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଛାୟା, କରୋନାରେ ଆଖି ବୁଜିଦେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଏହି ଫେମସ ଅଭିନେତା

କରୋନା ମହାମାରୀର ଦ୍ଵିତୀୟ ଲହର ଆମ ଦେଶରେ ହାହାକାର ମଚାଇ ଦେଇଛି । ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉ ଥିବା ବେଳେ ସେଲିବ୍ରିଟି ମାନେ ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି ।

ପ୍ରାୟ ସେଲିବ୍ରିଟି ମାନଙ୍କର ମୃ-ତ୍ୟୁ ଖବର ଶୁଣିବାକୁ ମିଳୁଛି । ତେବେ ନିକଟରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଅଚାନକ କରୋନାରେ ନିଜ ପ୍ରାଣ ହରାଇଥିବା ବେଳେ ପୁରା ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଶୋକାକୁଳ ହୋଇ ପଡ଼ିଛି । ଆଜ୍ଞା ହଁ, ଲୋକପ୍ରିୟ ତେଲୁଗୁ ଅଭିନେତା ଓ ପତ୍ରକାର ଥୁମ୍ମଲା ନରସିଂମା ରେଡ୍ଡୀ ବା ଟି.ଏନ୍.ଆର ଙ୍କ ନିକଟରେ କରୋନାରେ ମୃ-ତ୍ୟ ହୋଇଛି ।

ଏହି ଲୋକପ୍ରିୟ ଅଭିନେତା କିଛି ଦିନ ପୂର୍ବରୁ ହିଁ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ଦିନ ଚିକିତ୍ସିତ ହେବା ପରେ ସେ ଗତ ମେ ୧୦ ତାରିଖ ଦିନ ଏହି ଲଢେଇରେ ହାରି ଯାଇଥିଲା । ଆଜ୍ଞା ହଁ, ଲୋକପ୍ରିୟ ତେଲୁଗୁ ଅଭିନେତା ନରସିଂମା ରେଡ୍ଡୀ କରୋନାରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ନିଜ ପ୍ରାଣ ହରାଇଛନ୍ତି ।

ମୃ-ତ୍ୟୁ ବେଳେ ଅଭିନେତା ଙ୍କୁ ୪୫ବର୍ଷ ବୟସ ହୋଇଥିଲା । ଏହି ଅଭିନେତା ଏବଂ ପତ୍ରକାରଙ୍କ ଘରେ ତାଙ୍କ ସ୍ତ୍ରୀ ଜ୍ୟୋତି ଓ ଦିଭିଯା ନାମକ ଜଣେ ସନ୍ତାନ ଅଛନ୍ତି । ତାଙ୍କର ଏହି ଅସମୟ ମୃ-ତ୍ୟୁରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଶୋକ ପ୍ରକାଶ କରିଛନ୍ତି । ଲୋକପ୍ରିୟ ସାଉଥ୍ ଫିଲ୍ମ ଅଭିନେତା ନନି ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ନରସିଂମା ରେଡ୍ଡୀଙ୍କ ମୃ-ତ୍ୟୁରେ ନିଜ ଶୋକ ବ୍ୟକ୍ତ କରିଛନ୍ତି ।

ଏହିପରି ହୃଦୟକୁ ଧକ୍କା ଲାଗିବା ପରି ଖବର ଶୁଣି ସେ ଆଚମ୍ବିତ ହୋଇ ଯାଇଛନ୍ତି ବୋଲି ନିଜ ଟ୍ବିଟ୍ ରେ ଲେଖିଥିଲେ । ସେ ଆହୁରି ମଧ୍ୟ ଲେଖିଥିଲେ କି ନରସିଂମା ରେଡ୍ଡୀ ନିଜ କାର୍ଯ୍ୟରେ ଖୁବ୍ ଦକ୍ଷ ଥିଲେ ଓ ସବୁ କିଛି ପୂର୍ବରୁ ପ୍ରସ୍ତୁତ କରି ଆସୁଥିଲେ । ସେ ସାକ୍ଷାତକାର ନେବା ସମୟରେ ପ୍ରତ୍ୟେକଙ୍କୁ ଖୁବ୍ ସହଜ ଅନୁଭବ କରାଉ ଥିଲେ ଓ ନିଜ ହୃଦୟ ଖୋଲି କହିବା ପାଇଁ ଖୁବ୍ ସ୍ଵାଧୀନତା ଦେଉଥିଲେ ।

ଅଭିନେତା ବିଜୟ ଦେବରାକୋଣ୍ଡା ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ନରସିଂମା ରେଡ୍ଡୀଙ୍କ ମୃ-ତ୍ୟୁରେ ଶୋକ ପ୍ରକାଶ କରିଥିଲେ । ଏହି ଲୋକପ୍ରିୟ ପତ୍ରକାରଙ୍କ ସହ ନିଜ ସାକ୍ଷାତକାର ବିଷୟରେ ବିଜୟ ଦେବରାକୋଣ୍ଡା ମନେ ପକାଇଥିଲେ । ସେହିପରି ଲୋକପ୍ରିୟ ଅଭିନେତ୍ରୀ ଲକ୍ଷ୍ମୀ ମାଞ୍ଚୁ ମଧ୍ୟ ନରସିଂମା ରେଡ୍ଡୀଙ୍କ ପରିବାର ପ୍ରତି ନିଜ ଶୋକ ଓ ସହାନୁଭୂତି ପ୍ରକାଶ କରିଥିଲେ ।

ଅଭିନେତ୍ରୀ ଲେଖିଥିଲେ କି, ସ୍ୱର୍ଗୀୟ ଅଭିନେତା ଜଣକ ବହୁତ ଉତ୍ତମ ବ୍ୟକ୍ତି ଥିଲେ ଓ ନିଜ କାର୍ଯ୍ୟ ପ୍ରତି ଖୁବ୍ ନିଷ୍ଠାବାନ ଥିଲେ । ଲୋକପ୍ରିୟ ସାଉଥ୍ ଓ ବଲିଉଡ଼ ଅଭିନେତ୍ରୀ ରକୁଲ୍ ପ୍ରୀତ ମଧ୍ୟ ଟ୍ବିଟ୍ ମାଧ୍ୟମରେ ନିଜ ଶୋକ ପ୍ରକାଶ କରିଥିଲେ । ଅଲା ବୈକୁଣ୍ଠପୁରମୁଲୁ ଅଭିନେତା ସୁଶାନ୍ତ ମଧ୍ୟ ସ୍ୱର୍ଗୀୟ ଅଭିନେତା ନରସିଂମା ରେଡ୍ଡୀଙ୍କ ପାଇଁ ନିଜ ଦୁଃଖ ପ୍ରକାଶ କରି ଟ୍ବିଟ୍ କରିଥିଲେ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ