ଇଟାଲୀରେ ଗୋଟିଏ ଦିନରେ ୮୦୦ ଲୋକଙ୍କ ମୃତ୍ୟୁ, ଫ୍ରାନ୍ସରେ ୧୧୨ ଲୋକମାନଙ୍କ ଗଲା ଜୀବନ

ଇଟାଲୀରେ ଶନିବାର ଦିନ କରୋନା ଭାଇରସ କାରଣରୁ ୭୯୩ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଯାହା କି ଗୋଟିଏ ଦିନର ସର୍ବାଧିକ ମୃତ୍ୟୁ ଅଟେ । ଏତେ ଲୋକମାନଙ୍କର ମରିବା ଦ୍ଵାରା ବର୍ତ୍ତମାନ ଇଟାଲିରେ ମୃତକଙ୍କ ସଂଖ୍ୟା ୪୮୨୫ ହୋଇ ଯାଇଛି ଯାହାକି ପୁରା ଦୁନିଆରେ ଏହି ରୋଗରେ ମୃତ୍ୟୁର ପାଖପାଖି ୩୮.୩ ପ୍ରତିଶତ ଅଟେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଇଟାଲୀର ସ୍ଥିତି ଚୀନ ଠାରୁ ବି ଅଧିକ ଖରାପ ହୋଇ ଯାଇଛି । ଏଠାରେ କୋବିଡ – ୧୯ରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ୫୩୫୭୮ ହୋଇ ଯାଇଛି ଯାହା କି ଅନ୍ୟ ଏକ ରେକର୍ଡ ଅଟେ ।

ମିଲାନରେ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ

ମିଲାନ ପାଖରେ ଥିବା ଉତ୍ତର ଲୋମବାର୍ଡୀରେ ମୃତକଙ୍କ ସଂଖ୍ୟା ୩୦୦୦ରୁ ଅଧିକ ହୋଇ ଯାଇଛି । ଏହା ଇଟାଲୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ ଅଟେ । ଏହା ଛଡା ଶୁକ୍ରବାର ଦିନ ଇଟାଲୀରେ ୧୪୨୦ ଲୋକଙ୍କ ମୃତ୍ୟୁ ହୋଇ ସାରିଛି ଓ କରୋନା ଭାଇରସକୁ ରୋକିବାର ସମସ୍ତ ସରକାରୀ ଉପାୟ ମଧ୍ୟରେ ସଂକ୍ରମଣର ଡର ବଢିବାକୁ ଲାଗିଛି ।

ଫ୍ରାନ୍ସରେ ମୃତକଙ୍କ ସଂଖ୍ୟା ୫୬୨

ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ କାରଣରୁ ୧୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଯେଉଁ କାରଣରୁ ଏହି ଦେଶର ଏହି ଭାଇସର କାରଣରୁ ମରିଥିବା ଲୋକଙ୍କ ସଂଖ୍ୟା ୫୬୨ରେ ପହଞ୍ଚି ଯାଇଛି ଓ ୬୧୭୨ ଲୋକମାନେ ଏହି ଜୀବାଣୁ କାରଣରୁ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର ଦିନ ଏହି ସୂଚନା ଦେଇଛନ୍ତି । ସେମାନେ ଗୋଟିଏ ବୟାନରେ ଏହା ବି କହିଲେ କି ହସ୍ପିଟାଲରେ ଭର୍ତ୍ତି ଥିବା ଲୋକଙ୍କ ମଧ୍ୟରୁ ୧୫୨୫ ଲୋକମାନଙ୍କ ଅବସ୍ଥା ବହୁତ ଗମ୍ଭୀର ଅଟେ । ସେ ଏହା ବି କହିଲେ କି ପୁରା କ୍ଷେତ୍ରରେ ମହାମାରୀ ବହୁତ ଜଲ୍ଦି ବ୍ୟାପିବାରେ ଲାଗିଛି ।

WHO ଦେଲେ ଚେତାବନୀ

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ କହିଲେ କି ପୁରା ଦୁନିଆରେ ସଂକ୍ରମଣ ୩୦୮୪୭୩ରୁ ବି ଅଧିକ ମାମଲା ଆସିଛି  । ଏହି ରୋଗର ଶିକାର ହୋଇ ୧୩ ହଜାରୁ ବି ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି । ପ୍ରତି ଦିନ ଏହି ରୋଗର ଭୟ ବଢିବାରେ ଲାଗିଛି । ଏହା ସଠିକ ଅଟେ କି ଏହି ରୋଗ ପ୍ରାୟତଃ ବୟସ୍କ ଲୋକମାନଙ୍କୁ ନିଜର ଶିକାର କରୁଛି । ଯୁବପିଢି ମଧ୍ୟ ଏଥିରୁ ବଞ୍ଚି ପାରି ନାହାନ୍ତି । ସୂଚନା ଅନୁସାରେ କେତେକ ଦେଶରେ ୫୦ ବର୍ଷରୁ କମ ବୟସର ଲୋକମାନେ ସଂକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।