April 1ରୁ ବାଧ୍ୟତା ମୂଳକ ହେଲା ହଲମାର୍କ ସୁନା! ପୁରୁଣା ସୁନା ଥିଲେ ଜାଣି ନିଅନ୍ତୁ କଣ ଅଛି ନୂଆ ନିୟମ ?

ସୁନା କିଣାବିକାକୁ ନେଇ ନୂଆ ନିୟମ ଜାରି କଲେ ସରକାର । ଆସନ୍ତା ଏପ୍ରିଲ 1 ତାରିଖ ଠାରୁ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରାଗଲା । ଏଭଳି ସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଘରେ ଥିବା ପୁରୁଣା ସୁନା କଣ ହେବ ? ଦରକାର ହେଲେ ଏହାକୁ ଦୋକାନରେ ବିକ୍ରି କିମ୍ବା ବଦଳ କରିପାରିବେ କି ନାହିଁ ? ସରକାର କାହିଁକି ଏଭଳି ନିୟମ କଲେ ଏବଂ ଏହାଦ୍ବାରା ଗ୍ରାହକଙ୍କୁ କଣ ଲାଭ ହେବ ? ଏସବୁ ପ୍ରଶ୍ନର ଉତ୍ତର ଆମେ ନେଇ ଆସିଛୁ ଆପଣଙ୍କ ପାଇଁ ।

ଯେପରିକି ଆପଣ ଜାଣିଥିବେ କି ହଲମାର୍କ ହେଉଛି ସୁନାର ଶୁଦ୍ଧତାର ଏକ ସାର୍ଟିଫିକେସନ । ଯେଉଁଥିରେ 6 ସଂଖ୍ୟା ବିଶିଷ୍ଟ ଏଚୟୁଆଇଡ଼ି ନମ୍ବର ରହିଥାଏ । ହଲମାର୍କ ସୁନା ପୁନଃ ବିକିଲେ ଗ୍ରାହକ ଏଥିରେ ଲାଭ ପାଇପାରିବେ ଏବଂ କିଣିଥିବା ସୁନାର ହେରଫେର ହୋଇଥିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ । ସୁନା ଯେତିକି କମିଥିବ ତା”ର ଦୁଇଗୁଣ କ୍ଷତିପୂରଣ ବି ମିଳିପାରେ ।

16 ଜୁନ 2021 ପର୍ଯ୍ୟନ୍ତ ହଲମାର୍କିଂ ସ୍ଵଚ୍ଛାଧୀନ ଥିଲା ଏବଂ ପର୍ଯ୍ୟାୟ କ୍ରମେ ଏହାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏଥର ଏପ୍ରିଲ 1 ରୁ ବିନା ହଲମାର୍କ ସୁନା କିଣାବିକା କରିବାକୁ ମନା କରାଯାଇଛି । ତେବେ ଏହି ହଲମାର୍କ ନିୟମ କେବଳ ଦୋକାନୀଙ୍କ ପାଇଁ ଲାଗୁ ହୋଇଛି ଏବଂ ଆପଣ ଚାହିଁଲେ ବିନା ହଲମାର୍କରେ ମଧ୍ୟ ସୁନା ବିକ୍ରି ଓ ବଦଳ କରିପାରିବେ ।

ହେଲେ ନୂଆ ସୁନା କିଣିବାକୁ ହେଲେ ହଲମାର୍କ ଜରୁରୀ ହେବ । ଆପଣ ବିଆଇଏସ ରେଜିଷ୍ଟ୍ରି ଜୁଏଲର ପାଖରୁ ହଲମାର୍କ ସୁନା କିଣିପାରିବେ । ଆଉ ହଲମାର୍କ ପାଇଁ ଆପଣଙ୍କୁ 35 ଟଙ୍କା ଚାର୍ଜ ପଡିବ । ତେଣୁ ହଲମାର୍କ ନଥିବା ପୁରୁଣା ସୁନା ଆପଣଙ୍କ ପାଖରେ ଥିଲେ ଆପଣଙ୍କୁ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ ।

ସୁନାର ବହୁତ ପ୍ରକାର ଶୁଦ୍ଧତା ରହିଥାଏ । ତେଣୁ ଏହି ହଲମାର୍କିଂ ବାଧ୍ୟତାମୂଳକ ହେବା ଦ୍ଵାରା ଗ୍ରାହକ ଶୁଦ୍ଧ ସୁନା ପାଇବେ ଏବଂ ଭବିଷ୍ୟତରେ ସୁନା କିଣାବିକା ନେଇ ଆପଣଙ୍କୁ କିଛି ଅସୁବିଧା ହେବନାହିଁ । ପୂର୍ବରୁ ଗ୍ରାହକ ଜାଣି ପାରୁ ନଥିଲେ କି ସୁନାର ଶୁଦ୍ଧତା କଣ ରହୁଥିଲା । କିନ୍ତୁ ଏବେ ସୁନାର ଶୁଦ୍ଧତା ନେଇ ଗ୍ରାହକ ଆଶ୍ଵସନା ପାଇପାରିବେ ଏବଂ କେତେ ସୁନା ପାଇଁ କେତେ ଦାମ ଦେଉଛନ୍ତି ତାହା ମଧ୍ୟ ଜାଣିପାରିବେ ।

ପୁରୁଣା ସୁନାରେ ହଲମାର୍କ ନଥିବାରୁ ଅନେକ ଦୋକାନୀ ଏହାର ସୁଯୋଗ ନେଇ ଅପବ୍ୟବହାର ମଧ୍ୟ କରୁଥିଲେ । ଏବେ ସରକାର ଯେଉଁ ହଲମାର୍କ ନିୟମ ନେଇ ଆସିଛନ୍ତି ତାହା ଦ୍ଵାରା ପ୍ରତ୍ଯେକ ସୁନାର ଏଚୟୁଆଇଡ଼ି ନମ୍ବର ଅର୍ଥାତ ପ୍ରତ୍ଯେକ ସୁନାର ସ୍ଵତନ୍ତ୍ର ଆଇଡେଣ୍ଟିଫିକେସନ ରହିବ ।

ଏହାଦ୍ବାର ସୁନା କେଉଁଠି ମାନୁଫାକ୍ଚର ହେଇଛି, ଏହାର ଶୁଦ୍ଧତା କେତେ ଏବଂ ଏହାକୁ କିଏ ବିକ୍ରି କରିଛନ୍ତି ସେ ସବୁ ବିଷୟରେ ସ୍ପଷ୍ଟ ଜାଣିହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।