୭ ବର୍ଷ ପରେ ବାହାଘର ବିଷୟରେ ମୁହଁ ଖୋଲିଲେ କରୀନା କପୂର ଖାନ, କହିଲେ – ‘ସେ ମୋ ଠାରୁ ୧୦ ବର୍ଷ ବଡ, ୨ ଟି ପିଲାର ପିତା ଥିଲେ…କିନ୍ତୁ’

ବଲିଉଡରେ ସବୁବେଳେ ଅଭିନେତ୍ରୀମାନେ ବା ଅଭିନେତାମାନେ ନିଜ ବୟସ ଠାରୁ ଅଧା ବୟସର ବ୍ୟକ୍ତିମାନଙ୍କୁ ନିଜର ହୃଦୟ ଦେଇ ବସନ୍ତି । ଏମିତିରେ ଧର୍ମେନ୍ଦ୍ର-ହେମା ମାଳିନୀ, ଦିଲୀପ କୁମାର-ସାୟରା ବାନୋ ଭଳି କେତେକ କଳାକାରଙ୍କର ନାମ ସାମିଲ ଅଛି । କିନ୍ତୁ ଆଜି ଆମେ କରୀନା କପୂର ଖାନଙ୍କ ବିଷୟରେ କଥା ହେବା, ଯିଏକି ନିଜର ଓ ସୈଫଙ୍କର ସମ୍ପର୍କକୁ ନେଇ କିଛି ବି କହି ନଥିଲେ । କିନ୍ତୁ ବାହାଘରର ୭ ବର୍ଷ ପରେ କରୀନା ନିଜର ବିବାହକୁ ନେଇ କହିଛନ୍ତି ।

୭ ବର୍ଷ ପରେ ବାହାଘର ଉପରେ କହିଲେ କରୀନା କପୂର ଖାନ

Image courtesy: Google

ବର୍ତ୍ତମାନ କରୀନା କପୂର ଖାନ ଏକ ଇଣ୍ଟରଭ୍ୟୁ ଦେଇଥିଲେ ଯେଉଁଥିରେ ସେ କହିଲେ କି କେଉଁଭଳି ଭାବରେ ସୈଫ ଅଲୀ ଖାନ ତାଙ୍କର କ୍ୟାରିୟରର ଖରାପ ସମୟରେ ବି ତାଙ୍କ ସାଥିରେ ଥିଲେ ଓ ଭଲ ପାଇବା ଦେଇଥିଲେ । କରୀନା ନିଜର ଓ ସୈଫଙ୍କର ବୟସ ଗ୍ୟାପ ବିଷୟରେ କହିଲେ କି, ସେ ମୋ ଠାରୁ ୧୦ ବର୍ଷ ବଡ ଅଟନ୍ତି ଓ ଦୁଇଟି ପିଲାର ପିତା ଅଟନ୍ତି କିନ୍ତୁ ମୋ ପାଇଁ ସେ କେବଳ ସୈଫ ଥିଲେ ।

Image courtesy: Google

ଏହା ସତ ଅଟେ କି ଆମ ବୟସ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ସେ ବହୁତ ପ୍ରାଇବେଟ ପ୍ରିୟ ମଣିଷ ଅଟନ୍ତି ଓ ଏହି କଥା ହିଁ ମୋତେ ପସନ୍ଦ ଆସିଲା । କରୀନା ଆଗକୁ କହିଲେ କି, ଆମର ଡେଟ କରିବାର କିଛି ସମୟ ହିଁ ହୋଇଥିଲା କି ସେ କହିଲେ ମୁଁ ୨୫ ବର୍ଷର ନୁହେଁ ଓ ମୁଁ ସବୁଦିନ ରାତିରେ ତୁମକୁ ଘରେ ଡ୍ରପ କରି ପାରିବି ନାହିଁ । ପୁଣି ସେ ମା’ଙ୍କୁ କହିଲେ କି ମୁଁ କରୀନାଙ୍କ ସହ ପୁରା ଜୀବନ ବିତାଇବାକୁ ଚାହୁଁଛି । ଏହି କଥାକୁ ନେଇ ମା ବହୁତ ଖୁସି ହେଲେ ଓ ଆମେ ବାହା ହେବା ପାଇଁ ନିଷ୍ପତ୍ତି ନେଲୁ ।

Image courtesy: Google

କରୀନା ତୈମୂର ଙ୍କ ପାଇଁ ବି କିଛି କହିଲେ । କରୀନା କହିଲେ, ମଦରହୁଡ ରୂପରେ ମୋତେ ମୋର ପୁଅ ତୈମୂର ମିଳିଛି । ମଦରହୁଡ ମୋ ପାଇଁ ବହୁତ ବଡ କଥା ଅଟେ ଓ ତୈମୂର ମୋ ଅଂଶ ଅଟେ । ମୁଁ ତା ବିନା ଗୋଟିଏ ଘଣ୍ଟା ବି ରହି ପାରେ ନାହିଁ । ସେ ସବୁବେଳେ ମୋ ସହିତ ରହିଥାଏ ଓ ମୋତେ ସବୁ ଦିନ ବହୁତ ହଇରାଣ ମଧ୍ୟ କରିଥାଏ । କହିଦେଉଛୁ କି କରୀନା ଓ ସୈଫଙ୍କର ବିବାହ ୨୦୧୨ରେ ହୋଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।