April 1 ତାରିଖରୁ ସୁନା କିଣାବିକା ନିୟମରେ ବଡ ପରିବର୍ତ୍ତନ ! ନିଶ୍ଚିତ ଜାଣି ରଖନ୍ତୁ ପୁରୁଣା ସୁନାଗହଣାକୁ ହଲମାର୍କିଂ କେମିତି କରିବେ ?

ସୁନା କ୍ରୟ ଏବଂ ବିକ୍ରି ନେଇ ସରକାର ନୂଆ ନିୟମ ଆଣିଲେ । ଆଗାମୀ ଏପ୍ରିଲ ପହିଲାରୁ ହଲମାର୍କ ନଥିବା ସୁନା ଆଉ ବିକ୍ରି ହୋଇପାରିବ ନାହିଁ । ଯଦି ଆପଣ ସୁନା ସୁନା ବିକ୍ରି କରୁଛନ୍ତି କିମ୍ବା କ୍ରୟ ଅକରୁଛନ୍ତି ତେବେ ଏପ୍ରିଲ ପହିଲା ଠାରୁ ଆପଣଙ୍କ ସୁନାରେ ହଲମାର୍କ ଚିହ୍ନ ଥିବା ନିହାତି ଆବଶ୍ୟକ । ଯାହାକି ଆଗାମୀ ସମୟରେ ସୁନା କିଣାବିକା କରିବାକୁ ସୁନାର ଶୁଦ୍ଧତା ବଜାୟ ରଖିବାରେ ସାହାଯ୍ୟ କରିବ । ତେବେ ଆପଣ ଭାବୁଥିବେ, ଆପଣଙ୍କ ପାଖେ ଯଦି ପୁରୁଣା ସୁନା ଅଛି ଯେଉଁଥିରେ ହଲମାର୍କ ଚିହ୍ନ ନାହିଁ ତା’ର ଆପଣ କଣ କରିବେ ?

ସୁନା କିଣିବା ବେଳେ ସୁନାର ଶୁଦ୍ଧତା ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ । ଏହାସହ ପାଖରେ ଥିବା ସୁନା ବିକ୍ରି କେଲ ଉଚିତ ମୂଲ୍ୟ ପାଇବେ କି ନାହିଁ ତାହାକୁ ନେଇ ମଧ୍ୟ ମନରେ ଦ୍ଵନ୍ଦ ଉଠେ । ଯେଉଁ ମୂଲ୍ଯରେ ସୁନା କିଣିଥିଲେ ସେହି ମୂଲ୍ଯରେ ବିକ୍ରି କରିପାରିବେ କି ନାହିଁ ଏହାକୁ ନେଇ ଆପଣ ଚିନ୍ତାରେ ପଡି ଯାଆନ୍ତି । ଏହିସବୁ କାରଣରୁ ସୁନା କ୍ରୟ ଏବଂ ବିକ୍ରି ବେଳେ ବିଶ୍ଵସ୍ତ ସୁନା କାରିଗରଙ୍କ ଠାରୁ ସୁନା କିଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ହଲମାର୍କ ନଥିବା ସୁନା କିଣିଲେ ଠକାମିରେ ପଡିବାର ଭୟ ଅଧିକ ରହିଥାଏ ।

କାରଣ ହଳମର୍କ ବିନା ସୁନା ଅଳଙ୍କାରରେ କୌଣସି ଗ୍ୟାରେଣ୍ଟି ନଥାଏ । କିନ୍ତୁ ଆପଣଙ୍କ ପାଖେ ଯଦି ହଲମାର୍କ ବିଶିଷ୍ଟ ସୁନା ଅଳଙ୍କାର ଅଛି ତେବେ ଆପଣ ଠକାମିରେ ପଡିବା ଭୟ ନଥାଏ । ହେଲେ ଯଦି ଆପଣଙ୍କ ପାଖେ ପୁରୁଣା ସୁନା ରହିଛି ତେବେ ଏପ୍ରିଲ ପହିଲା ପରେ ମଧ୍ୟ ଆପଣ କୌଣସି ଅସୁବିଧାରେ ପଡିବେ ନାହିଁ । କାରଣ ଆପଣଙ୍କ ପାଖେ ଥିବା ପୁରୁଣା ସୁନା ଆପଣ ବିକ୍ରି କରିପାରିବେ ।

କିନ୍ତୁ ନୂଆ ସୁନା କିଣିବାକୁ ହେଲେ ଆପଣଙ୍କୁ ହଲମାର୍କ ଚିହ୍ନ ଥିବା ସୁନା କିଣିବାକୁ ହେବ । ସୁନାର ଶୁଦ୍ଧତା କେତେ ଏହା ହଲମାର୍କ ଆଧାରରୁ ସ୍ପଷ୍ଟ ଜାଣି ହୋଇଥାଏ । ତେଣୁ ଆପଣ ହଲମାର୍କ ଥିବା ସୁନା ବିକ୍ରୟ କରିବାକୁ ଗଲେ ଏହାର ଶୁଦ୍ଧତା ଆଧାରରେ ପ୍ରକୃତ ମୂଲ୍ୟ ପାଇ ପାରିଥାନ୍ତି । ପୁରୁଣା ସୁନା ବଣିଆଙ୍କ ପାଇଁ କେବଳ କଞ୍ଚାମାଲ ଭଳି କାମ କରେ ଓ ସେମାନେ ପୁରୁଣା ସୁନା ତରଳାଇ ନୂଆ ଅଳଙ୍କାର ତିଆରି କରନ୍ତି । ତେଣୁ ନୂଆ ନିୟମ ଲାଗୁ ହେବା ପରେ ମଧ୍ୟ ଆପଣ ସୁନାର ମୂଲ୍ୟ ପାରିବେ ।

ପୁରୁଣା ଗହଣା ହଲମାରକିଙ୍ଗ କରିବା ପାଇଁ ପୂର୍ବରୁ ଗ୍ରାହକଙ୍କୁ 35 ଟଙ୍କା ଦେବାକୁ ପଡୁଥିଲା । ତେଣୁ ଏବେ ମଧ୍ୟ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଚାର୍ଜ ଦେବାକୁ ପଡିବ । ଅତିକମରେ 200 ଟଙ୍କା ଦେଇ ଆପଣ ନିଜ ପୁରୁଣା ସୁନାକୁ ହମାର୍କିଂ କରିପାରିବେ ଓ ସୁନାର ଶୁଦ୍ଧତା ମଧ୍ୟ ଯାଞ୍ଚ କରିପାରିବେ ।

ଏଥିପାଇଁ ଆପଣଙ୍କୁ ଅଲଗା ଜିଏସଟି ଦେବାକୁ ହେବ । ଏହି ପ୍ରକ୍ରିୟା ପାଇଁ ସରକାର ଦେଶସାରା ସ୍ନେତର ତିଆରି କରିଛନ୍ତି ଓ ଆପଣ ନିକଟସ୍ଥ ସୁନା ଦୋକାନୀଙ୍କ ଠାରୁ ଏ ସମ୍ବନ୍ଧରେ ବିସ୍ତୃତ ସୂଚନା ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।