ଅଭିନେତା Subhasisଙ୍କ ଝିଅର ଘର କାମ ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, କୁହାଯାଏ ଝିଅ ଘରର ଲକ୍ଷ୍ମୀ । ଝିଅ ଜନ୍ମ ହେବା ପରେ ଘରେ ଲକ୍ଷ୍ମୀଙ୍କ ପାଦ ପଡିଥାଏ ବୋଲି ସମସ୍ତେ ମାନନ୍ତି । ଆଉ ଆଜି ଏହାର ପ୍ରମାଣ ଓଡିଆ ସିନେ ଜଗତର ଅଭିନେତା ଶୁଭାଶିଷଙ୍କ ଝିଅ ଦେଇଛନ୍ତି । ୨ ବର୍ଷର ଝିଅ ହେବେ କି ନାହିଁ ଲୁଗା ପିନ୍ଧି ଘରର ଯେଉଁଭଳି ସବୁ କାମ କରୁଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣ କେବେ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କିତ ରହିଥିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଶୁଭାଶିଷଙ୍କ ଝିଅ ଏକ ଭିଡିଓରେ ଘର କାମ କରୁଥିବାର ନଜର ଆସିଛନ୍ତି । ସେଥିରେ ସେ ଏକ ସଂସ୍କାରୀ ବୋହୁ ଭଳି କଳା ଏବଂ ନାଲି ରଙ୍ଗ ମିଶା ଲୁଗାଟିଏ ପିନ୍ଧିଛନ୍ତି । ଆଉ ନିଜର କୁନି ହାତରେ ଫୁଲ ତୋଳି ମା ବୃନ୍ଦାବତୀଙ୍କୁ ଚଢାଉଛନ୍ତି । ଫୁଲ ଚଢାଇବା ପରେ ଆଣ୍ଠେଇ ମୁଣ୍ଡିଆ ମଧ୍ୟ ମାରୁଛନ୍ତି । ଏହାପରେ ଯାଇ ସେ ଏକ ବଡ ଫୁଲ ଝାଡି ଧରି ଏକ ଅଭିଙ୍ଗ୍ୟ କାର୍ଯ୍ୟ କରିବା ଝିଅ ଭଳି ଘର ଓଳାଉଛନ୍ତି ।

ଏମିତି ସେମିତି ଘର ଓଳାଉନାହାନ୍ତି ନାହାନ୍ତି ମ ଯେମିତି ଘର ବଡମାନେ ଓଳାନ୍ତି ସେମିତି ଓଳାଉଛନ୍ତି । ଆଉ ଛୋଟ ଛୋଟ ବାସନ ସବୁ ମାଜୁଛନ୍ତି । ଗ୍ୟାସ ପାଖରେ ଏକ ବୋହୁ ଭଳି ବସି ଛୋଟ କଡାଇଟିଏ ରୋଷେଇ ପାଇଁ ବସାଉଥିବାର ନଜର ଆସିଛନ୍ତି ।

ଡିଟରଜେଣ୍ଟ ପାଉଡର ଆଣି ଡ୍ରେସ ସଫା କରିବା ପାଇଁ ଗାଧୁଆ ଘରେ ବାଲଟିରେ କପଡା ସବୁକୁ ପକାଉଛନ୍ତି । ତାଙ୍କ ବସିବାର ଷ୍ଟାଇଲେ ପୁରା ବୁଢୀ ମାଉସୀଙ୍କ ଭଳି ଯେମିତି ଘରର ସବୁ କାମ କରି ମହିଳା ମାନେ ଥକି ପଡନ୍ତି ପୁରା ସେମିତି । ତାଙ୍କୁ ଏହି କାର୍ଯ୍ୟ ସବୁ କରିବା ପାଇଁ କେହି ମଧ୍ୟ କହୁନାହାନ୍ତି ସେ ଆପେ ଆପେ ସବୁ କାମ କରିଦେଉଛନ୍ତି ।

ଛୋଟ ପିଲା ହୋଇ ଏଭଳି କାମ ପ୍ରତି ଆଗ୍ରହ ଦେଖିବା ପରେ ସତରେ ବହୁତ ଖୁସି ଲାଗୁଥିବ ତାଙ୍କ ବାପା ମାଆଙ୍କୁ । ଛୋଟ ପିଲା ଠାରୁ ଏତିକି ଆଶା କରିବା ତ ସ୍ଵପ୍ନ ଥିଲା କିନ୍ତୁ ସେ ବାସ୍ତବ ରୂପ ଦେଇଦେଇଛନ୍ତି । ତେବେ ସେହି କୁନି ଝିଅଟିର ନାମ ହେଉଛି ଭିଓନା । ନାଁ ଜେଭଳି ନିଆରା କାମ ବି ସେଭଳି ନିଆରା ।