ଆମର ସବୁ ସେଣ୍ଟର ଅଛି, ରଙ୍ଗ ଖେଳିବାକୁ ଆହୁରି ବହୁତ ଜାଗା ଯିବୁ, ଶେଷରେ ବାଳକାଟିରେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପ୍ରଥମେ ଆପଣ ମାନଙ୍କୁ ହୋଲିର ହାର୍ଦ୍ଧିକ ଅଭିନନ୍ଦନ । ତେବେ ହୋଲି ପର୍ବର ମଜା ସମସ୍ତେ ଉଠାଉ ଥିବା ବେଳେ ସମସ୍ତଙ୍କୁ ମଜା ଦେଉଥିବା ଜଟଣୀ ବିଧାୟକ ବା କିଭଳି ପଛରେ ରହିଯିବେ । ଆଜ୍ଞା ହଁ ସୁର ଭାଇ ହୋଲିର ମଜା ନେବା ପାଇଁ ପୁରା ପ୍ରସ୍ତୁତ । ସୁର ଭାଇ କେଉଁଠାରେ ହୋଲି ଖେଳିବେ କେଉଁଠାରେ ଯାଇ ଗାଧୋଇବେ ସବୁର ପ୍ଲାନିଙ୍ଗ ସେ ଆଗରୁ ପ୍ରସ୍ତୁତ କରି ରଖିଥିଲେ । ଆଉ ଆଜି ତାହାର ମଜା ଉଠାଇବେ । ତେବେ କଣ କହିଛନ୍ତି ସୁର ରାଉତରାୟ ତାଙ୍କ ହୋଲିର ନିଆରା ମଜା ସମ୍ପର୍କରେ ଆସନ୍ତୁ ଜାଣିବା ।

ସୁର ଭାଇ କହିଛନ୍ତି ମୋର ଥାକ ଅଛି ପିଲାବେଳୁ । ଆମେ ସାଇକେଲରେ ଯାଇ ହୋଲି ଖେଳୁ । ସକାଳୁ ତାଙ୍କର ଏବେ ପର୍ଯ୍ୟନ୍ତ ଚାରି ଥାକ ହୋଲି ଖେଳ ସରିଲାଣି । ଆଉ ଏବେ ସେ ୟୁନିଟ4 ଯିବେ ଏହାପରେ ୟୁନିଟ 6 ଯିବେ । କଂଗ୍ରେସ ଭବନରେ 10 ବେଳେ ହୋଲି ଆୟୋଜନର ଯୋଜନା କରାଯାଇଛି । ସେଠାକୁ କିଛି ଯୁବ ଛାତ୍ର ମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏବଂ ବ୍ୟାଣ୍ଡ ବାଜା, ବାଣ, ନାଚ ଗୀତ ସହିତ ଖାଇବା ପିଇବାର ଆୟୋଜନ ଆଜି ପାଇଁ ରହିଛି ସେଠାରେ। କଂଗ୍ରେସ ଭବନରେ ଏକ ଘଣ୍ଟା ନାଚିବା ପରେ ସୁର ଭାଇ ଯିବେ ସହିଦନଗ, ଆଉ ସହିଦ ନଗରରୁ ଯିବେ ବାଣୀବିହାର । ତାଙ୍କର ସବୁ ସେଣ୍ଟର ଅଛି ବୋଲି ସେ କହିଛନ୍ତି । ଏହାପରେ ଶେଷରେ ଯାଇ ବାଳକାଟିରେ ଗାଧୋଇବେ । ଦିନ 1ଟା ବେଳେ ବାଳକାଟିରେ ପହଞ୍ଚି ଗାଧୋଇବାର ଯୋଜନା କରାଯାଇଛି ।

ଗାଧୋଇସାରିବା ପରେ ସେଠାରେ ଏକ ଲଞ୍ଚ ତଥା ମଧ୍ୟାନ ଭୋଜନର ଆୟୋଜନ କରାଯାଇଛି । ବାଳକାଟିର ମେନ କେନାଲରେ ଗାଧୋଇସାରି ଗୋଟିଏ ବଢିଆ ମଟନ ଆଉ ପୋଟଳ ରସା ଏହାସହିତ ଛେନା ଚକଟା, ଆମ୍ବୁଲ ଖଟା, ଆଉ ଡାଲି ଭାତ ଖାଇ ଠାକୁରଙ୍କୁ ମୁଣ୍ଡିଆ ମାରି କାଲି ସବୁ କାମରେ ଲାଗିଯିବା ଆଉ ଏହିଭଳି କଥା ସବୁ ସୁର ଭାଇ କହିଛନ୍ତି ।

ସୁର ତାଙ୍କ ସ୍ତ୍ରୀଙ୍କ ସମ୍ପର୍କରେ କହିଛନ୍ତି କି ମ୍ୟାଡାମଙ୍କର ଟିକେ ଆଣ୍ଠୁ ଅପରେସନ ହୋଇଛି ନହେଲ ସେ ଖୁବ ଖେଳନ୍ତି ମୋ ସହ । ସୁର ଭାଇ ଯେଉଁଠି ମଜା ସେଇଠି । ତାଙ୍କ ଭଳି ବ୍ୟକ୍ତିତ୍ବ ମିଳିବା କଷ୍ଟକର । ଆଶା କରୁଛୁ ସମସ୍ତଙ୍କ ପାଇଁ ହୋଲିଟି ଶୁଭ ରହିବ ।