କାଲି ଫେମସ ଆଜି ତାଳି ତଳାନ୍ତ, ମୁମ୍ବାଇରେ ସ୍ଵପ୍ନର ଘର ଛାଡି ଏବେ ଏମିତି ବିଜୀବନ ତାଉଛନ୍ତି ‘କାଚ୍ଚା ବାଦାମ’ ସିଙ୍ଗର Bhuban Badyakar

ନମସ୍କାର ବନ୍ଧୁଗଣ, ମଣିଷ ଜୀବନ ପଥର ତଳେ ନଚେତ ପତର ତଳେ ବୋଲି କୁହାଯାଏ । ଆମେ ହି କଥା ଏଥିପାଇଁ କହୁଛୁ କାରଣ କାଚା ବାଦାମ ଗୀତ ଗାଇ ରାସ୍ତାରେ ବୁଲୁଥିବା ଭୁବନ ରାତାରାତି ହୋଇଗଲେ ବଡଲୋକ ଆଉ ପୁଣି ଏବେ ହୋଇଗଲେ ଭିକାରି । ତେବେ ଏତେ ଉପରକୁ ଯାଇଥିବା କାଚା ବାଦାମରେ ଫେମସ ହୋଇଥିବା ଭୁବନ କାହିଁକି ତଳି ତଳାନ୍ତ ହୋଇଗଲେ । ଫେମସ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଭୁବନଙ୍କ ପାଖରୁ କାହିଁକି ଚାଲିଯାଇଛି ଧନ ସମ୍ପତ୍ତି ଆଉ ସେ କାହିଁକି ହୋଇଗଲେ ଗରିବ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସୂଚନା ଅନୁଯାୟୀ ଭୁବନଙ୍କ ଗୀତ ସୋସିଆଲ ମିଡିଆରେ ଗୁଳି ଭଳି ଭାଇରାଲ ହେବା ପରେ ଇଲାମ ବଜାରର ଗୋପାଳ ଘୋସ ତାଙ୍କୁ ଗୀତର କପିରାଇଟ ପାଇଁ ଏକ ଧଳା କାଗଜ ଉପରେ ଦସ୍ତଖସ୍ତ କରାଇ ନେଇଥିଲେ । ଏହା ପଛରେ ଥିବା ଚକ୍ରାନ୍ତକୁ ଭୁବନ ବାବୁ ବୁଝିପାରି ନଥିଲେ । ଆଉଆ ଅଜାଣତରେ କରିଦେଲେ ଏକ ବଡ ଭୁଲ ।

ତେବେ ଏହାପରେ ଭୁବନ ତାଙ୍କ ପ୍ରସିଦ୍ଧ ଗୀତ ପରେ ଏବେ ଯାଏ ମଧ୍ୟ ପାଇବାକୁ ଥିବା ଟଙ୍କା ସେ ପାଇନାହାନ୍ତି । ଏହି ଖବର ନେଇ ଭୁବନ ଥାନାରେ ଅଭିଯୋଗ କରିଥିବା ସତ୍ବେ ମଧ୍ୟ ତାଙ୍କୁ ଟଙ୍କା ମିଳିପାରିଲା ନାହିଁ । ଭୁବନଙ୍କ ଗ୍ରାମବାସୀ ଭାବୁଛନ୍ତି ସେ ବହୁତ ହିଟ ତେଣୁ ତାଙ୍କ ପାଖକୁ ଅନେକ ଟଙ୍କା ଆସୁଥିବ ଏହି କାରଣ ପାଇଁ ତାଙ୍କୁ ସମସ୍ତେ ଟଙ୍କା ମାଗୁଛନ୍ତି ।

ଟଙ୍କା ଦେବା ପାଇଁ ଭୁବନଙ୍କ ପାଖକୁ କଲ କରି ଧମକ ଦେଉଛନ୍ତି ଲୋକେ । ଏହି କଥାକୁ ନେଇ ବହୁତ ଭୟଭୀତ ଅବସ୍ତାରେ ରହିଛନ୍ତି ଭୁବନ । ତାଙ୍କ ପାଖକୁ କୌଣସି ପଇସା ଆସୁନଥିବାରୁ । ସେ ବର୍ତ୍ତମାନ ମୁମ୍ବାଇରେ ଥିବା ଘରକୁ ଛାଡି ଏକ ଭଡା ଘରେ ରହୁଛନ୍ତି । ଦିନେ ପଶ୍ଚିମ ବଙ୍ଗରୁ ଯାଇ ମୁମ୍ବାଇ ଭଳି ସ୍ଵପ୍ନର ସହରରେ ନିଜର ଏକ ଘର ପାଇଥିଲେ ।

ଆଉ ଏବେ ଦେଖ ଏଭଳିଆ ଅବସ୍ତା ହେଲାକି ଖାଇବା ପାଇଁ ମଧ୍ୟ ପଇସା ପାଇଲେ ନାହିଁ ଯାହାଫଳରେ ସେ ପୁଣି ଆସି ବାଦାମ ବିକି ପଇସା ରୋଜଗାର କରିବା ନିମନ୍ତେ ଏକ ଭଡା ଘର ନେଇ ବାହାରେ ରହିଲେ । ହାତରେ ବେକରେ ଆଙ୍ଗୁଠିରେ ମୋଟା ମୋଟା ସୁନା ପକାଇ ବୁଲୁଥିବା ଭୁବନ ଏବେ ପୁଣି ହୋଇଗଲେ ଭିକାରି । ତେବେ ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ମଧ୍ୟମରେ ନିହାତି ଜଣାଇବେ ।