‘ଘର ପ୍ରତି ବିପଦ ଅଛି, ମତେ ଭୟ ଲାଗୁଛି, ଆମକୁ ଏଠୁ…’ Video କରି କିଛି ଏମିତି କହିଲେ Sumit ଙ୍କ ଜେଜେମା’, ଦେଖନ୍ତୁ Video

ସୁମିତ ଓ ତପସ୍ଵିନୀଙ୍କ ମାମଲା ଦିନକୁ ଦିନ ଆହୁରି ଜଟିଳ ହୋଇ ଚାଲିଛି । ଏହି ମାମଲା ଦିନକୁ ଦିନ ଆହୁରି ଅଧିକ ଗମ୍ଭୀର ହୋଇ ଚାଲିଛି, ବର୍ତ୍ତମାନ ସାଧାରଣ ଲୋକମାନେ ବି ଆସି ତପସ୍ଵିନୀଙ୍କ ସାଥ ଦେଉଛନ୍ତି । ଯେଉଁଠି କୋର୍ଟ ଓ ପ୍ରଶାସନ ଏହି ମାମଲାରେ ଚୁପ ହୋଇ ବସିଛନ୍ତି ତ ଅନ୍ୟ ପଟେ କିଛି ସାଧାରଣ ଲୋକମାନେ ଏହି ମାମଳାକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଛନ୍ତି । ସମସ୍ତେ ବର୍ତ୍ତମାନ ତପସ୍ଵିନୀଙ୍କ ସହ ଛିଡା ହୋଇ ତାଙ୍କର ସାଥ ଦେବାକୁ ଆଗେଇ ଆସିଛନ୍ତି ।

କହିଦେଉଛୁ କି ତପସ୍ଵିନୀ ଓ ସୁମିତ ଦୁଇ ଜଣ ସୋସିଆଲ ମିଡିଆରେ ପରସ୍ପର ବିରୁଦ୍ଧରେ ଅଡିଓ ଓ ଭିଡିଓ କିଳ୍ପ ଛାଡୁଛନ୍ତି । ଯେଉଁଥିରେ କି ଏହି ମାମଲା ଆହୁରି ରହସ୍ୟ ଘେର ମଧ୍ୟରେ ଚାଲି ଯାଇଛି । ଯେଉଁଠି କିଛି ଦିନ ହେବ ସୁମିତ ଲୁଚି ରହୁଥିଲେ ଆଜି ସମସ୍ତଙ୍କ ସାମ୍ନାକୁ ଆସି ସୁମିତ ନିଜର କିଛି ଭିଡିଓ ପୋସ୍ଟ କରୁଛନ୍ତି । ଯେଉଁଥିରେ ସେ ତପସ୍ଵିନୀଙ୍କ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି ।

କହିଦେଉଛୁ କି ଏହି ସବୁ ମଧ୍ୟରେ ଗତକାଲି ରାତିରେ କିଛି ଲୋକମାନେ ତପସ୍ଵିନୀଙ୍କ ସାଥ ଦେବା ସହିତ ତାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଥିଲେ । ଏହି କ୍ରମରେ ସେମାନେ ସୁମିତଙ୍କ ଘରର ଗେଟକୁ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଛନ୍ତି । ସୁମିତଙ୍କ ଜେଜେ ମା ଏକ ଭିଡିଓ ମାଧ୍ୟମରେ ନିଜର ଅସୁବିଧା ବିଷୟରେ ସମସ୍ତଙ୍କୁ କହୁଛନ୍ତି ।

ସୁମିତଙ୍କ ଜେଜେ ମା କହୁଛନ୍ତି କି ଗତକାଲି ତପସ୍ଵିନୀ ଦାସ, ପ୍ରମିଳା ତ୍ରିପାଠୀ ଓ ବହୁତ ଲୋକମାନେ ଆସି ଆମ ଘର ସାମ୍ନାରେ ହଙ୍ଗାମା କରି ଆମ ଘରର ଗେଟ ଭାଙ୍ଗି ଆମ ଘର ଭିତରକୁ ପ୍ରବେଶ କରିଲେ । ମୋତେ ଗୃହ ବନ୍ଦୀ କରି ତାଲା ପକାଇ ଦେଇଛନ୍ତି । ମୁଁ ବହୁତ ଅସୁସ୍ଥ ଅଛି । ସେଥିପାଇଁ ମୋତେ ଏହି ସ୍ଥାନରୁ ଉଦ୍ଧାର କରନ୍ତୁ ।

ଆମେ ସମସ୍ତେ ଅସୁସ୍ଥ ହେଲୁଣି । ଦୟାକରି ଆମକୁ ଏହି ସ୍ଥାନରୁ ବଞ୍ଛାଓ । କହିବାକୁ ଗଲେ ଗତକାଲି ଲୋକମାନେ ଉତକ୍ତ ହୋଇ ଘର ଭିତରକୁ ପ୍ରବେଶ କରିଛନ୍ତି । ସୁମିତଙ୍କ ଘରର ଗେଟକୁ ବି ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । ଏହି ସବୁ ପୋଲିସଙ୍କ ଓ ମିଡିଆ ସାମ୍ନାରେ ହୋଇଛି । ଏହା ବିଷୟରେ ସୁମିତ ଏକ ଭିଡିଓ କରି ସମସ୍ତଙ୍କୁ ଜଣାଇଛନ୍ତି ।