ଆପଣ ବିଜୁ ପକ୍କା ଘର ଯୋଜନାରେ ସାମିଲ ଅଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର ! ସରକାର ଦେବେ ମରାମତି ଖର୍ଚ୍ଚ, ଦେଖନ୍ତୁ କେବେ ଓ କେତେ ଟଙ୍କା ପାଇବେ ?

କହିବାକୁ ଗଲେ କିଛି ସମୟ ପୂର୍ବେ ହିଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ଫ୍ରେସିଙ୍ଗ ଜରିଆରେ ସମସ୍ତ ଓଡିଶାବାସୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛନ୍ତି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କା ଘର ଯୋଜନା ବିଷୟରେ କହିଲେ । କହିଦେଉଛୁ କି ଏହି ଯୋଜନାରେ ରାଜ୍ୟ ସରକାର ୨୨୦୦୦ କୋଟି ଟଙ୍କାରୁ ବି ଅଧିକ ଟଙ୍କା ଖର୍ଚ କରିସାରିଛନ୍ତି । ଏହି ଯୋଜନାର ମୂଳ ଲକ୍ଷ ହେଉଛି ଗାଁର ଲୋକମାନଙ୍କୁ ପକ୍କା ଘର ଉପଲବ୍ଧି କରାଇବା ।

ଏହି ଯୋଜନାରେ ଓଡିଶାରେ ଲକ୍ଷ ଲକ୍ଷ ଗ୍ରାମବାସୀମାନେ ସାମିଲ ହୋଇଛନ୍ତି । ଏହି ଯୋଜନାରେ ସରକାରଙ୍କ ତରଫରୁ ଗାଁ ଲୋକମାନଙ୍କ ଘର ତିଆରି କରିବା ପାଇଁ ଟଙ୍କା ଦିଆଯାଇଥାଏ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ବି କହିଲେ । ନବୀନ ପଟ୍ଟନାୟକ ଆଗକୁ କହିଲେ କି ସମସ୍ତେ ଛାତ ତଳେ ରହିବା ପାଇଁ ବିଜୁ ପଟ୍ଟନାୟକଙ୍କ ସ୍ଵପ୍ନ ଥିଲା ଓ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଯାହାକି ସଫଳ ମଧ୍ୟ ହୋଇଛି । କୋଭିଡ କାରଣରୁ ଗରାଇବ ଲୋକମାନେ ବହୁତ କଷ୍ଟର ସାମ୍ନା କରୁଛନ୍ତି । କେତେକ ଲୋକମାନଙ୍କ ପାଖରେ ଖାଇବା ପାଇଁ ବି ଟଙ୍କା ନାହିଁ । ଏମିତିରେ ସେମାନେ ନିଜ ଘରର ଛୋଟ ମୋଟୋ ମରାମତି କରିବା ପାଇଁ ବି ତାଙ୍କ ପାଖରେ ଟଙ୍କା ନାହିଁ । ସେଥିପାଇଁ ରାଜ୍ୟ ସରକାର ଆଜି ଏକ ଏକ ବଡ ନିଷ୍ପତି ନେଇ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସ୍ଥିର କରିଛନ୍ତି ।

ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର, ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକମାନଙ୍କୁ ଘରର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଧନରାଶି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ଯୋଜନାରେ ଘର ନ ପାଇଥିବା ପରିବାରମାନଙ୍କୁ ଘରର ମରାମତି ପାଇଁ ସରକାର ୫୦୦୦ ଟଙ୍କା ସହାୟତା ଦେବା ପାଇଁ ନିଷ୍ପତି ନେଇଛନ୍ତି ।

ଏହି ସହୟତା ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଏହା ଦ୍ଵାରା ଉପକାର ପାଇବେ । ଏଥିପାଇଁ ୧୪୪୪ ଟଙ୍କା ଖର୍ଚ ହେବ । ବିଜୁ ପକ୍କା ଘର ଯୋଜନାରୁ ଏହି ଖର୍ଚ ବହନ କରାଯିବ ।