ଲୋକପ୍ରିୟ ଓଡିଆ ଅଭିନେତ୍ରୀ Priyanka Mohapatra ଙ୍କ ରିଅଲ ଲାଇଫ Family & Biography

ଓଡିଆ ଚଳଚିତ୍ର ଜଗତରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କେହି ନିଜର ସୁନ୍ଦର ଅଭିନୟ ପାଇଁ ତ ଆଉ କେହି ଭଲ ହିରୋଇନ ଭାବେ ତ କେହି ଖଳନାୟକ ଭାବେ ଅଭିନୟ କରି ଚଳଚିତ୍ର ଜଗତର କଳାକାର ମାନେ ଖୁବ ସୁନ୍ଦର ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କ ଜୀବନ କାହାଣୀ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆଗରୁ କେହି କେବେ ଜାଣି ନ ଥିବେ ।

ଓଡିଆ ଜଗତରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ଘର କରି ରହିଛନ୍ତି । ସେ ଅନେକ ଫିଲ୍ମରେ ଅଭିନୟ କରି ନିଜ ଦକ୍ଷତାର ପରିଦର୍ଶନ କରି ପାରିଛନ୍ତି । ୧୯୨୯ ମସିହା ମେ ମାସରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ । ସେ କଟକରେ ଜନ୍ମ ହୋଇ ନିଜ ପରିବାର ସହ ବେଶ ହସଖୁସିରେ ଜୀବନ ଅତିବାହିତ କରୁଥିଲେ । ସେ ତାଙ୍କର ଅଭିନୟ କ୍ଯାରିଅରରେ ଆଗକୁ ଯିବା ପାଇଁ ଅନେକ ସମସ୍ୟାର ସାମ୍ନା କରିଥିଲେ ।

ଯାହାର ପରିଣାମ ସ୍ୱରୂପ ଆଜିକା ଦିନରେ ସେ ଜଣେ ଭଲ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ବିବାହ ପରେ ସେ ତାଙ୍କ ଶାଶୁ ଘରେ ମଧ୍ୟ ସମସ୍ତଙ୍କ ସହ ଖୁସିରେ ଜୀବନ ବିତାଉଥିଲେ । ତାଙ୍କ ସ୍ଵାମୀ ଦେବୁ ପଟ୍ଟନାୟକ ଅଟନ୍ତି । ତାଙ୍କ ଝିଅ ଆକାଂକ୍ଷା ପଟ୍ଟନାୟକ ଅଟନ୍ତି । ତାଙ୍କ ସ୍ଵାମୀ ଓ ଝିଅଙ୍କ ସହ ତାଙ୍କର ବହୁତ ଭଲ ସମ୍ଭନ୍ଧ ରହିଛି । ସେ ତାଙ୍କ ସ୍ଵାମୀଙ୍କ ସହ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି । ଓଡିଆ ଜଗତର ଖଳନାୟକ ଭାବେ ଅଭିନେତା ହର ପଟ୍ଟନାୟକଙ୍କୁ କିଏ ନ ଜାଣେ ।

ସେ ତାଙ୍କର ଖୁବ ସୁନ୍ଦର ଅଭିନୟରେ ପୁରା ଓଡିଆ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଥିଲେ । ଅନେକ ହିଟ ଫିଲ୍ମ ପାଇଁ ଅଭିନେତା ହାର ପଟ୍ଟନାୟକ ଆବର୍ଡ ମଧ୍ୟ ପାଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କ ବଡ ଦେଢଶୁର ହାର ପଟ୍ଟନାୟକ ଅଟନ୍ତି ଯାହାକୁ ଖୁବ କମ ଲୋକ ଜାଣିଛନ୍ତି । ଖଳନାୟକ ହର ପଟ୍ଟନାୟକ ଓ ପ୍ରିୟଙ୍କାଙ୍କ ସ୍ଵାମୀ ଦେବୁ ପଟ୍ଟନାୟକ ଦୁଇ ଭାଇ ଅଟନ୍ତି । ଦୁଇ ଭାଇଙ୍କ ମଧ୍ୟରେ ବହୁତ ଭଲ ପାଇବା ସହ ଭଲ ବୁଝାମଣା ମଧ୍ୟ ରହି ଆସିଛି ।

ପ୍ରିୟଙ୍କାଙ୍କ ସ୍ଵାମୀ ଦେବୁ ପଟ୍ଟନାୟକ ଫିଲ୍ମର ଜଣେ ଭଲ ଡାଇରେକ୍ଟର ଭାବେ ପରିଚିତ ଅଟନ୍ତି । ତାଙ୍କ ଅଭିନୟ କ୍ଯାରିଅର ବିଷୟରେ କହିବାକୁ ଗଲେ ୧୯୯୪ ମସିହାରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ “ସୁନା ଭାଉଜ” ରେ ସେ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ସେ ଓଡିଆ ଫିଲ୍ମରେ ଅଭିନୟ କରିବା ସହ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ସେ ପ୍ରାୟତ ୫୦ଟି ଫିଲ୍ମରେ ଅଭିନୟ କରି ଖୁବ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।