ମଇଁଷିର ମୂଲ୍ୟ 80 ଲକ୍ଷ ଟଙ୍କା ! କାହିଁକି ଏହି ମଇଁଷି ର ଦାମ ଏତେ ଅଧିକ ? ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ମଇଁଷିର ମୂଲ୍ୟ ୮୦ ଲକ୍ଷ ଟଙ୍କା, ଆଉ ସେ ଦିନକୁ ପିଉଛି ୧୫ ଲିଟର କ୍ଷୀର ଏବଂ ଖାଉଛି ଆଖୁର ଚାରା । ଆପଣ ନିଜ ଆଖପାଖ ଅଞ୍ଚଳରେ ବୁଲୁଥିବା ଅନେକ ମଇଁଷି ଦେଖିଥିବେ । ମଇଁଷିର କ୍ଷୀର ବି ମାଲିକକୁ ଲାଭବାନ କରିଦେଏ । କ୍ଷୀର ଦେବା ହିସାବରେ ମଇଁଷିର ଦାମ୍ ମଧ୍ୟ ଧାର୍ଯ୍ୟ କରାଯାଏ । ଅତି ବେଶୀରେ ଗୋଟିଏ ମଇଁଷିର ଦାମ୍ ୫୦ ହଜାରରୁ ଲକ୍ଷେ ମଧ୍ୟରେ ହୋଇଥାଏ । କିନ୍ତୁ ଆପଣ ଭିଡିଓରେ ଦେଖୁଥିବା ଏହି ମଇଁଷିର ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଗୋଟିଏ ମଇଁଷିକୁ କିଣିବାକୁ ହେଲେ ଆପଣଙ୍କୁ ୮୦ ଲକ୍ଷ ଟଙ୍କା ଦେବାକୁ ପଡିବ । ଏହି ମଇଁଷିଟି ହେଉଛି ମହାରାଷ୍ଟ୍ର ଜିଲ୍ଲାର । ଏହି ମଇଁଷିର ନାମ ହେଉଛି ଗଜେନ୍ଦ୍ର । ଆଉ ଏହି ମଇଁଷିର ଦାମ୍ ହେଉଛି ୮୦ ଲକ୍ଷ ଟଙ୍କା । ଆଜ୍ଞା ହଁ, ୪ ବର୍ଷ ବୟସ ହୋଇଥିବା ଏହି ମଇଁଷିର ମୂଲ୍ୟ ହେଉଛି ୮୦ ଲକ୍ଷ ଟଙ୍କା । ମଇଁଷିର ଓଜନ ଦେଢ ଟନ୍ ବା ୧୫ କ୍ଵିଣ୍ଟାଲ ରହିଛି । ମହାରାଷ୍ଟ୍ରର ସାଙ୍ଗୋଲି ଜିଲ୍ଲାର ତାସଗାଓଁ ରେ ଏହି ମଇଁଷି ରହିଛି ।

ତାସଗାଓଁ ର କୃଷକ ସଂଘ ସ୍ବାଭିମାନୀ ସେତକାରୀ ସଂଗଠନ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇ ଥିଲା । ଉକ୍ତ ମଇଁଷିଟିକୁ ମହାରାଷ୍ଟ୍ରର କର୍ଣ୍ଣାଟକ ସୀମାର ମଙ୍ଗୋସୁଲି ଗ୍ରାମରୁ ପ୍ରଦର୍ଶନୀକୁ ଅଣାଯାଇଛି । ଏହି ହୃଷ୍ଟପୃଷ୍ଟ ମଇଁଷିଟି ଏକ ଉନ୍ନତ ବଂଶ ଧରଣର । ଏହି ମଇଁଷିଟି ଉନ୍ନତ ମଇଁଷି ଛୁଆ ଜନ୍ମରେ ସହାୟକ ହେବ । ଫଳରେ ପଶୁପାଳନ କରୁଥିବା କୃଷକ ମାନେ ଚାରି ବର୍ଷର ମଇଁଷି ଗଜେନ୍ଦ୍ର ଠାରୁ ଦାମୀ ମଇଁଷି ଛୁଆ ପାଇପାରିବେ ।

ଏଥିପାଇଁ ହୁଏତ ଏହାର ଦାମ୍ ଏତେ ଅଧିକ ରହିଛି । ବୃହତ ଆକାରର ଏହି ମଇଁଷିକୁ ପାଳୁଥିବା ବିଳାସ ଏହି ମଇଁଷିକୁ ଦିନକୁ ୧୫ ଲିଟର କ୍ଷୀର ପିଇବାକୁ ଦେଇଥାନ୍ତି । ଏହାସହ ଦିନକୁ ଚାରି ଥର ଗଜେନ୍ଦ୍ରକୁ ଘାସ ଏବଂ ଆଖୁ ଖାଇବାକୁ ଦେଇଥାନ୍ତି । ଗଜେନ୍ଦ୍ରକୁ ଦେଖି ଗାଁ ର ଅନ୍ୟ କୃଷକ ମାନେ ମଧ୍ୟ ସ୍ଵାସ୍ଥ୍ୟାବାନ ପ୍ରାଣୀ ପାଳନ କରିବା ଆରମ୍ଭ କରି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।