ଏଥର ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର ନମ୍ବର, ଏନେଇ ବିଲ୍ ପାସ୍ କଲେ କେନ୍ଦ୍ର ସରକାର, ଦେଖନ୍ତୁ ସଂପୂର୍ଣ୍ଣ ତଥ୍ୟ

ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବରକୁ ଯୋଡିବା ପାଇଁ ନିର୍ବାଚନ ଆଇନରେ ସଂଶୋଧନ ପାଇଁ ଆଗତ ବିଲ୍ ଲୋକସଭାରେ ଗୃହୀତ ହୋଇଛି । ନିର୍ବାଚନ ଆଇନ ବିଲ୍ ୨୦୨୧ କୁ ପ୍ରବଳ ବିରୋଧ ସତ୍ତ୍ୱେ ସରକାର ବାଚନିକ ଭୋଟରେ ନିମ୍ନ ସଦନରେ ଏହାକୁ ଗୃହୀତ କରାଇ ଦେଇଛନ୍ତି । କଂଗ୍ରେସ, AIMIM, ବିଏସପି ଓ ଅନ୍ୟ ଦଳ ଗୁଡିକ ଉକ୍ତ ବିଲ୍ କୁ ବିରୋଧ କରିଛନ୍ତି । ଏହି ବିଲ୍ କୁ ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରିଥିଲେ ।

ଏବେ ସେହି ବିଲ୍ ଆଇନରେ ପରିଣତ ହେଲେ ନାଗରିକ ମାନଙ୍କର ସାମ୍ବିଧାନିକ ଅଧିକାର ଓ ଗୋପନୀୟତା ଅଧିକାର ଉଲ୍ଲଂଘନ ହେବ । ଭୋଟର କାର୍ଡ ସହ ଆଧାର କାର୍ଡକୁ ଯୋଡିବା ଲାଗି ଅନୁମତି ଦିଆଗଲେ ଅଧିକରୁ ଅଧିକ ଅଣ ନାଗରିକମାନେ ଭୋଟ ଦେବାର ସୁବିଧା ପାଇଯିବେ ବୋଲି ବିରୋଧୀ ସାଂସଦ ମାନେ ମତ ଦେଇଥିଲେ । ଆଧାର କାର୍ଡ ବାସସ୍ଥାନ ସଂକ୍ରାନ୍ତ ଏକ ପରିଚୟ ପତ୍ର, ଏହା ନାଗରିକତାର ପରିଚୟ ପତ୍ର ନୁହେଁ ।

ତେଣୁ ଭୋଟର କାର୍ଡ ସହ ଆଧାର କାର୍ଡକୁ ଯୋଡିବା ଦ୍ଵାରା ଅଣ ନାଗରିକ ମାନଙ୍କୁ ମତଦାନର ଅଧିକାର ମିଳିଯିବ ବୋଲି କଂଗ୍ରେସ ସାଂସଦ ଶଶୀ ଥରୁ କହିଥିଲେ । ଦେଶର ନିର୍ବାଚନ ପ୍ରଣାଳୀ ଠିକ ଭାବେ ହେଉ ବୋଲି ସମସ୍ତେ ଚାହାନ୍ତି । ନିର୍ବାଚନ କମିଶନ ମଧ୍ୟ ଏହା ଚାହାନ୍ତି । ଆଧାର କାର୍ଡକୁ ଭୋଟର କାର୍ଡ ସହ ଯୋଡିବାର ଯେଉଁ ପ୍ରାବଧାନ ରଖାଯାଇଛି ଏହା ବାଧ୍ୟତା ମୂଳକ ନୁହେଁ ।

AIMIM ର ମୁଖ୍ୟ ଅସଦ୍ଦୁଦିନ ଓବେଶି ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିର୍ବାଚନ ସଂଶୋଧନ ବିଲ୍ କୁ ବିରୋଧ କରି ନିଜର ପକ୍ଷ ରଖିଛନ୍ତି । ସରକାରଙ୍କ ଏହି ଯୋଜନାକୁ ନେଇ ଓବେଶି ଲୋକସଭାର ଚଳିତ ଶୀତ ଅଧିବେଶନରେ ଏକ ନୋଟିସ ମଧ୍ୟ ଦେଇଛନ୍ତି । ଯାହା ସେ ନିଜେ ଟ୍ବିଟ କରି ମଧ୍ୟ ଜଣାଇଛନ୍ତି । କେନ୍ଦ୍ର ସରକାର କିନ୍ତୁ ଏ ସମ୍ବନ୍ଧରେ ଏବେ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ଆଗକୁ ଅନେକ ନିର୍ବାଚନ ହେବାକୁ ଥିବା ବେଳେ ସରକାରଙ୍କ ଏହିଭଳି ଯୋଜନାକୁ କଡା ଭାବେ ବିରୋଧ କରୁଛନ୍ତି ବିରୋଧୀ ଦଳର ନେତାମାନେ । ତେବେ ଦେଖାଯାଉ ଆଗକୁ କେନ୍ଦ୍ର ସରକାର ଏହା ଉପରେ କ’ଣ ନିଷ୍ପତ୍ତି ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।