ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ ! ପ୍ରତି ପରିବାରକୁ ୧୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ କରିବେ ସରକାର, ଦେଖନ୍ତୁ କିଏ ଓ କିପରି ଏହି ଯୋଜନାର ଲାଭ ଉଠାଇ ପାରିବେ

୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ସହାୟତା ଦେଇଥିଲେ ରାଜ୍ୟ ସରକାର । ଠିକ୍ ସେହିପରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ କୋଭିଡ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ୧୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

ସାତଦିନ ମଧ୍ୟରେ ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବାଣ୍ଟିବା ପାଇଁ ନିର୍ଦ୍ଦେଶ ରହିଛି । କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଥିବା ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । BSKY କାର୍ଡ ନଥିଲେ ଜାତୀୟ ଓ ରାଜ୍ୟ ଖାଦ୍ଯ ସୁରକ୍ଷା କାର୍ଡଧାରୀଙ୍କୁ ବିଚାରକୁ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ୧୦୦୦ ଟଙ୍କା ଦେଇ ଜନମତକୁ ପ୍ରଭାବ କରିବା ପାଇଁ ସରକାର ବଡ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି । ପୂର୍ବରୁ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବଡ ସହାୟତା ଦେଇଥିଲେ ସରକାର । ଆଉ ଆଗକୁ ପଞ୍ଚାୟତ ପୌର ନିର୍ବାଚନ ଆସୁଛି । ଆଉ ଏହା ପୂର୍ବରୁ ବଡ ଯୋଜନା କରିଛନ୍ତି ରାଜ୍ୟ ସରକାର । କରୋନା ମହାମାରୀ ସମୟରେ ଅନେକ ଲୋକ ଜୀବନ ଜୀବିକା ହରାଇଛନ୍ତି ।

ତେଣୁ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ହଜାରେ ଟଙ୍କା ଲେଖାଁ ଆର୍ଥିକ ସହାୟତା ପ୍ରଦାନ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଗତକାଲି ରାଜ୍ୟ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ପରେ ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।

ରାଜ୍ୟ ସରକାର ସେମାନଙ୍କୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ତଥା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ମାଗଣା ଚାଉଳ ମଧ୍ୟ ଯୋଗାଇ ଦିଆଯାଉଛି । ଏସବୁ ମଧ୍ୟରେ ଏହି ହଜାରେ ଟଙ୍କାର କୋଭିଡ ସହାୟତା ସରକାରଙ୍କ ଆଉ ଏକ ମାଷ୍ଟର ଷ୍ଟ୍ରୋକ କହିଲେ ଅତ୍ଯୁକ୍ତି ହେବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।