ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଶାରୀରିକ ସଂପର୍କ ପରେ ବାହା ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ

ଆଜିକାଲି ପ୍ରାୟତଃ ସମସ୍ତଙ୍କର ପ୍ରେମିକା କିମ୍ବା ପ୍ରେମିକ ଅଛନ୍ତି । ଆଜିକାଲି ଦୁନିଆରେ ସମସ୍ତେ ଭଲ ପାଉଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଏହି ଭଲ ପାଇବା ବିବାହରେ ପରିଣତ ହୋଇଯାଏ ତ କେତେକ କ୍ଷେତ୍ରରେ ଭଲ ପାଇବା ଅଧାରେ ରହିଯାଏ । କିନ୍ତୁ ଅନ୍ୟ କେତେକ କ୍ଷେତ୍ରରେ ଭଲ ପାଇବା ପରେ ପୁଅ ଝିଅ ଶାରୀରିକ ସଂପର୍କ ବି ରଖନ୍ତି କିନ୍ତୁ ଶେଷରେ ସେମାନେ ଅଲଗା ହୋଇ ଯାଆନ୍ତି । ଏହିଭଳି କିଛି ମାମଲାରେ ବମ୍ବେ ହାଇକୋର୍ଟ ଏକ ମାମଲାର ଗୁରୁତ୍ଵ ପୂର୍ଣ ରାୟ ଦେଇଛନ୍ତି ।

ହାଇକୋର୍ଟର ରାୟ ଅନୁସାରେ ଦୀର୍ଘ ସମୟ ଧରି ପୁଅ ଓ ଝିଅ ଶାରୀରିକ ସଂପର୍କ ରଖିବା ପରେ ବି ଯଦି କେହି ବିବାହ କରିବା ପାଇଁ ରାଜି ହେଉ ନାହିଁ ତେବେ ଏହା ପ୍ରତାରଣା ନୁହେଁ । କହିବାକୁ ଗଲେ ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଇ ଦେଇ ଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ଆଜି ସେହି ଯୁବକଙ୍କୁ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହି ଛାଡି ଦେଇଛନ୍ତି ।

କହିଦେଉଛୁ କି ଏହି ମାମଲାରେ ପ୍ରେମିକା ଅଭିଯୋଗ କରିଥିଲା କି ତାର ପ୍ରେମିକ ତା ସହ ବହୁ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ବି ତାକୁ ବିବାହ କରିବା ପାଇଁ ମନା କରିଦେଇଛି । ପ୍ରେମିକା ଜଣକ ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ପ୍ରେମିକକୁ ଗିରଫ କରି ପ୍ରେମିକ ଉପରେ ଧାରା ୩୭୬ ଓ ୪୧୭ ଆକ୍ଟରେ ବଳତ୍କାର ଓ ପ୍ରତାରଣା ଭଳି ମାମଲା ଦାୟର କରିଥିଲେ ।

ଏହି ମାମଲାରେ ସେସନ ଜଜ ଅଭିଯୁକ୍ତ ଯୁବକ ଉର୍ଫ ପ୍ରେମିକକୁ ବଳତ୍କାର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି । କିନ୍ତୁ ଯୁବକକୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତଳ କୋର୍ଟ ପାଲଘରରେ ରହୁଥିବା କାଶୀନାଥଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ ଶାରୀରିକ ସଂପର୍କ ରଖିବା ହେତୁ ପ୍ରତାରଣା କରିବା ଅଭିଯୋଗରେ ବର୍ଷେ ଜେଲ ଦଣ୍ଡ ଦେଇଥିଲେ । କିନ୍ତୁ କାଶୀନାଥ ତଳ କୋର୍ଟର ଏହି ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏହି ମାମଲାରେ ଶୁଣାଣୀ କରି ଜଷ୍ଟିଷ ଅନୁଜ ପ୍ରଭୂଦେଶାଇର ସିଙ୍ଗଲ ବେଞ୍ଚ କାଶୀନାଥଙ୍କୁ ପ୍ରତାରଣା ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି । କୋର୍ଟ କହିଥିଲା କି ଦୁଇ ପକ୍ଷର ରାୟ ଶୁଣିବା ପରେ ଏହା ପ୍ରମାଣିତ ହେଉଛି କି କାଶୀନାଥ ଓ ତାଙ୍କର ପ୍ରେମିକା ମଧ୍ୟରେ ଶାରୀରିକ ସଂପର୍କରେ ଥିଲେ । ଏହା ସହିତ ପ୍ରେମିକାର ବୟାନରେ ଏହା କେଉଁଠି ବି ପ୍ରମାଣିତ ହୋଇ ପାରି ନାହିଁ କି କାଶୀନାଥ ତାଙ୍କ ସହ ପ୍ରତାରଣା କରିଛନ୍ତି ।