ପୋଲିସ, କୋର୍ଟ ଓ ଜନ ସାଧାରଣ କାହାରିକୁ ମଧ୍ୟ ଖାତିର ନାହିଁ ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁଙ୍କର, ଦେଖନ୍ତୁ କ’ଣ Sumit ଙ୍କ ବାପାଙ୍କ ମୁଣ୍ଡ ଉପରେ ରହିଛି କୌଣସି ମନ୍ତ୍ରୀଙ୍କ ହାତ ?

ସୁମିତ ଓ ତପସ୍ଵିନୀଙ୍କୁ ନେଇ ସୋସିଆଲ ମିଡିଆ ପଡୁଛି ଉଠୁଛି । ସାଧାରଣରେ ଉଠୁଥିବା କିଛି ପ୍ରଶ୍ନ ସମ୍ପର୍କରେ ଯଦି ଆଲୋଚନା କରାଯାଏ, ତେବେ ତପସ୍ଵିନୀ ଓରଫ ଡିମ୍ପଲଙ୍କୁ ସୁମିତ ବିବାହ କରିଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ମଧ୍ୟ ସୁମିତ ସ୍ଵୀକାର କରିଛନ୍ତି । କୋର୍ଟ ମଧ୍ୟ ଉଭୟଙ୍କ ସମ୍ପର୍କକୁ ସ୍ଵୀକାର କରିଛନ୍ତି । ଯଦି ହଁ ତେବେ ତପସ୍ଵିନୀଙ୍କୁ ସୁମିତଙ୍କ ଘରେ ରହିବାର ଅଧିକାର ଅଛି । ଦାଣ୍ଡରେ ତମ୍ବୁ ବାନ୍ଧି କାହିଁକି ରହୁଛନ୍ତି ତପସ୍ଵିନୀ ?

ଆଉ ଗୋଟେ କଥା ହେଉଛି, କୋର୍ଟ ନିର୍ଦ୍ଦେଶ ଦେଲେ କି ଦୁହେଁ ଘରଭଡା ନେଇ ଏକାଠି ରହିବେ । କିନ୍ତୁ ହଠାତ ଯଦି ସୁମିତ ଅସୁସ୍ଥ ହୋଇପଡିଲେ ତେବେ ପ୍ରଶ୍ନ ଉଠୁଛି ସ୍ଵାମୀଙ୍କ ପାଖେ ସ୍ତ୍ରୀ ରହିବାର ଅସୁବିଧା କେଉଁଠି ହେଉଛି ? ପୋଲିସ ଓ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁ କଣ ପାଇଁ ଘର ଦୁଆର ବନ୍ଦ କରି ରଖିଛନ୍ତି ? ଆଡିସନାଲ ଏସପି ଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ସମସ୍ତେ ଏହି କଥା ହୃଦୟଙ୍ଗମ କରି ସାରିଲେଣି ଯେ ତପସ୍ଵିନୀଙ୍କୁ ନିଜ ସ୍ଵାମୀଙ୍କ ଘରେ ରହିବା ଆବଶ୍ୟକ ରହିଛି ।

ଯଦି କୋର୍ଟ, ପୋଲିସ ଏବଂ ଜନ ସାଧାରଣ ବୁଝି ସାରିଲେଣି ତେବେ ସୁମିତଙ୍କ ବାପା କାହିଁକି ଗେଟ୍ ବନ୍ଦ କରିଛନ୍ତି ? ଯଦି ସୁମିତ ତପସ୍ଵିନୀଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ସାରିଛନ୍ତି ତେବେ ଶ୍ଵଶୁର ପ୍ରମୋଦ କୁମାର ସାହୁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କାହିଁକି ପାଚେରି ସାଜୁଛନ୍ତି ? ପ୍ରମୋଦ କୁମାର ସାହୁ ତଥା ସୁମିତଙ୍କ ବାପା ପୋଲିସ ପ୍ରଶାସନ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି ।

ଏପରି ସ୍ଥଳେ କୁହାଯାଉଛି ଯେ, ଟାଣୁଆ ନେତାଙ୍କ ସହ ସୁମିତଙ୍କ ବାପା ପ୍ରମୋଦ ସାହୁଙ୍କ ସମ୍ପର୍କ ଥିବାରୁ ସେ କୋର୍ଟ କି ପୋଲିସ କାହା କଥା ଶୁଣିବାକୁ ମନ ଦେଉ ନାହାନ୍ତି । ଏମିତି କେତେ ଦିନ ପୁଅ ଓ ବୋହୂଙ୍କ ମଧ୍ୟରେ ଠିଆ ହୋଇ ରହିଥିବେ ଶ୍ଵଶୁର ପ୍ରମୋଦ ସାହୁ ? ଏଥିରୁ ସୁମିତଙ୍କ ବାପାଙ୍କର ଖୁବ୍ ଭିତର ଯାଏଁ ପହଞ୍ଚ ଅଛି ବୋଲି ଚର୍ଚ୍ଚା କରୁଛନ୍ତି ଲୋକେ । କାହିଁକି ନା ତାଙ୍କ ହାତ ଯଦି ଲମ୍ବା ହୋଇ ନଥାନ୍ତା ତେବେ ସେ ଏମିତି କାହାରି କଥାକୁ ଏତେ ବି ବେଖାତିର କରୁ ନଥାନ୍ତେ ।

ତେବେ ତାଙ୍କ ହାତ ଲମ୍ବା ଥାଉ କି ଜିଦ୍ ବଡ ଏହା କେବଳ ସେ ହିଁ କହିପାରିବେ । ତପସ୍ଵିନୀଙ୍କୁ ଶୀଘ୍ର ନ୍ୟାୟ ମିଳୁ ବୋଲି ଓଡିଶାବାସୀଙ୍କ ଆଶା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତି ।