ସାକ୍ଷାତ ମା’ ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି 5 ଟି ମାସରେ ଜନ୍ମ ହୋଇଥିବା ଝିଅ, ଏମାନଙ୍କ ପାଦ ଘରେ ପଡିବା ମାତ୍ରେ ଘର ହେଇଯାଏ ସ୍ଵର୍ଗ !

ଶାସ୍ତ୍ରରେ ମହିଳାମାନଙ୍କୁ ମାତା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି । ସେଥିପାଇଁ ଯେତେବେଳେ କୌଣସି ପରିବାରରେ ଝିଅ ଜନ୍ମ ହୋଇଥାଏ ତେବେ କୁହାଯାଏ କି ସେହି ଘରେ ଲକ୍ଷ୍ମୀ ଆସିଲେ । ଅର୍ଥାତ ଘରେ ଲକ୍ଷ୍ମୀଙ୍କ ଆଗମନ କରିଲେ । ଝିଅମାନେ ଘରେ ସୁଖ ଓ ସମୃଦ୍ଧି ଆଣିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଜନ୍ମ ଯେତିକି ମହତ୍ଵ ରଖିଥାଏ ତାଙ୍କର ଜନ୍ମ ମାସ ବି ସେତିକି ଭାଗ୍ୟବାନ ହୋଇଥାଏ । ଏମିତି କିଛି ମାସ ଅଛି ଯେଉଁମାସରେ ଝିଅମାନେ ଜନ୍ମ ହେଲେ ସେମାନେ ଭାଗ୍ୟଶାଳୀ ହେବା ସହିତ ସେମାନଙ୍କ ଭଲ ଶଶୁର ଘର ବି ମିଳିଥାଏ । ସେମାନେ ସାକ୍ଷାତ ଲକ୍ଷ୍ମୀ ହୋଇଥାନ୍ତି ।

ଫେବ୍ରୁୟାରୀ ମାସ

ଫେବ୍ରୁୟାରୀ ମାସ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ସ୍ଵଭାବ ବହୁତ ହିଁ ବିନମ୍ର ହୋଇଥାଏ । ସେମାନେ ବୁଦ୍ଧିମାନ ବି ହୋଇଥାନ୍ତି । ଏହି ଝିଅମାନେଙ୍କୁ ଭଲ ବର ସହ ଭଲ ଶଶୁର ଘର ବି ମିଳିଥାଏ । ଶଶୁର ଘରେ ସୁଖ ସମୃଦ୍ଧି ଆଣିଥାନ୍ତି । ଏମାନଙ୍କ ଯୋଗୁ ଏମାନଙ୍କ ପରିବାରକୁ ଲାଭ ମିଳିଥାଏ ।

ଏପ୍ରିଲ ମାସ

ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ବି ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ହିଁ ଶୁଭ ହୋଇଥାଏ । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ଗ୍ରହ ବହୁତ ଭଲ ହୋଇଥାଏ । ଏମାନଙ୍କର ଭାଗ୍ୟ ବି ଭଲ ହୋଇଥାଏ ।

ଜୁନ

ଜୁନ ମାସରେ ଜନ୍ମିତ ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି । ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ଏମାନେ ଆପ୍ରାଣ ଚେଷ୍ଟା କରିଥାନ୍ତି ।

ସେପ୍ଟେମ୍ବର ମାସ

ଏହି ମାସରେ ଜନ୍ମିତ ଝିଅମାନଙ୍କର ଜାତକରେ ଚନ୍ଦ୍ର, ବୁଧ, ଶୁକ୍ର ଗ୍ରହଙ୍କ ମିଲନ ହୋଇଥାଏ । ସେଥିପାଇଁ ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରିବାର ବିଶ୍ଵାସ ରଖନ୍ତି । ଏହି ଝିଅମାନଙ୍କୁ କେବେ ବି କୌଣସି ଜିନିଷର ଅଭାବ ହୁଏ ନାହିଁ । ସବୁଠୁ ବଡ କଥା ହେଉଛି କି ଏମାନେ ଧନୀ ଘରେ ବୋହୁ ହୋଇ ଯାଆନ୍ତି ।

ନଭେମ୍ବର ମାସ

ଏହି ମାସରେ ଜନ୍ମିତ ଝିଅମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି । ଏମାନେ ବଡ ମାନଙ୍କୁ ସମ୍ମାନ ଦିଅନ୍ତି । ପଢା ଲେଖାରେ ଆଗୁଆ ରହିଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାତା ଲକ୍ଷ୍ମୀଙ୍କ ପ୍ରତିମା ହୋଇଥାନ୍ତି । ଏମାନେ ନିଜେ ନିଜ ଦମରେ ଟଙ୍କା ରୋଜଗାର କରିଥାନ୍ତି । ଭାଗ୍ୟର ସାଥ କାରଣରୁ ଏମାନେ ଧନୀ ବି ହୋଇଥାନ୍ତି । ବିବାହ ପରେ ବି ଏମାନଙ୍କୁ ଭଲ ପାତ୍ର ଓ ଭଲ ଘର ମିଳିଥାଏ । ଶଶୁର ଘର ବି ସୁଖ,ସମୃଦ୍ଧି ଓ ବୈଭବରେ ପରିପୂର୍ଣ ହୋଇଥାଏ । ଏମାନଙ୍କ ପରିବାରକୁ ବି ଲାଭ ମିଳିଥାଏ ।