କେନ୍ଦ୍ରପଡାରେ ପ୍ରତିଷ୍ଠା ହେବାକୁ ଯାଉଛି ଦେଶର ସବୁଠୁ ବଡ ଷ୍ଟିଲ ପ୍ଳାଣ୍ଟ, ଏଥିରେ ନିବେଶ ହୋଇଥିବା ପୁଞ୍ଜିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ !

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ନିକାସୀ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୋଟ ୧,୦୨,୨୭୫ କୋଟି ଟଙ୍କା ଦ୍ଵାରା କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ଵାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଳାଣ୍ଟକୁ ମଞ୍ଜୁରୀ ମିଳିଛି । ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଳାଣ୍ଟ ୧୬ ହଜାରରୁ ଉର୍ଦ୍ଧ୍ଵ ପ୍ରତ୍ଯକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରିପାରିବ । ଘୋଷିତ ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ ।

କେନ୍ଦ୍ରାପଡାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତା ସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ । ଏହି ପ୍ଳାଣ୍ଟ ବାର୍ଷିକ ୧୮.୭୫ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ । ଯାହା କେବଳ ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବା ଓ ଏହାସହ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।

ଇସ୍ପାତ କମ୍ପ୍ଲେକ୍ସ ସହିତ କମ୍ପାନୀ ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରତିଷ୍ଠା କରି ଖ୍ୟାଦର ଓ ମଧ୍ୟମ ଉଦ୍ଯୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ । କେନ୍ଦ୍ରପଡାର ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରକଳ୍ପ ପାଇଁ ବିକଶିତ ଭିତ୍ତିଭୂମି ସୁବିଧା ଗମନାଗମନ ସହ ଅଞ୍ଚଳର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି କାରଖାନାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ବିଶ୍ଵ ମାନଚିତ୍ରରେ କେନ୍ଦ୍ରପଡା ଓ ଓଡିଶାର ସ୍ଥାନକୁ ସ୍ଵତନ୍ତ୍ର କରିପାରିବ ।

ଅନେକ ଆନ୍ତର୍ଜାତୀୟ ଉପକରଣ ଉତ୍ପାଦନକାରୀ ଏହି ବୃହତ ପ୍ରକଳ୍ପର ଅଂଶୀଦାର ହେବାକୁ ଥିବାରୁ ଏହା ରାଜ୍ୟରେ ଆହୁରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଏହି ପ୍ରକଳ୍ପ ସହିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସମଗ୍ର ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରିବ । ଏହି ବୃହତ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ସାତ ବର୍ଷରେ ସଂପୂର୍ଣ୍ଣ ହେବ ।

ଏହି ବୃହତ ପୁଞ୍ଜି ବିନିଯୋଗ ସହିତ ଓଡିଶା ବିଗତ ୧୨ ମାସ ମଧ୍ୟରେ ୨.୭୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ପ୍ରାପ୍ତ ହେବା ସହିତ ଅନ୍ଯୁନ ୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାର ଉପଲବ୍ଧି ହାସଲ କରିଛି । ଓଡିଶା ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହିସାବରେ ଗୌରବ ମଣ୍ଡନ କରୁଛି । ଏହିପରି ବୃହତ ବିକଳ୍ପର ପ୍ରତିଷ୍ଠା ଦ୍ଵାରା ୨୦୩୦ ସୁଦ୍ଧା ରାଜ୍ୟ ବାର୍ଷିକ ୧୦୦ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ହାସଲ କରିପାରିବ ।