ସୁମିତଙ୍କ ବାପାଙ୍କୁ ପୋଲିସର ତାଗିଦ, କେଉଁଠି ଅଛନ୍ତି Sumit ? କାହିଁକି ପାଳନ କରୁ ନାହାନ୍ତି ସ୍ଵାମୀର କର୍ତ୍ତବ୍ୟ ? ଏହା ସହିତ ଆହୁରି ଅନେକ କିଛି…ଦେଖନ୍ତୁ Video

ସ୍ତ୍ରୀର ଅଧିକାର ପାଇବା ପାଇଁ ଦୀଘଦିନ ଧରି ଲଢେଇ କରି ଆସୁଛନ୍ତି ତପସ୍ଵିନୀ । କିନ୍ତୁ ସୁମିତ ସବୁବେଳେ ଲୁଚି ରହୁଛନ୍ତି । ଯେଉଁ ଥରେ ଦୁଇ ଥର ବାହାରକୁ ଆସିଛନ୍ତି କେବଳ ଆଇନ ଭାଷାରେ କଥା କହି ପଳେଇ ଯାଇଛନ୍ତି । ତପସ୍ଵିନୀ ଓ ସୁମିତଙ୍କୁ ଏକାଠି ରହିବା ପାଇଁ ଏସଡ଼ିଜେଏମ କୋର୍ଟ ଆଦେଶ ଦେଇଥିଲେ । କିନ୍ତୁ ସାତଦିନ ଏକାଠି ରହିବା ପରେ କୋର୍ଟଙ୍କ ଆଦେଶକୁ ଅବମାନନା କରି ତପସ୍ଵିନୀଙ୍କୁ ଗେଷ୍ଟହାଉସରେ ଛାଡି ଫେରାର ହୋଇ ଯାଇଛନ୍ତି ସୁମିତ । ଆଉ ସେବେ ଠାରୁ ସେ କେଉଁଠି ଅଛନ୍ତି ତାହା କାହାରିକୁ ମଧ୍ୟ ଜଣାନାହିଁ ।

ସେପଟେ ତପସ୍ଵିନୀ ସୁମିତଙ୍କ ଘର ଆଗରେ ପୁଣି ଥରେ ଧାରଣାରେ ବସିଛନ୍ତି । ଆଉ ସୁମିତ ଘର ଭିତରରକୁ ଯାଇଥିବା ଏବଂ ରାତି ଅଧାରେ ପାଚେରି ଡେଇଁ ଫେରାର ହୋଇ ଯାଇଥିବା କଥା ମଧ୍ୟ ସେ କହିଛନ୍ତି । ତେବେ ପୋଲିସ ଆଜି କୋର୍ଟଙ୍କ ଆଦେଶ ଅନୁସାରେ ସୁମିତଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିଲା । ସୁମିତ ଘରେ ନଥିଲେ । ସୁମିତଙ୍କ ବାପା ଝରକାରୁ ଥାଇ ଆସିକା ଆଇଆଇସି ଙ୍କ ସହ କଥା ହୋଇଥିଲେ ।

ସୁମିତ କେଉଁଠି ଅଛନ୍ତି ଏବଂ ଜଣେ ସ୍ବାମୀର କର୍ତ୍ତବ୍ୟ କାହିଁକି ତୁଲାଉ ନାହାନ୍ତି ବୋଲି ତାଙ୍କ ବାପାଙ୍କୁ ତାଗିଦ କରିଥିଲା ପୋଲିସ । ବାରମ୍ବାର ପଚାରିବା ପରେ ମଧ୍ୟ ସୁମିତ କେଉଁଠି ଅଛନ୍ତି ଜଣାଇ ନଥିଲେ ତାଙ୍କ ବାପା । ପରେ କଥା ହେବେ କହି ଆଇଆଇସି ଙ୍କ କଥାକୁ ଏଡାଇ ଦେଇଥିଲେ । କୋର୍ଟ ଆଦେଶ ଦେଇଛନ୍ତି ଯେ ସୁମିତ ତପସ୍ଵିନୀଙ୍କୁ ନିଜ ପାଖେ ନେଇ ରଖିବେ ଏବଂ ତାଙ୍କର ସମସ୍ତ ଦାୟିତ୍ଵ ବହନ କରିବେ ।

କିନ୍ତୁ ସୁମିତ ନିଜ ଦାୟିତ୍ଵରୁ ମୁହଁ ଲୁଚାଇ ପଳାଉଛନ୍ତି । ସେପଟେ ଏସଡ଼ିଜେଏମ କୋରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ତରଫରୁ । ସୁମିତ ତପସ୍ଵିନୀଙ୍କ ସହ ଛାଡପତ୍ର ପାଇଁ ଆବେଦନ କରିଥିବାରୁ ତାଙ୍କୁ ତପସ୍ଵିନୀଙ୍କ ସହ ରହିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ତପସ୍ଵିନୀ ଶୀତ କାକର ସହି ନ୍ୟାୟ ପାଇବା ଆଶାରେ ସୁମିତଙ୍କ ଘର ଆଗରେ ପଡି ରହିଛନ୍ତି । ତେବେ ଆଉ କେତେଦିନ ଲୁଚିବେ ସୁମିତ ? ଦେଖାଯାଉ ତପସ୍ଵିନୀଙ୍କ ଭାଗ୍ୟରେ କ’ଣ ଲେଖା ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।