‘ମୋତେ କି ମୋ ଝିଅ ଉପରେ ଆଟାକ୍ ହେଲେ ଆମେ କାହାକୁ ଛାଡ଼ିବୁନି, ସେ ଘରକୁ…’- ଶୁଣନ୍ତୁ କ୍ୟାମେରା ଆଗରେ ପ୍ରମିଳା ମା’ କ’ଣ କହିଲେ, ଦେଖନ୍ତୁ Video

ଆସନ୍ତା ୨୦ ତାରିଖ ତଥା ସୋମବାର ଦିନ କୋର୍ଟରେ ତପସ୍ଵିନୀଙ୍କ ପିଟିସନ୍ ର ଶୁଣାଣି ରହିଛି । ଆଉ କୋର୍ଟ କ’ଣ ରାୟ ଶୁଣାଇବେ ତାହା ଜାଣିବାକୁ ସମସ୍ତ ରାଜ୍ୟବାସୀ ଚାହିଁ ବସିଛନ୍ତି । ଏପଟେ ଦୁଇଦିନ ହେବ ତପସ୍ଵିନୀ ହାଡଭଙ୍ଗା ଶୀତରେ ବି ସୁମିତଙ୍କ ଘର ବାହାରେ ରହୁଛନ୍ତି । ସୁମିତ ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ତପସ୍ଵିନୀଙ୍କ ଏକ ଜିଦ୍ କି ସେ ସ୍ଵାମୀଙ୍କ ସହ ରହିବେ । ଆଉ ଏଥିରେ ପ୍ରମିଳା ମା’ ତପସ୍ଵିନୀଙ୍କ ସହଯୋଗ କରୁଛନ୍ତି । ଝିଅ ସହ ସେ ମଧ୍ୟ ଶୀତ କାକରରେ ବସି ରହିଛନ୍ତି ।

ଆସନ୍ତା ୨୦ ତାରିଖ ଦିନ ତପସ୍ଵିନୀ ସେହି ଘରକୁ ଯାଇ ସୁମିତଙ୍କ ସହ ରହିବେ ବୋଲି କହିଛନ୍ତି ପ୍ରମିଳା ମା । ଏହାସହ ତାଙ୍କ ଉପରେ କି ତପସ୍ଵିନୀ ଉପରେ ଯଦି କୌଣସି ପ୍ରକାର ଆକ୍ରମଣ ହୁଏ ତେବେ ସେମାନେ କାହାକୁ ଛାଡିବେ ନାହିଁ ବୋଲି କହିଛନ୍ତି । ଆଉ ଏବେ ତପସ୍ଵିନୀଙ୍କ ସମର୍ଥନରେ ପାଖ ପଡୋଶୀ ମଧ୍ୟ ବାହାରିଛନ୍ତି । ସାରା ଓଡିଶାରେ ତପସ୍ଵିନୀଙ୍କ ଅନେକ ସମର୍ଥକ ତଥା ଶୁଭେଚ୍ଛୁ ରହିଛନ୍ତି, ଯେଉଁମାନେ ଚାହାନ୍ତି କି ତପସ୍ଵିନୀଙ୍କୁ ନ୍ୟାୟ ମିଳୁ ବୋଲି ।

ସେ ସମସ୍ତଙ୍କୁ ପ୍ରମିଳା ମା ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ଯାହି ବି ତପସ୍ଵିନୀ ଆଉ ବାହାରେ ବସିବେ ନାହିଁ । ୨୦ ତାରିଖ ପରଠାରୁ ସେ ସ୍ଵାମୀଙ୍କ ଘରେ ଯାଇ ରହିବେ ବୋଲି ଦୃଢତାର ସହ କହିଛନ୍ତି ପ୍ରମିଳା ମା । ତପସ୍ଵିନୀ ମଧ୍ୟ ସବୁବେଳେ କହି ଆସିଛନ୍ତି କି, ନ୍ୟାୟ ବ୍ୟବସ୍ଥା ଏବଂ ଜଜ୍ ସାହେବଙ୍କ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ଏବଂ ଭରସା ରହିଛି । ସେ ନିଶ୍ଚୟ ନ୍ୟାୟ ପାଇବେ ବୋଲି କହିଛନ୍ତି ।

ଅନ୍ୟପଟେ ସୁମିତ କେଉଁଠି ଅଛନ୍ତି ତାହା କାହାରିକୁ ଜଣାନାହିଁ । ତପସ୍ଵିନୀଙ୍କୁ ଚିନିଶିଳ୍ପ ଗେଷ୍ଟହାଉସରେ ଛାଡି ଫେରାର ହେବା ପରଠାରୁ ସୁମିତ ସ୍ୱାସ୍ଥ୍ୟ ସମସ୍ଯା ବାହାନା କରି ଲୁଚି ରହୁଛନ୍ତି । ଏପରିକି କାମକୁ ମଧ୍ୟ ଯାଉ ନାହାନ୍ତି । ଯାହାଫଳରେ ସିଡ଼ିଏମଓ ତାଙ୍କ ଦରମା ମଧ୍ୟ ହୋଲ୍ଡ କରି ଦେଇଛନ୍ତି ।

ସୁମିତ ଛାଡପତ୍ର ଚାହୁଁଥିବା ବେଳେ ତପସ୍ଵିନୀ ସୁମିତଙ୍କୁ ଚାହାନ୍ତି । ତାଙ୍କ ସ୍ତ୍ରୀର ଅଧିକାର ଫେରି ଆସୁ ବୋଲି ଚାହାନ୍ତି । ତେବେ ଦେଖାଯାଉ ସୋମବାର ଦିନ କୋର୍ଟରେ ଜଜ୍ କ’ଣ ରାୟ ଶୁଣାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।