ସେପଟେ ଘରେ Barsha Priyadarshini ଆଉ ଏପଟେ ବାହାରେ Tapaswini, ଦୁଇ ନାରୀଙ୍କ ସଂଘର୍ଷର ଦୁଇଟି ଭିନ୍ନ ଚିତ୍ର, ଇଏ କେଉଁ ପ୍ରକାର ନ୍ୟାୟ ବ୍ୟବସ୍ଥା ?

ଦୁଇ ନାରୀଙ୍କ ଦୁଇଟି ଚିତ୍ର । ଜଣେ ହେଲେ ତପସ୍ଵିନୀ ଆଉ ଜଣେ ବର୍ଷ ପ୍ରିୟଦର୍ଶିନୀ । ଜଣେ ସ୍ବାମୀଙ୍କ ଘର ଭିତରେ ଆଉ ଜଣେ ଦାଣ୍ଡ ଦୁଆରେ । ପ୍ରେମ, ପ୍ରତାରଣା, ପ୍ରବଞ୍ଚନା ଆଉ ପ୍ରହସନରେ ପରିପୂର୍ଣ୍ଣ ଅନେକ ଘଟଣା ଆଜିକାଲି ଦେଖିବାକୁ ମିଳୁଛି । ଖାସ୍ କରି ନାରୀ ଅତ୍ୟାଚାରର କଥା ଯଦି ଦେଖାଯିବ ତା’ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜିଲ୍ଲାରେ ଏହାର ନକଲ ଅବିକଳ ଡହଡହ ହୋଇ ଫୁରି ଉଠୁଛି ।

ମିଶନ ଶକ୍ତିର ଦ୍ଵାହି ଦେଇ ଯେଉଁ ପ୍ରମିଳା ବିଶୋଇଙ୍କୁ ଲୋକସଭାକୁ ପଠାଯାଇଛି ବିଜୁ ଜନତା ଦଳର ସେହି ସରକାରଙ୍କ ସମୟରେ ନାରୀ ଅତ୍ୟାଚାରର ଅକଥନୀୟ ଦୃଶ୍ୟ ସବୁ ଓଡିଶାରେ ଦେଖିବାକୁ ମିଳୁଛି । ବିବାହ ବିଚ୍ଛେଦ ନ ଘଟିଥିଲେ ସୁଦ୍ଧା ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ସାରା ଓଡିଶା ହାଡଭଙ୍ଗା ଶୀତରେ ଥରୁଥିବା ବେଳେ ତପସ୍ଵିନୀ ଦାଶ ନିଜ ସ୍ଵାମୀଙ୍କୁ ପାଇବା ଜିଦ୍ ରେ ତାଙ୍କ ଦୁଆର ମୁହଁରେ ଦିନରାତି ବସି ରହିଛନ୍ତି ।

ସ୍ଵାମୀଙ୍କ ସହ ତାଙ୍କ ଘରେ ରହିବେ ବୋଲି ସେ ଜିଦ୍ ଧରି ବସିଛନ୍ତି । କୋର୍ଟରେ ଏହି ମାମଲା ଚାଲିଥିଲେ ମଧ୍ୟ କେହି କେହି ଏହାକୁ ଦୁର୍ବଳ ନ୍ୟାୟ ବ୍ୟବସ୍ଥାର ପବ୍ଲିକ ପ୍ରଦର୍ଶନୀ ବୋଲି କହୁଛନ୍ତି । ତେବେ ସେ ଯାହା ବି ହେଉ ବି ହେଉ ଆମ ରାଜ୍ୟରେ ମହିଳାଙ୍କ ମର୍ଯ୍ୟାଦା କ’ଣ ତାହାର ପ୍ରମାଣ ଦେଉଛନ୍ତି କି ତପସ୍ଵିନୀ ? ସେହିଭଳି ରାଜ୍ୟରେ ଆଉ ଜଣେ ଚର୍ଚ୍ଚିତ ମହିଳା ହେଉଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ଉଭୟଙ୍କ ମଧ୍ୟରେ ଛାଡପତ୍ର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ବର୍ଷା କିନ୍ତୁ ଅନୁଭବଙ୍କ ଘର ଛାଡି କୁଆଡେ ଯାଇ ନାହାନ୍ତି । ତାଙ୍କ ସହ ଅନୁଭବଙ୍କ ପରିବାର ଲୋକ କେହି କଥା ହେଉ ନଥିଲେ ମଧ୍ୟ ସେ ସେଠାରେ ରହୁଛନ୍ତି । କଟକ ପୋଲିସ ନେଇଛି ବର୍ଷାଙ୍କ ଦାୟିତ୍ଵ । ଥରେ ଫୋନ କରିଦେଲେ ପୁରୀଘାଟ ପୋଲିସ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଛି ।

କେଉଁଠି ପୋଲିସ ଚାପ ପ୍ରୟୋଗ କରୁଛି ତ କେଉଁଠି ଆମ ଲୋକଙ୍କ ସାମାଜିକ ସମ୍ବେଦନଶୀଳତା ବି କୁଆଡେ ଛୁ ମାରିଛି । ଦେଖାଯାଉ ଏହି ଦୁଇ ନାରୀଙ୍କୁ କେବେ ମିଳିବ ନ୍ୟାୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।