“ସୁମିତଙ୍କ ବାପା ମଝିରେ ପଶି ପ୍ରୋବ୍ଲେମ କରୁଛନ୍ତି, ମୋତେ ଓ ସୁମିତଙ୍କୁ କାଉନସେଲି॰ କରାଗଲେ…”- ଦେଖନ୍ତୁ ସ୍ବାମୀଙ୍କ ବିଷୟରେ କ’ଣ କହିଲେ ଡିମ୍ପଲ, ଦେଖନ୍ତୁ Video

ଇତିମଧ୍ୟରେ ନଅ ଦିନ ବିତିଯାଇଛି । ଏବେ ବି ସ୍ଵାମୀ ସୁମିତ କୁମାର ସାହୁଙ୍କ ଘର ଆଗରେ ବସି ରହିଛନ୍ତି ତପସ୍ଵିନୀ ଦାସ ଓରଫ ଡିମ୍ପଲ । ସ୍ଵାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ଡିମ୍ପଲ କୋର୍ଟରେ ଆବେଦନ ଦେଇଥିଲେ ମଧ୍ୟ ନିରାଶ ହୋଇ ଫେରିଛନ୍ତି । ଏତେ ଦିନ ବସି ରହିବା ପରେ ମଧ୍ୟ ସୁମିତ କିମ୍ବା ତାଙ୍କ ଘରଲୋକ ତାଙ୍କୁ ଘରକୁ ନେଉ ନାହାନ୍ତି । ଡିମ୍ପଲ କିନ୍ତୁ ନିଜ ଜିଦ୍ ରେ ଅଟଳ । ସୁମିତଙ୍କ ଘର ଆଗରେ ଥଣ୍ଡା କାକରରେ ବସି ରହୁଛନ୍ତି ଡିମ୍ପଲ ।

ତେବେ ଡିମ୍ପଲ କହିଛନ୍ତି ଯେ, ସେ ଶୁଣିବାକୁ ପାଇଛନ୍ତି କି ସୁମିତ ତାଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ସେ ଖବର ପାଇଛନ୍ତି । କିନ୍ତୁ ସୁମିତଙ୍କ ବାପା ତାଙ୍କୁ ବିରୋଧ କରୁଛନ୍ତି ଓ ସୁମିତଙ୍କୁ ଲୁଚାଇ ରଖୁଛନ୍ତି ମଧ୍ୟ । ସେଥିପାଇଁ ସୁମିତ ଓ ତାଙ୍କୁ ସାମନା ସାମନି ବସାଇ କାଉନସେଲି॰ କଲେ ସବୁ ଠିକ ହୋଇଯିବ ବୋଲି ଆଶା ବାନ୍ଧୁଛନ୍ତି ଡିମ୍ପଲ । ସୁମିତଙ୍କ ବାପା ମଝିରେ ପଶି ପ୍ରୋବ୍ଲେମ କରୁଛନ୍ତି ବୋଲି ବି ସେ କହିଛନ୍ତି ।

ଗତ ବର୍ଷ ସେପ୍ଟେମ୍ବରରେ ସୁମିତ ଓ ଡିମ୍ପଲ ଦୁହେଁ କୋର୍ଟ ବିବାହ କରିଥିଲେ । ଏହା ପରେ ସୁମିତଙ୍କ ଘରେ ମଧ୍ୟ ରହୁଥିଲେ ଡିମ୍ପଲ । କିନ୍ତୁ ସେମାନଙ୍କ ମଧ୍ୟରେ କିଛି ପାରିବାରିକ ଅଶାନ୍ତି ହୋଇଥିଲା, ଯାହାଫଳରେ ଡିମ୍ପଲ ସୁମିତ ଓ ତାଙ୍କ ଘରଲୋକଙ୍କ ନାଁରେ ୪୯୮ କେସ୍ ମଧ୍ୟ ଦେଇଥିଲେ । ଏହାପରେ ବି ଉଭୟ ପରିବାର ମଧ୍ୟରେ ବୁଝାସୁଝା ହେବା ପରେ ବୈଦିକ ରୀତିରେ ସେମାନଙ୍କର ବିବାହ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ ।

କିନ୍ତୁ କଥା ଦେଇ ମଧ୍ୟ ଠକି ଦେଇଥିଲେ ସୁମିତ ଓ ତାଙ୍କ ପରିବାର । ଯାହାଫଳରେ ଏହାର ପ୍ରତିବାଦ କରି ସୁମିତଙ୍କ ଘର ଆଗରେ ଧାରଣା ଦେଉଛନ୍ତି ଡିମ୍ପଲ । ସୁମିତଙ୍କ ତାଙ୍କୁ ସ୍ତ୍ରୀର ସମ୍ମାନ ଦେଇ ଗ୍ରହଣ କରି ଘରକୁ ନିଅନ୍ତୁ ବୋଲି ଅଡି ବସିଛନ୍ତି ଡିମ୍ପଲ । ସୁମିତ କିନ୍ତୁ କୋର୍ଟ ହିସାବରେ ଯିବାକୁ ଚାହୁଁଛନ୍ତି ବୋଲି କହିବା ସହ ନିଜେ ମଧ୍ୟ ଛାଡପତ୍ର ଦେବାକୁ ଚାହାନ୍ତି ବୋଲି କହିଛନ୍ତି ।

ସେପଟେ ଡିମ୍ପଲ କହୁଛନ୍ତି ଯେପର୍ଯ୍ୟନ୍ତ ସୁମିତ ମୋତେ ଘରକୁ ନ ନେଇଛନ୍ତି ସେପର୍ଯ୍ୟନ୍ତ ମୁଁ ବାହାରେ ବସିବି ଓ ଏହାସହ ସଂପୂର୍ଣ୍ଣ ଘଟଣା ପାଇଁ ସେ ସୁମିତଙ୍କ ବାପାଙ୍କୁ ଦାୟୀ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।