Weather Alert: ଆସୁଛି ବାତ୍ୟା ! ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ପବନ, ଜାଣନ୍ତୁ କେବେ ଠୁ ବଢିବ ବର୍ଷା-ପବନ ?

ଆସୁଛି ସିଭିୟର ସାଇକ୍ଳୋନିକ ଷ୍ଟର୍ମ । ଏବେ ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହା ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଥାଇଲାଣ୍ଡ ଓ ଉତ୍ତର ଆଣ୍ଡାମାନ ଶାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ୨ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାପରେ ୩ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସାଇକ୍ଳୋନିକ ଷ୍ଟର୍ମର ରୂପ ନେବ ।

ତେବେ ୪ ତାରିଖ ବେଳକୁ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଆକାରରରେ ଓଡିଶା ଓ ଉତ୍ତର ଆନ୍ଧ୍ରା ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ । ଏହାର ପ୍ରଭାବରେ ୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ । ତେବେ ୩ ତାରିଖ ବେଳକୁ ରାଜ୍ୟରେ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିବ ।

ପ୍ରଥମେ ଦକ୍ଷିଣ ଓଡିଶାରୁ ବର୍ଷା ଆରମ୍ଭ ହୋଇ ଏହା ପୁରା ଉପକୂଳ ଓଡିଶାକୁ ଭିଜାଇବ । ବିଶେଷ କରି ବାତ୍ୟା ଉପକୂଳ ମୁହାଁ ହେବା ବେଳେ ପବନର ବେଗ କ୍ରମଶ ବଢିବାକୁ ଲାଗିବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୧୦ କିମି ରହିବ ବୋଲି ଆକଳନ କରାଯାଉଛି । ତେବେ ଉପକୂଳ ଓଡିଶାରେ ଏହି ସମୟରେ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ସବୁଠୁ ବଡ କଥା ହେଉଛି ୪ ତାରିଖ ସକାଳ ପରଠାରୁ ବାତ୍ୟା ତା’ର ଦିଗ ପରିବର୍ତ୍ତନ କରିବ ।

ଏହା ପରଠାରୁ ଉତ୍ତର-ପୂର୍ବ ଦିଗରେ ଗତି କରିବ ବାତ୍ୟା । ତେବେ ସମସ୍ତ ଉପକୂଳ ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆଇଏମଡ଼ି ଡିଜିଙ୍କ କହିବା ଅନୁଯାୟୀ, ଓଡିଶା ଉପରେ ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଡିବ । ତେଣୁ ଏବେ ଠାରୁ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା ପାଇଁ ଉଦ୍ୟମ ଆରମ୍ଭ କରି ଦିଆଗଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ।