Bollywood ର ଦିଗ୍ଗଜ ସିଙ୍ଗର Bappi Lahiri ଙ୍କ ଲାଇଫଷ୍ଟାଇଲ ଓ Biography, ଦେଖନ୍ତୁ କିଏ କିଏ ଅଛନ୍ତି ତାଙ୍କ ପରିବାରରେ ?

ବର୍ତ୍ତମାନ ପୁରା ଭାରତରେ ବପ୍ପି ଦାଙ୍କ ବିଷୟରେ ଆଲୋଚନା କରାଯାଉଛି । ସେ ଆଜି ୬୯ ବର୍ଷ ବୟସରେ ଶେଷ ନିଶ୍ଵାସ ନେଇଛନ୍ତି । ଏମିତିରେ ଆମେ ଆପଣଙ୍କୁ ତାଙ୍କର ପରିବାର ବିଷୟରେ କହିବୁ । ବପ୍ପି ଦା ଭାରତର ପ୍ରସିଦ୍ଧ ଗାୟକମାନଙ୍କ ମଧ୍ୟରେ ଜଣେ ଥିଲେ । ସେ ଆଜି ପର୍ଯ୍ୟନ୍ତ ବହୁତ ହିଟ ହିଟ ଫିଲ୍ମରେ ଗୀତ ଗାଇଛନ୍ତି ଓ ସଙ୍ଗୀତ ମଧ୍ୟ ଦେଇଛନ୍ତି । ବପ୍ପି ଦାଙ୍କ ଅସଲ ନାଁ ଆଲୋକେଶ ଲାହିରୀ ।

ବପ୍ପି ଦା ଜଣେ ଗାୟକ, ସଂଗୀତକାର, ଅଭିନେତା ଅଟନ୍ତି । ବପ୍ପି ଦାଙ୍କ ଜନ୍ମ ୨୭ ନଭେମ୍ବର ୧୯୫୨ରେ ପଶ୍ଚିମବଙ୍ଗର ଜଳପାଇଗୁଡ଼ି ସହରରେ ହୋଇଥିଲା । ୩ ବର୍ଷ ବୟସରୁ ତବଲା ଶିଖିବା ସହ ସେ ସଙ୍ଗୀତର ଶିକ୍ଷା ବି ନାବା ଆରମ୍ଭ କରି ଦେଇଥିଲେ । ସେ ନିଜ ମାତା ପିତାଙ୍କ ଠାରୁ ସଙ୍ଗୀତ ଶିଖିଛନ୍ତି ଓ ୧୯ ବର୍ଷ ବୟସରେ ପ୍ରଥମ ଥର ତାଙ୍କୁ ବଙ୍ଗାଳୀ ଫିଲ୍ମ ଦାଦୁରେ ବେଙ୍ଗଲି ଗୀତ ଗାଇବାର ଚାନ୍ସ ମିଳିଲା ।

ସେ କିଶୋର କୁମାର ଓ ଏ ର ରେହେମାନଙ୍କୁ ଅଧିକ ପସନ୍ଦ କରୁଥିଲେ । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପିତା ଅପରେଶ ଲାହିରୀ ପ୍ରସିଦ୍ଧ ଗାୟକ ଥିଲେ ଓ ମା ବଂଶରୀ ଲାହିରୀ ପ୍ରସିଦ୍ଧ ଗାୟିକା ଥିଲା । ବପ୍ପି ଦା ତାଙ୍କ ମାତା ପିତାଙ୍କ ଗୋଟିଏ ସନ୍ତାନ ଅଟନ୍ତି । ବପ୍ପି ଦାଙ୍କ ସ୍ତ୍ରୀଙ୍କ ନାଁ ଚିତ୍ରାନୀ ଲାହିରୀ ଅଟେ । ତାଙ୍କର ଦୁଇଟି ସନ୍ତାନ ଅଛି ପୁଅ ବପା ଲାହିରୀ ଓ ଝିଅ ରିମା ଲହିରୀ । ବପ୍ପି ଦା ୧୯ ବର୍ଷ ବୟସରୁ ହିଁ ମୁମ୍ବାଇ ଚାଲି ଯାଇ ଥିଲେ ।

୧୯୭୩ରେ ତାଙ୍କୁ ପ୍ରଥମ ଥର ହିନ୍ଦୀ ଫିଲ୍ମରେ ଗାଇବାର ସୁଯୋଗ ମିଳିଲା । ଏହା ପରେ ତାଙ୍କର ଗୀତ ସମସ୍ତଙ୍କ ମୁହଁରେ ଥିଲା । ଗୋଟିଏ ସମୟ ଆସିଲା ବପ୍ପି ଦା ଓ ମିଥୁନ ଚକ୍ରବର୍ତ୍ତୀଙ୍କ ଯୋଡି ବଲୀଉଡରେ ଏମିତି ଧୁମ କରିଲେ କି ସମସ୍ତେ ଡାନ୍ସ ଓ ଡିସ୍କୋ ମ୍ୟୁଜିକର ଦିବାନା ହୋଇଗଲେ । ବପ୍ପି ଲାହିରୀ ମୁମ୍ବାଇରେ ନିଜର ପରିବାର ସହ ରୁହନ୍ତି । ଏହି ଘରର ମୂଲ୍ୟ ୩.୫ କୋଟି ଟଙ୍କା ଅଟେ । ଯଦି ତାଙ୍କର କାର କଲେକ୍ଶନ ବିଷୟରେ କହିବା ତେବେ ବପ୍ପି ଦାଙ୍କ ପାଖରେ ମର୍ସିଡିଜ ବେଞ୍ଚ, ଫର୍ଡ ଓ ଅଡୀ ଭଳି କାର ଅଛି ।

ସୂଚନା ଅନୁସାରେ ବପ୍ପି ଦାଙ୍କ ମୋଟ ସମ୍ପତ୍ତି ୨୨ କୋଟି ଟଙ୍କା । ସେ ଗୋଟିଏ ଫିଲ୍ମରେ ଗୀତ ଗାଇବା ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ସେ ଗୋଟିଏ ଘଣ୍ଟାର ସ୍ଟେଜ ଶୋ ପାଇଁ ୨୦ ରୁ ୨୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ସେ ଚ୍ୟାରୀଟି ପାଇଁ ବି ସ୍ଟେଜ ଶୋ କରନ୍ତି । ତାଙ୍କୁ ସୁନା ପିନ୍ଧିବାକୁ ଭଲ ଲାଗେ । ସେଥିପାଇଁ ସେ ସବୁବେଳେ ୫ କିଲୋ ସୁନା ପିନ୍ଧନ୍ତି ।