ଆସୁଛି ଆଉ ଏକ ବାତ୍ୟା ! ସିଭିୟର ସାଇକ୍ଳୋନିକ ଷ୍ଟ୍ରମ ର ରୂପ ନେବ ଏହି ବାତ୍ୟା, ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ରାଜ୍ୟର ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି !

ପାଣି ପାଗ ବିଭାଗ ଅନୁସାରେ ୪ ତାରିଖ ଦିନ ସକାଳେ ଦକ୍ଷିଣ ଓଡିଶା – ଉତ୍ତର ଆନ୍ଧ୍ର ଉପକୂଳରେ ଆଉ ଏକ ବାତ୍ୟା ଆସୁଛି । ଯାହାକି ଉପକୂଳରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଉପକୂଳ ଛାଡିବ ନାହିଁ । ଏମିତିରେ ବର୍ତ୍ତମାନ ଅମଳର ସମୟ ଓ ଏହି ବାତ୍ୟା ଯୋଗୁ ଚାଷୀମାନେ ବିଶେଷ ରୂପରେ ପ୍ରଭାବିତ ହୋଇପାରନ୍ତି । ସେଥିପାଇଁ ସରକାର ଚାଷୀମାନେ ସତର୍କ ରହିବା ପାଇଁ ବି କହିଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଅନୁସାରେ ବାତ୍ୟା କିଛି ସମୟ ମଧ୍ୟରେ ବଙ୍ଗୋପସାଗରରେ ଆସିଲେ ହିଁ ତାହା ଘନିଭୂତ ହେବ ।

୨ ତାରିଖରେ ଏହା ଅଧିକ ଘନିଭୂତ ହେବ ନାହିଁ । କିନ୍ତୁ ୩ ଓ ୪ ତାରିଖରେ ଏହା ଅଧିକ ଘନିଭୂତ ହେବ । ୩ ତାରିଖ ଦିନ ରାତି ମଧ୍ୟରେ ଏହି ଲଘୁଚାପ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସି ଯାଇ ପାରେ । କିନ୍ତୁ ଓଡିଶା ଓ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସିବା ପାଇଁ ଏହି ବାତ୍ୟା ୩ ତାରିଖର ଅଧ ରାତିରେ କିମ୍ବା ୪ ତାରିଖ ସକାଳେ ଆସିପାରେ ।

୩ ତାରିଖ ରାତିରୁ ହିଁ ଓଡିଶାର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ବଢିବାରେ ଲାଗିବ । ୪ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ ଓ ୫ ତାରିଖରେ ବି ବର୍ଷା ଜାରି ରହିବ । ୫ ତାରିଖରେ କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ଵର, ଯାଜପୁର ଓ ମୟୂରଭଞ୍ଜରେ ଜିଲ୍ଲା ଗୁଡିକରେ ବର୍ଷା ହେବ ।

କିନ୍ତୁ ୩ ତାରିଖ ରାତିରୁ ୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଦା, ପୁରୀ, ଜଗତସିଂହପୁର, କଟକ ଭଳି ପାଖାପାଖି ଜିଲ୍ଲାରେ ବର୍ଷାର ପରିଣାମ ଅଧିକ ରହିବ । କେନ୍ଦୁଝର, ଢେଙ୍କାନାଳରେ ବର୍ଷା ହେବ କିନ୍ତୁ ଏଠି ବର୍ଷାର ପରିଣାମ କମ ରହିବ । କୁହାଯାଉଛି କି ଏହି ଲଘୁଚାପ ମହାବାତ୍ୟାରେ ବି ପରିଣତ ହୋଇପାରେ । କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ ।

୧ ଓ ୨ ତାରିଖରେ ଏହି ଲଘୁଚାପର ସ୍ପଷ୍ଟ ଚିତ୍ର ଜଣାଯିବ କି ଏହା ବାତ୍ୟାର ରୂପ ନବ ନା ମହାବାତ୍ୟାର । କହିଦେଉଛୁ କି ଏହି ବାତ୍ୟା ଓଡିଶା ଭିତରକୁ ପ୍ରବେଶ ନ କରି ପାରେ । ଓଡିଶାର ଏହି ବାତ୍ୟା ଲ୍ୟାଣ୍ଡଫଳ କରିଲେ ଏହା କେଉଁ ସବୁ ଜିଲ୍ଲାକୁ କ୍ଷତି ପହଞ୍ଚାଇ ପାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡି ନାହିଁ ଓ ଏହି ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଳ କରିବ ଏହା ବି ଜଣା ପଡି ନାହିଁ ।