ମାନ୍ୟବର SDJMଙ୍କୁ ଦେଖାକରି ନୂଆ ଓକିଲ ନିଯୁକ୍ତି ପାଇଁ ଆବେଦନ କରି କିଛି ଏମିତି କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ବ୍ରହ୍ମପୁରରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକାର ଘଟଣାର ଚର୍ଚା ସମସ୍ତ ସ୍ଥାନରେ ହେଉଛି । ଆପଣ ମାନେ ସମସ୍ତେ ତପସ୍ଵିନୀ ନିର୍ଯାତନା ମାମଲା ବିଷୟରେ ତ ନିଶ୍ଚୟ ଜାଣି ଥିବେ । ଗତ ଦୁଇ ରାତି ଓ କିଛି ଦିନ ଧରି ତପସ୍ଵିନୀ ଦାସ ନାମକ ଜଣେ ଯୁବତୀ ନିଜ ଶଶୁର ଘର ସାମ୍ନାରେ ପଡି ରହିଛନ୍ତି । ତେବେ ଘର ଲୋକ କେହି ତପସ୍ଵିନୀଙ୍କୁ ଗ୍ରହଣ କରୁନଥିବାରୁ ସେ ମାନ୍ୟବର କୋର୍ଟରେ ନିଜ ଶଶୁର ଘର ଲୋକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଛନ୍ତି ।

ଏମିତିକି ତପସ୍ଵିନୀ ମହିଳା ଥାନା ଯାଇ ନିରଯାତନଆ କେସ ମଧ୍ୟ ରୁଜୁ କରିଛନ୍ତି । ତିନି ଦିନ ଧରି ବସିବା ପରେ ପ୍ରଥମେ ତପସ୍ଵିନୀଙ୍କ ଶଶୁର ଓ ତାଙ୍କ ସ୍ଵାମୀ ମିଡିଆ ସାମ୍ନାକୁ ଆସିଥିଲେ । ସେମାନେ ତପସ୍ଵିନୀକୁ ବୋହୁ ରୂପରେ ସ୍ଵୀକାର କରିବାକୁ ମନା କରିଦେଇଥିଲେ । ବନ୍ଧୁଗଣ ସେବେଠାରୁ ଏହି ମାମଲାର ଚର୍ଚା ସମସ୍ତ ସ୍ଥାନରେ ହେଉଛି । ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଭାଇରାଲ ହେଉଛି ।

ତେବେ ବର୍ତ୍ତମାନ କୋର୍ଟରେ ଏହି ମାମଲାର ଶୁଣାଣୀ ହୋଇ ନାହିଁ କିନ୍ତୁ ଉଭୟ ପକ୍ଷରୁ କୋର୍ଟରେ ହାଜିରା ଦେଉଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏହି ମାମଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ ।

ତେବେ ବର୍ତ୍ତମାନର ଖବର ଅନୁଯାଇ ମାନ୍ୟବର SDJMଙ୍କୁ ଦେଖାକରି ନୂଆ ଓକିଲ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ତପସ୍ଵିନୀ । କୁହାଯାଉଛି ଏହି ମାମଲାର ଶୁଣାଣୀ ଆସନ୍ତା କାଲି ହେବ । ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ ଆସି କହୁଛନ୍ତି’କିଛି କାରଣ ଥିଲା ମୁ ସେଥିପାଇଁ ସାରଙ୍କ ସହ ସାକ୍ଷାତ କରିଲି । ମୁ ଓକିଲ ଯେହେତୁ ବଦଳିବି ତେଣୁ ମୁ ସାରଙ୍କ ସହ ଦେଖା କରିଲି ।

ଓକିଲ ଆସନ୍ତା କାଲି ମୋ ପାଇଁ ଯିବେ ଓ ନ୍ୟାୟଳୟ ଉପରେ ମୋର ଏତିକି ବିଶ୍ଵାସ ଅଛି ସେ ମୋତେ ଉଚିତ ନ୍ୟାୟ ଦେବେ । ମୁ ମୋର ଅଧିକାର ମାଗୁଛି ଯେ, ମୋତେ ମୋର ସ୍ଵାମୀଙ୍କ ପାଖରେ ରହିବାର ଅଛି ତେଣୁ ମୋତେ ନ୍ୟାୟ ନିଶ୍ଚୟ ଦେବେ ବୋଲି ମୋର ଆଶା ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ବିଷୟରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।