Weather Alert: ଶନିବାର ଦିନ ଘାଣ୍ଟିବ ବର୍ଷା ! ଦେଖନ୍ତୁ ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ !

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତିକରି ଅବାପାତରେ ରୂପ ନେଇପାରେ ବୋଲି ପାଣି ପାଗ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଏହି ଲଘୁଚାପର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଓଡିଶାରେ ଲଗାଣ ବର୍ଷା ହେବାର ଅନୁମାନ କରାଯାଉଛି । ଆଜି କିମ୍ବା ଗତକାଲି ପାଗରେ କୌଣସି ବି ପ୍ରକାରର ପରିବର୍ତ୍ତନ ଆସିବ ନାହିଁ ।

୨ ତାରିଖରେ ଓଡିଶାର ଗଞ୍ଜାମ, ପୁରୀ, ଗଜପତି ଓ ଜଗତସିଂହପୁର ଭଳି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ତାରିଖରେ ପୁଣି ଥରେ ବର୍ଷାର ପ୍ରଭାବ ବଢିବ । ଏହି ସବୁ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳର କେତେକ ସ୍ଥାନରେ ବି ବର୍ଷା ହୋଇପାରେ ।

ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ ଆଜି ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେଇ ପାରେ ଓ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମନ ସାଗରରେ ପହଞ୍ଚି ଯିବ । ଧୀରେ ଧୀରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହି ସମୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ କିଛି ସମୟ ବର୍ଷା ହେବ ।

ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳେ ଏହା ବାତ୍ୟାର ରୂପ ନେଇ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ । ଏହି ଲଘୁଚାପର ପ୍ରଭାବରେ ଆଜି ଠାରୁ ୨ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଓ ଏହାର ପାଖାପାଖି ଅଞ୍ଚଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ । ପବନର ବେଗ ଆଜି ୪୦ ରୁ ୫୦ କିମି ପ୍ରତି ଘଣ୍ଟା ହୋଇପାରେ । ଯାହାକି ଗତକାଲି ୪୫ ରୁ ୫୫ ରୁ ଘଣ୍ଟା ହୋଇପାରେ ଓ ପବନର ବେଗ ଧୀରେ ଧୀରେ ବଢିବ ।

ଅନୁମାନ କରାଯାଉଛି କି ୩ ତାରିଖ ରାତିରୁ ହିଁ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ଅଧିକ ବର୍ଷା ହେବ । ଏହା ମଧ୍ୟରେ ପବନର ବେଗ ବି ବଢିବ । କହିଦେଉଛୁ କି ଏହି ଲଘୁଚାପର ସିଧା ପ୍ରଭାବ ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳରେ ରହିବ । ଯେତେବେଳେ ଏହି ଲଘୁଚାପ ଅବପାତରେ ପରିଣତ ହେବ ସେହି ସମୟରେ ସ୍ପଷ୍ଟ ଜଣା ପଡିବ କି ସବୁ ଜିଲ୍ଲାରେ ଅଧିକ ବର୍ଷା ହେବ । ୫ ତାରିଖରେ ବି କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।