ତପସ୍ଵିନୀଙ୍କୁ ମିଳିଲା ଏସିଡ ଆଟାକ ଧମକ ! ଏ ନେଇ କଣ କହୁଛନ୍ତି Tapaswini ? ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଦାସଙ୍କ ସହ ଜଡିତ ଅନେକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ କିଛି ଦିନ ହେବ ତପସ୍ଵିନୀ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଛନ୍ତି । ତପସ୍ଵିନୀ ନିଜ ଶାଶୁ ଘର ଲୋକଙ୍କ ବିରୋଧରେ ନିରଯାତନଆ ମାମଲା ରୁଜୁ କରିଛନ୍ତି ଏହା ସହିତ କିଛି ସାଂଘାତିକ ଅଭିଯୋଗ ମଧ୍ୟ ମାନ୍ୟବର କୋର୍ଟଙ୍କ ଆଗରେ ରଖିଛନ୍ତି । ପ୍ରଥମେ ସେ ନିଜ ସ୍ଵାମୀ ଓ ଶାଶୁ ଘର ଲୋକଙ୍କ ଉପରେ ଆଶା ରଖିଥିଲେ, ହେଲେ କେହି ବି ତାଙ୍କୁ ବୋହୁ ରୂପରେ ସ୍ଵୀକାର କରିଲେ ନାହିଁ ।

ଏବେ ତାଙ୍କର ଏକ ମାତ୍ର ସାହା ଭରସା ହେଉଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର କୋର୍ଟଙ୍କ ନିଷ୍ପତ୍ତିରେ ତପସ୍ଵିନୀଙ୍କ ସଂସାର ରହିଛି ଏଣିକି ଆସନ୍ତା କାଲି କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଯାଉଛି । ତେବେ ବନ୍ଧୁଗଣ ଗତ କିଛି ସମୟ ତଳେ ଏକ ଖବର ଆସିଥିଲା ଯେ ତପସ୍ଵିନୀ ନିଜ ଓକିଲ ବଦଳାଉ ଛନ୍ତି । ମାନ୍ୟବର SDJMଙ୍କୁ ଦେଖାକରି ନୂଆ ଓକିଲ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ତପସ୍ଵିନୀ ।

ଏବେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି । ତପସ୍ଵିନୀଙ୍କୁ ଏ-ସିଡ ପକାଇବା କଥା କୁହା ଯାଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତପସ୍ଵିନୀଙ୍କ ମତରେ’ମୁ ଏମିତି କାହା ନାଁ ତ କହିପାରିବି ନାହିଁ ହେଲେ ଲୋକମାନେ ମୋତେ ସତର୍କ ରହିବା ପାଇଁ କହୁଛନ୍ତି ।

କିଛି ଲୋକ ମତେ କହୁଛନ୍ତି ଆପଣଙ୍କୁ ସେମାନେ ଏ-ସିଡ ପକାଇ ଶେଷ କରି ଦେବା ପାଇଁ ଭାବି ଛନ୍ତି । ମୁ ଏହା ବିଷୟରେ ପୋଲିସକୁ ମଧ୍ୟ କହିଛି ଓ ପୋଲିସ ମୋର ସୁରକ୍ଷା ଦେଇଛନ୍ତି । ଆଗକୁ ତପସ୍ଵିନୀ କହିଛନ୍ତି’ମୁ ଜାଣି ଥିଲି ଯେତେବେଳେ ତାରିଖ ବଢି ବଢି ଗଲା ମୋତେ ନ୍ୟାୟ ଏତେ ଶୀଘ୍ର ମିଳିବ ନାହିଁ । ହେଲେ ଠିକ ଅଛି ତାରିଖ ବଢିଛି ମୋର କିଛି ଅସୁବିଧା ନାହିଁ । ମୁ ବସିବି ମୁ ଉଠିବି ନାହିଁ ।

ମୋତେ ବହୁତ କଷ୍ଟ ହେଉଛି ହେଲେ ମୁ କଷ୍ଟ ସହିକି ବି ଏଠି ନ୍ୟାୟ ପାଇଁ ଲଢେଇ କରିବି ଆଉ ନ୍ୟାୟ ପାଇକି ହିଁ ରହିବି । ମୁ ନ୍ୟାୟଳୟ ଉପରେ ବହୁତ ଆଶା ବିଶ୍ଵାସ ରଖିଛି’ । ତା ହେଲେ ବନ୍ଧୁଗଣ ଏଭଳି ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି ତପସ୍ଵିନୀ । ତପସ୍ଵିନୀଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।