ମାଣବସା ଗୁରୁବାରରେ ଭୁଲରେ ବି କରିବେ ନାହିଁ ଏହି 5 ଟି କାମ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସର ଗୁରୁବାର ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହିଦିନ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଗୃହକୁ ମା ଲକ୍ଷ୍ମୀଙ୍କର ଆଗମନ ହେବା ସହ ତାଙ୍କ କୃପା ପ୍ରାପ୍ତି ହୋଇଥାଏ । ସେହିପରି ଗୁରୁବାର ଦିନ ସୁଖଶାନ୍ତିର ଦେବତା ବୃହସ୍ପତିଙ୍କୁ ମଧ୍ୟ ପୂଜା କରିବା ଦ୍ଵାରା ତାଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଏଭଳି କିଛି କାମ ରହିଛି ଯାହା ଗୁରୁବାର ଦିନ ଭୁଲ୍ ରେ ମଧ୍ୟ କରିବା ଉଚିତ ନୁହେଁ । ନଚେତ ଆପଣଙ୍କ ଉପରେ ସଙ୍କଟ ଆସିପାରେ ।

ଗୁରୁବାର ଦିନ ଘରର ମହିଳା କେଶ ଧୋଇବା ଦ୍ଵାରା କିମ୍ବା କେହି ନଖ, ଦାଢି ଏବଂ ବାଳ କାଟିବା ଦ୍ଵାରା ଗୁରୁଗ୍ରହ ଖୁବ୍ କ୍ରୋ-ଧି-ତ ହୋଇଥାନ୍ତି । ଏପରି କରିବା ରାହୁ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ରାହୁ ଯଦି ଗୁରୁଗ୍ରହ ଉପରେ ଭାରି ହୋଇଯାନ୍ତି ତେବେ ସବୁ କାର୍ଯ୍ୟରେ ଅସଫଳତା ଦେଖିବାକୁ ମିଳେ । ଏଥିପାଇଁ ଘରର ମହିଳା ମାନେ ଗୁରୁବାର ଦିନ କେଶ ଧୁଅନ୍ତୁ ନାହିଁ କି ପୁରୁଷମାନେ ନଖ କିମ୍ବା ଦାଢି କାଟନ୍ତୁ ନାହିଁ । ଗୁରୁବର ଦିନ କାହାରିକୁ ଉଧାର ଦେବା କିମ୍ବା ଉଧାର ନେବା ମଧ୍ୟ ଉଚିତ ନୁହେଁ ।

ଏପରି କଲେ ଉଭୟ ବ୍ୟକ୍ତି କାଙ୍ଗାଳ ଅବସ୍ଥାକୁ ଆସିଯାନ୍ତି । ଏହାସହ କେତେ ପ୍ରକାର ସମସ୍ଯା ମଧ୍ୟ ଆପଣଙ୍କୁ ସାମନା କରିବାକୁ ପଡିଥାଏ । ଏଥିପାଇଁ ଗୁରୁବାର ଦିନ ଭୁଲ୍ ରେ ମଧ୍ୟ କାହାକୁ ଉଧାର ଦିଅନ୍ତି । ଗୁରୁବାର ଦିନ ଘରେ ପୋଛା ଲଗାଇବା ମଧ୍ୟ ଶାସ୍ତ୍ର ଅନୁସାରେ ବର୍ଜିତ କରାଯାଇଛି । ଏପରି କରିବା ଦ୍ଵାରା ଘରେ ଆ-କ-ସ୍ମି-କ ଦୁ-ର୍ଘ-ଟ-ଣା, ବାସ୍ତୁ ଦୋଷ ହେବା ସହ ଏହା ନକରାତ୍ମକତାକୁ ଆକର୍ଷଣ କରିଥାଏ ।

ଏହାପରେ ବି ଯଦି ଆପଣ ଗୁରୁବାର ଦିନ ପୋଛା ଲଗାଇବାକୁ ଚାହୁଁଛନ୍ତି ତେବେ ଆପଣ ସେହି ପାଣିରେ ଲୁଣ ମିଶାଇ ପୋଛା ଲଗାଇ ପାରିବେ । ଏପରି କଲେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । ଗୁରୁବାର ଦିନ ସ୍ତ୍ରୀ, ଭଉଣୀ, ମା ଆଦି ଘରର ମହିଳା ଏବଂ ପିତାଙ୍କ ସହ ଝଗଡା କରିବା ମଧ୍ୟ ଉଚିତ ନୁହେଁ । ଏହିଦିନ ଭୁଲରେ ବି କାହା ସହ ଲଢେଇ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା କାର୍ଯ୍ୟରେ ଆପଣଙ୍କୁ ସମସ୍ଯାର ସମୁଖୀନ ହେବାକୁ ପଡିବା ସହ ଆପଣଙ୍କର ହାନି ମଧ୍ୟ ହୋଇପାରେ ।

ଗୁରବାର ଦିନ ଘରର ମହିଳା ମାନେ ଭୁଲ୍ ରେ ଓସ୍ତ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ମନ୍ଦ ଶକ୍ତି ମାନେ ଘରକୁ ଆକର୍ଷିତ ହୋଇ ଆସନ୍ତି । ଗୁରୁବାର ଦିନ ଗୁରୁଗ୍ରହଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଛୋଟ ପିଲାଙ୍କୁ ହଳଦିଆ ରଙ୍ଗର ଉପହାର ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।