ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ୩ ଟି ଜିନିଷ, ଧନର ଆଗମନ କେବେ ବି ବନ୍ଦ ହେବ ନାହିଁ

ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । କାରଣ ମା’ ଲକ୍ଷ୍ମୀ ଓ ଧନ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଥାଏ । ସାଧାରଣତଃ ଲୋକମାନଙ୍କ ଜୀବନରେ ଧନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ସେମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ରାତି ଦିନ ବହୁତ କଷ୍ଟ କରନ୍ତି ଓ ନିଜ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ଚେଷ୍ଟା କରନ୍ତି ।

ହେଲେ ସେମାନଙ୍କୁ ତାଙ୍କ ଭାଗ୍ୟର ସାଥ ନ ମିଳିବାରୁ ସେମାନଙ୍କର ସବୁ କଷ୍ଟ ବୃଥା ହୋଇଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣ କଲେ, ଆପଣଙ୍କ ଜୀବନରେ ଥିବା ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ଶୁକ୍ରବାର ଦିନ କିଛି ଖାସ ଜିନିଷ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଜୀବନରେ ଥିବା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ । ତେବେ ଏହି ଉପାୟକୁ ଭଲ ଭାବରେ ବ୍ୟବହାର କରି ନିଜ ଜୀବନକୁ ସାର୍ଥକ କରନ୍ତୁ ।

ଚାନ୍ଦି ବା ସୁନାର ମୁଦ୍ରା

ଶୁକ୍ରବାର ଦିନ ସୁନା ଚାନ୍ଦି କିଣିବା ବହୁତ ଶୁଭ ଅଟେ । ଯଦି ଆପଣ ଏହି ସୁନା ବା ଚାନ୍ଦିର ମୁଦ୍ରାକୁ ନେଇ ମା ଲକ୍ଷ୍ମୀଙ୍କ ଚରଣରେ ରଖିଦିଅନ୍ତି, ତେବେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ । ତେଣୁ ଆପଣ ଏହି ସୁନା ବା ଚାନ୍ଦିର ମୁଦ୍ରାକୁ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ପୂଜା କରି ନିଜ ତିଜୋରିରେ ରଖିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଶୀଘ୍ର ଧନ ଲାଭ ହେବ ।

ମୟୂର ପଙ୍ଖ


ମୟୂର ପଙ୍ଖରେ ବହୁତ ସକରାତ୍ମକ ଊର୍ଜା ରହିଥାଏ । ଏହାକୁ ଲକ୍ଷ୍ମୀଙ୍କ ସମ୍ମୁଖରେ ରଖିଲେ ପୂଜା ସ୍ଥଳ ସକରାତ୍ମକ ଶକ୍ତିରେ ଭରିଯାଇଥାଏ । ମା ଲକ୍ଷ୍ମୀ କେବଳ ସେହି ସବୁ ସ୍ଥାନକୁ ଯିବା ପାଇଁ ପସନ୍ଦ କରନ୍ତି ଯେଉଁଠି ସକରାତ୍ମକ ଊର୍ଜା ଥାଏ । ଏହା ଛଡା ମୟୂର ପଙ୍ଖ ବହୁତ ଆକର୍ଷଣୀୟ ମଧ୍ୟ ହୋଇଥାଏ । ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କ ଧ୍ୟାନ ବହୁତ ଶୀଘ୍ର ଏହା ଉପରେ ପଡିଥାଏ ।

କଳସ


କଳସ ଏକ ପବିତ୍ର ଜିନିଷ ଅଟେ । ଏହାକୁ ଦେବୀ ଓ ଦେବତାଙ୍କ ସମ୍ମୁଖରେ ରଖିଲେ ବହୁତ ଫାଇଦା ମିଳିଥାଏ । ଏହା ନକରାତ୍ମକ ଶକ୍ତିକୁ ଦୂର କରିବା ସହ ସକରାତ୍ମକ ଊର୍ଜାର ମାତ୍ରାକୁ ବୃଦ୍ଧି କରାଇଥାଏ । ଏହି କଳସରେ ଆପଣ ତମ୍ବାର ଲୋଟା, ପାଞ୍ଚଟି ଆମ୍ବ ପତ୍ର ଓ ଗୋଟିଏ ନଡିଆର ଉପଯୋଗ ଅବଶ୍ୟ କରନ୍ତୁ । ଆପଣ ଏହି କଳସକୁ ନେଇ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ, ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବା ସହ ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ ।