କଣ ଆପଣ ବି ଅନୁଭବ କରୁଛନ୍ତି କ୍ଳାନ୍ତ ଓ କମଜୋରି, ତ ଆଜି ହିଁ ଘରେ ବସି କରନ୍ତୁ ଏହି ଉପାୟ

ଆଜିକାଲିର ବ୍ୟସ୍ତତାପୂର୍ଣ୍ଣ ଜୀବନରେ ସମସ୍ତେ ଚାହାନ୍ତି କି ସେମାନେ ସୁସ୍ଥ ରୁହନ୍ତୁ । କିନ୍ତୁ ଦୁଃଖର କଥା ଏହା ଅଟେ କି ତାଙ୍କୁ ସମୟ ମିଳିପାରେ ନାହିଁ । ବର୍ତ୍ତମାନ ସମୟରେ ବ୍ୟକ୍ତି ଟଙ୍କା ଆୟ କରିବାରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜର ଖାଦ୍ୟ ପେୟ ଠାରୁ ନେଇ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ପାରୁ ନାହିଁ । ଏହି କାରଣରୁ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଘେରିଯାଏ ।

ଏମିତିରେ କ୍ଳାନ୍ତ ଓ କମଜୋରି ଲାଗିବା ତ ସାଧାରଣ କଥା ଅଟେ । ଯେତେବେଳେ କୌଣସି ରୋଗ ବହୁତ ସମୟ ପର୍ଯ୍ୟନ୍ତ ବ୍ୟକ୍ତିର ଶରୀରରେ ରହୁଛି ତେବେ କାମ କରିବାରେ ମନ ଲାଗି ନ ଥାଏ । କେତେକ ଲୋକମାନଙ୍କ ମୁଣ୍ଡରେ ଅଧିକ ଦାୟିତ୍ଵ ଥିବା କାରଣରୁ ବି ସେମାନେ କ୍ଳାନ୍ତ ଓ ଚିନ୍ତାରେ ରହିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି କ୍ଳାନ୍ତର ଏକ ବଡ କାରଣ ଡିହାଇଡ୍ରେଶନ ବି ଅଟେ । ଯାହାକୁ ଆମେ ପ୍ରାୟତଃ ନଜର ଅନ୍ଦାଜ କରିଦେଇଥାଉ ।

କିଛି ଲୋକମାନଙ୍କ ଅଭ୍ୟାସ ହୋଇଥାଏ କି ସେମାନେ ପୁରା ଦିନ ପାଣି ହିଁ ପିଅନ୍ତି ନାହିଁ ଓ ଚା ଓ କଫି ଇତ୍ୟାଦି ପିଇଥାନ୍ତି । କାରଣ ତାଙ୍କୁ ଲାଗିଥାଏ କି ଏହା ଦ୍ଵାରା କ୍ଳାନ୍ତ ଦୂର ହୋଇଯିବ । କିନ୍ତୁ ଏ ସବୁ କିଛି ସମୟ ପାଇଁ ପ୍ରଭାବ କରିଥାଏ । ଏହା ପରେ ବ୍ୟକ୍ତି ପୁଣି ଥରେ କ୍ଳାନ୍ତ ହୋଇଯାଏ । କିଛି ଲୋକମାନେ କ୍ଳାନ୍ତ ହୋଇଯିବା କାରଣରୁ ଶରୀରରେ ହେଉଥିବା ବ୍ୟଥା ପାଇଁ ପେନକିଲର ର ସାହାରା ବି ନିଅନ୍ତି । କିନ୍ତୁ ଏହଭଳି କ୍ଳାନ୍ତକୁ ଦୂର କରିବା ଦ୍ଵାରା ସ୍ୱାସ୍ଥ୍ୟକୁ ହାନି ପହଞ୍ଚି ପାରେ ।

ଯଦି ଆପଣଙ୍କୁ ବହୁତ ଜଲ୍ଦି କ୍ଳାନ୍ତ ଅନୁଭବ ହେଉଛି ତେବେ କ୍ଳାନ୍ତ ଓ କମଜୋରିକୁ ଦୂର କରିବା ପାଇଁ ଆପଣ ଏହି ଡ୍ରିଙ୍କର ସେବନ କରି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର କ୍ଳାନ୍ତ ଓ କମଜୋର ଦୂର ହୋଇପାରିବ । ଆପଣଙ୍କୁ କହିଦେଉଛୁ କି ଏହି ଡ୍ରିଂକକୁ ଆପଣ ଘରେ ତିଆରି କରି ପାରିବେ ଓ ଏଥିରେ କୌଣସି ସାଇଡ ଇଫେକ୍ଟ ବି ନାହିଁ ।

ଆମେ ଯେଉଁ ଜିନିଷ ବିଷୟରେ କଥା ହେଉଛୁ ତାହା ମୁଗ ଡାଲି ଅଟେ । କହିବାକୁ ଗଲେ ମୁଗ ଡାଲିରୁ ଭରପୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ, ପୋଟାସିୟମ ମିଳିଥାଏ, ଯାହା ଆପଣଙ୍କ ଶରୀର ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଯଦି ଆପଣ ଡାଲିର ପାଣି ପିଇବେ ତେବେ ଏହା ଦ୍ଵାରା ଆପଣଙ୍କୁ ଆହୁରି ବି ଲାଭ ମିଳିବ । ଯଦି ଆପଣଙ୍କର କମଜୋରି ରହୁଛି ତେବେ ସକାଳୁ ଉଠି ମୁଗ ଡାଲିର ଗରମ ପାଣି ଅବଶ୍ୟ ପିଇବା ଉଚିତ । ଯାହା ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ପୋଷକ ତତ୍ଵ ମିଳିବ । ଯାହା ଦ୍ଵାରା ଆପଣଙ୍କର କ୍ଳାନ୍ତ ଓ କମଜୋରି ଦୂର ହୋଇଯିବ ।